ବନ୍ୟା ବିପନ୍ନଙ୍କ ପାଇଁ ଦୁଃଖ ପ୍ରକାଶ କଲେ ନବୀନ

Nov 01, 2026 - 12:54
ବନ୍ୟା ବିପନ୍ନଙ୍କ ପାଇଁ ଦୁଃଖ ପ୍ରକାଶ କଲେ ନବୀନ

ନନ୍ଦିଘୋଷ ବ୍ୟୁରୋ: ଗଞ୍ଜାମ ଜିଲ୍ଳାର ବନ୍ୟା ବିପନ୍ନଙ୍କ ପାଇଁ ଦୁଃଖ ପ୍ରକାଶ କଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧି ଦଳ ନେତା ନବୀନ ପଟ୍ଟନାୟକ ।  ନବୀନ ତାଙ୍କ ଏକ୍ସ ହ୍ୟାଣ୍ଡେଲ୍ ରେ ଏକ ପୋଷ୍ଟ କରି ଲେଖିଛନ୍ତି ଯେ, ‘‘ ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ ଗଞ୍ଜାମ ଜିଲ୍ଲା ଭଞ୍ଜନଗରରେ ଭୂସ୍ଖଳନ ଘଟି ଗାଁ ନିଶ୍ଚିହ୍ନ ହୋଇଯିବା ସହ ଅନେକ ନିଖୋଜ ଥିବା ବିଷୟରେ ଜାଣି ମୁଁ ଚିନ୍ତିତ ଓ ଦୁଃଖିତ। ଲୋକମାନଙ୍କ ତ୍ୱରିତ ସୁରକ୍ଷିତ ଉଦ୍ଧାର ପାଇଁ ସରକାର ସମସ୍ତ ପଦକ୍ଷେପ ସୁନିଶ୍ଚିତ କରନ୍ତୁ। ଏପରି ଅସମୟରେ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ମୋର ଗଭୀର ସମବେଦନା ଜଣାଇବା ସହ ସମସ୍ତଙ୍କ ସୁରକ୍ଷିତ ଉଦ୍ଧାର କାମନା କରୁଛି।’’

ଗଞ୍ଜାମବାସୀ ଭୋଗୁଥିବା ସମସ୍ୟା ପାଇଁ ଲଗାତାର ଭାବେ ସ୍ବର ଉଠାଇ ଚାଲିଛନ୍ତି ନବୀନ । ତାଙ୍କରି ନିର୍ଦ୍ଦେଶରେ ବିଜେଡିର ଫ୍ୟାକ୍ଟ ଫାଇଣ୍ଡିଂ ଟିମ ଗଞ୍ଜାମ ଜିଲ୍ଲାରେ ଦୁଇଦିନ ଧରି ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରି ସ୍ଥିତି ସମୀକ୍ଷା କରୁଛନ୍ତି । ପ୍ରଥମ ଦିନରେ ବ୍ରହ୍ମପୁର ଲୋକସଭା କ୍ଷେତ୍ର ବୁଲି ବନ୍ୟା ପ୍ରଭାବିତ ଲୋକଙ୍କ ସହ ଆଲୋଚନା କରିଥିବା ବେଳେ ଆଜି ଆସିକା ଲୋକସଭା କ୍ଷେତ୍ର ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀର ବନ୍ୟା ପ୍ରଭାବିତ ହୋଇଥିବା ଗ୍ରାମାଞ୍ଚଳରେ ପହଞ୍ଚିଛନ୍ତି । ଲୋକଙ୍କ ସୁଖ ଦୁଃଖ ବୁଝିବା ସହ ଜିଲ୍ଲା ଓ ବ୍ଲକ ପ୍ରଶାସନ ସହ ଆଲୋଚନା କରୁଛନ୍ତି ।ସରକାର ଓ ପ୍ରଶାସନ ଲୋକଙ୍କୁ ରିଲିଫ ଦେବାରେ ବିଫଳ ହୋଇଥିବାବେଳେ ଯଥାଶୀଘ୍ର ଲୋକଙ୍କ ଅତି ଆବଶ୍ୟକ ସାମଗ୍ରୀ ଯୋଗାଇବାକୁ ଦାବି କରିଛନ୍ତି । ଏହି ଫ୍ୟାକ୍ଟ ଫାଇଣ୍ଡ ଟିମ ରେ ଅଛନ୍ତି ପ୍ରତାପ ଜେନା,ବିକ୍ରମ ପଣ୍ଡା, ବିପ୍ଳବ ପାତ୍ର,ଶ୍ରୀକାନ୍ତ ସାହୁ ଏବଂ ଜିଲ୍ଲାର ସମସ୍ତ ବିଜେଡି ନେତା ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)