ବାଲେଶ୍ୱର ଜେଲ୍ ଅଧୀକ୍ଷକ ନିଲମ୍ବିତ

Oct 14, 2026 - 13:15
ବାଲେଶ୍ୱର ଜେଲ୍ ଅଧୀକ୍ଷକ ନିଲମ୍ବିତ

ବାଲେଶ୍ୱର ଜେଲ୍ ଅଧୀକ୍ଷକ ନିଲମ୍ବିତ…

ନନ୍ଦିଘୋଷ ବ୍ୟୁରୋ: ବାଲେଶ୍ୱର ଜେଲ୍ ଅଧୀକ୍ଷକ ନିଲମ୍ବିତ। ସୁରକ୍ଷା ତ୍ରୁଟି ଓ କର୍ତ୍ତବ୍ୟରେ ଅବହେଳା ଅଭିଯୋଗରେ ଡିଜିଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ।

ବାଲେଶ୍ୱର ଜିଲ୍ଲା କାରାଗାରରେ ଦେଖାଦେଇଥିବା ଅବ୍ୟବସ୍ଥା, କର୍ତ୍ତବ୍ୟରେ ଚରମ ଅବହେଳା ତଥା ସୁରକ୍ଷା ବ୍ୟବସ୍ଥାରେ ବଡ଼ ଧରଣର ତ୍ରୁଟିକୁ ନେଇ କାରାଗାର ନିର୍ଦ୍ଦେଶାଳୟ ପକ୍ଷରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କାରାଗାର ମହାନିର୍ଦ୍ଦେଶକ ସୁଶାନ୍ତ କୁମାର ନାଥ ବାଲେଶ୍ୱର ଜେଲ୍ ଅଧୀକ୍ଷକ ତଥା ଜେଲର୍ ପ୍ରଦୀପ୍ତ କୁମାର ମହାଳିକଙ୍କୁ ତୁରନ୍ତ କାର୍ଯ୍ୟରୁ ନିଲମ୍ବନ କରିଛନ୍ତି। ବିନା ଅନୁମତିରେ କ୍ରମାଗତ କାର୍ଯ୍ୟରେ ଅନୁପସ୍ଥିତ ରହିବା, ସୁରକ୍ଷା ପ୍ରୋଟୋକଲ୍ ଉଲ୍ଲଂଘନ କରିବା, ସରକାରୀ ନିର୍ଦ୍ଦେଶାବଳୀର ଅଣଦେଖା ତଥା ପ୍ରଶାସନିକ ବିଶୃଙ୍ଖଳା ନେଇ ପ୍ରାଥମିକ ବିଭାଗୀୟ ରିପୋର୍ଟ ଆଧାରରେ ଏହି ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି।

ତେବେ ଏହି ନିଲମ୍ବନ ପଛରେ ଅନ୍ୟ କିଛି ଗୁରୁତର କାରଣ ଥିବା ଚର୍ଚ୍ଚା ହେଉଥିବା ବେଳେ ଗତକାଲି ଜେଲ୍ ଡିଆଇଜି ଅନୁସୂୟା ଜେନା ବାଲେଶ୍ୱର ଜେଲରେ ପହଞ୍ଚି ବିଳମ୍ୱିତ ରାତି ପର୍ଯ୍ୟନ୍ତ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିଥିଲେ। ନିଲମ୍ବନ ଆଦେଶ ପରେ ମହାଳିକଙ୍କୁ ବିନା ଅନୁମତିରେ ନିର୍ଦ୍ଧାରିତ ମୁଖ୍ୟାଳୟ ନ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି। କାରାଗାର ପରିସରରେ ଶୃଙ୍ଖଳା ଓ କଡ଼ା ସୁରକ୍ଷା ବଜାୟ ରଖିବା ପ୍ରାଥମିକତା ହୋଇଥିବାରୁ କୌଣସି ପ୍ରକାର ଦାୟିତ୍ୱହୀନତାକୁ ବରଦାସ୍ତ କରାଯିବ ନାହିଁ ବୋଲି ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି।

 

 

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)