ସ୍ୱାଭିମାନ ଅଞ୍ଚଳରୁ ମାଓ ଡମ୍ପ ଠାବ

Jul 25, 2026 - 15:41
ସ୍ୱାଭିମାନ ଅଞ୍ଚଳରୁ ମାଓ ଡମ୍ପ ଠାବ

ମାଲକାନଗିରି : ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳରୁ ପୁଣି ଠାବ ହେଲା ମାଓ ଡମ୍ପ । ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳର ଯୋଡା ମ୍ବ ଥାନା ଅଁଳା ପଦରର ଗୁମୁସୁ ପଦର ଠାରେ ସୁରକ୍ଷା ବାହିନୀ ପକ୍ଷରୁ ସର୍ଚ୍ଚ ଅପରେସନ ଚାଲିଥିବାବେଳେ ମାଓବାଦୀଙ୍କ ଏକ ବଡ଼ ଡମ୍ପ ଠାବ ହୋଇଥିଲା । ଚଢ଼ାଉ ସ୍ଥାନରୁ ବିପୁଳ ବିସ୍ଫୋରକ ସହିତ ୩୨ଟି ଜିଲୋଟିନ ଷ୍ଟିକ ୧୧ଟି ଡିଟୋନେଟର,୫ଊ ଗ୍ରାମ ଗନ ପାଉଡର, ୩ଟି କୋଡେକ୍ସ ତାର ,ସୋଲାର ପ୍ୟାନେଲ ସହ ଅନେକ ବୈଦ୍ୟୁତିକ ସରଞ୍ଜାମ ଉଦ୍ଧାର କରାଯାଇଛି ।

ସୂଚନାନୁସାରେ, ସ୍ୱାଭିମାନ ଅଞ୍ଚଳରେ ପୁଣି ମାଓବାଦୀ ସକ୍ରିୟ ହେଉଥିବା ନେଇ ସୁରକ୍ଷାବାହିନୀଙ୍କୁ ଗୁପ୍ତ ସୂଚନା ମିଳିଥିଲା । ସୂଚନା ଆଧାରରେ ଗତକାଲି ମାଲକାନଗିରିର୧୭୭ ବିଏନ୍ ବିଏସ୍ଏଫ୍ ଏବଂ ଜିଲ୍ଲା ସ୍ବେଚ୍ଛାସେବୀ ବଳ (ଡିଭିଏଫ୍) ର COB ଘାନାବେଡା ଦ୍ବାରା ମିଳିତ ସ୍ୱତନ୍ତ୍ର ଅପରେସନ୍ କରାଯାଇଥିଲା ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।