ବନ୍ୟା ରିଲିଫ ବଣ୍ଟନକୁ ନେଇ ତେଜିଲା ରାଜନୀତି

Aug 29, 2026 - 20:34
ବନ୍ୟା ରିଲିଫ ବଣ୍ଟନକୁ ନେଇ ତେଜିଲା ରାଜନୀତି

ନନ୍ଦିଘୋଷ ବ୍ୟୁରୋ : ବନ୍ୟା ବିପନ୍ନଙ୍କୁ ରିଲିଫ ଦେବାରେ ବି ରାଜନୀତି। ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଦିଆଯାଉଥିବା ସରକାରୀ ରିଲିଫକୁ ଶାସକ ଦଳ ଦଳୀୟ ରିଲିଫରେ ପରିଣତ କରିଥିବା ଅଭିଯୋଗ ଆଣିଛି କଂଗ୍ରେସ। ସରକାରୀ ରିଲିଫରେ ଦଳୀୟ ନେତାଙ୍କ ଫଟୋ ଲଗାଇ ବିଜେପି ବିଧାୟକ, କୁଜି ନେତା ଓ କର୍ମୀମାନେ ରିଲିଫ ବାଣ୍ଟୁଥିବା ଅଭିଯୋଗ ହୋଇଛି। ବନ୍ୟାରେ ସର୍ବାଧିକ ପ୍ରଭାବିତ ଯାଜପୁର ଜିଲ୍ଲାରେ ରିଲିଫ ବଣ୍ଟନକୁ ନେଇ ବିଜେପି ବିରୋଧରେ ଏପରି ସାଙ୍ଘାତିକ ଅଭିଯୋଗ ଆଣିଛି କଂଗ୍ରେସ। ସାମ୍ବାଦିକ ସମ୍ମିଳନୀ କରି ଦଳ କହିଛି ଯେ, ବନ୍ୟା ପ୍ରଭାବିତ ଲୋକଙ୍କ ପାଖରେ ରିଲିଫ ପହଞ୍ଚି ପାରିନାହିଁ ଏବଂ ରିଲିଫ ବଣ୍ଟନରେ ବ୍ୟାପକ ଦଳୀୟ ରାଜନୀତି କରାଯାଉଛି।

ଦଶରଥପୁର ବ୍ଲକରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଗାଡ଼ିକୁ ବିଜେପି କର୍ମୀ ଲୁଟ କରିଥିବା ଏବଂ ଏହାର ପର୍ଦ୍ଦାଫାସ କରିବାକୁ ଯାଇଥିବା ସାମ୍ବାଦିକଙ୍କୁ ମାଡ଼ ମରାଯାଇଥିବା ମଧ୍ୟ ଅଭିଯୋଗ ହୋଇଛି। ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ହଡ଼ପ କରାଯାଉଥିବା ଅଭିଯୋଗ କରିଛି କଂଗ୍ରେସ। ଯାଜପୁର, ବରୀ, କୋରେଇ ଓ ଧର୍ମଶାଳା ଆଦି ଅଞ୍ଚଳରେ ବିଜେପି କର୍ମୀମାନେ ସରକାରୀ ରିଲିଫକୁ ଦଳୀୟ ଭିତ୍ତିରେ ବାଣ୍ଟୁଥିବା ଦଳ କହିଛି। ସରକାରୀ ରିଲିଫରେ ଏଭଳି ଦଳୀୟ ରାଜନୀତି ଓ ପାତରଅନ୍ତର କରିବା ଓଡ଼ିଶା ଇତିହାସରେ ପ୍ରଥମ ବୋଲି କଂଗ୍ରେସ ଅଭିଯୋଗ କରିଛି। ଦଶରଥପୁରରେ ବନ୍ୟା ପ୍ରଭାବିତମାନେ ବନ୍ଧ ଉପରେ ଆଶ୍ରୟ ନେଇଥିବା ବେଳେ ସରକାର ସେମାନଙ୍କୁ ରିଲିଫ ଦେଇନଥିବା ଅଭିଯୋଗ ହୋଇଛି। ଅଥଚ କୋଠାଘର ଥିବା ଲୋକଙ୍କୁ ରିଲିଫ ଦିଆଯାଉଥିବା କଂଗ୍ରେସ କହିଛି।

ବନ୍ୟା କ୍ଷତିଗ୍ରସ୍ତଙ୍କ ପାଇଁ ସରକାର ୧ ହଜାର କୋଟି ଟଙ୍କାର ପ୍ୟାକେଜ ଘୋଷଣା କରି କେବଳ ସର୍କିଟ ହାଉସରେ ବୈଠକ କରି ଚୁପ୍ ହୋଇ ବସିଥିବା ମଧ୍ୟ ଅଭିଯୋଗ ହୋଇଛି। ଗୋଟିଏ ପରିବାର ପିଛା ମାତ୍ର ୨୫୦ ଗ୍ରାମ ଚୁଡ଼ା ଦିଆଯାଇଥିବା ବେଳେ କିଛି ଯୁବକ ଗେରୁଆ ଗାମୁଛା ପକାଇ ଲୋକଙ୍କୁ ଦଳୀୟ ଭିତ୍ତିରେ ରନ୍ଧାଖାଦ୍ୟ ଓ ରିଲିଫ ଦେଉଥିବା କଂଗ୍ରେସ ଅଭିଯୋଗ କରିଛି। ତେବେ ଏପରି ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛି ବିଜେପି। ଅନ୍ୟପଟେ ବନ୍ୟାରେ ବେଶୀ ପ୍ରଭାବିତ ହୋଇଥିବା ଯାଜପୁର ଜିଲ୍ଲାର ଦଶରଥପୁର, ବିଞ୍ଝାରପୁର, ବରୀ ଓ କୋରେଇ ଆଦି ଅଞ୍ଚଳରେ ଲୋକମାନେ ବହୁତ କ୍ଷତିଗ୍ରସ୍ତ ହୋଇଥିଲେ। ବିଜେଡି ଉପସଭାପତିଙ୍କ ସମେତ ଦଳର ନେତା ଓ କର୍ମୀମାନେ ବନ୍ୟା ପ୍ରଭାବିତଙ୍କ ପାଖରେ ପହଞ୍ଚି ସାହାଯ୍ୟ ଓ ସହଯୋଗ କରିଥିବା ଦଳ କହିଛି। ହେଲେ ବିଜେପି ବନ୍ୟା ଓ ରିଲିଫକୁ ନେଇ ରାଜନୀତି କରୁଥିବାରୁ ଏହାର କଡ଼ା ସମାଲୋଚନା କରିଛି ବିଜେଡି। ବିଜେଡି ବିଧାୟକ ବିଶ୍ୱ ମଲ୍ଲିକ କହିଛନ୍ତି ଯେ, ରିଲିଫ ବଣ୍ଟନରେ ବିଜେପି ନେତାମାନେ ରାଜନୀତି କରିବା ଦୁଃଖଦାୟକ। ଦଳୀୟ ଭିତ୍ତିରେ ନୁହେଁ, ସମସ୍ତ ବନ୍ୟା କ୍ଷତିଗ୍ରସ୍ତଙ୍କୁ ସରକାରୀ ସାହାଯ୍ୟ ଦେବାକୁ ବିଜେଡି ଦାବି କରିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)