ବନ୍ୟା ବିପନ୍ନଙ୍କ ଦୁଃଖ ବୁଝିଲେ ନବୀନ, ଚାଷୀଙ୍କ ଲୁହ ଦେଖି ହେଲେ ଭାବପ୍ରବଣ

Nov 07, 2026 - 20:29
ବନ୍ୟା ବିପନ୍ନଙ୍କ ଦୁଃଖ ବୁଝିଲେ ନବୀନ, ଚାଷୀଙ୍କ ଲୁହ ଦେଖି ହେଲେ ଭାବପ୍ରବଣ

ନନ୍ଦିଘୋଷ ବ୍ୟୁରୋ :  ବାତ୍ୟା ‘ଅର୍ଣ୍ଣବ’ ଏବଂ ତା’ ପରବର୍ତ୍ତୀ ପ୍ରଳୟଙ୍କାରୀ ବନ୍ୟାରେ ଗଞ୍ଜାମ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ଏଭଳି ସ୍ଥିତିରେ ବନ୍ୟା ବିପନ୍ନ ଓ କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟିବା ପାଇଁ ଆଜି ଗଞ୍ଜାମ ଜିଲ୍ଲା ଗସ୍ତ କରିଥିଲେ ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲି ଦେଖିବା ସହ ସ୍ଥିତି ଅନୁଧ୍ୟାନ କରିଥିଲେ ଏବଂ ଚାଷୀଙ୍କ ଦୁଃଖ ଶୁଣି ସେ ଭାବପ୍ରବଣ ହୋଇପଡ଼ିଥିଲେ ।

ତେବେ ଶେରଗଡ଼ରେ ପହଞ୍ଚିବା ପରେ ନବୀନଙ୍କୁ ଦେଖିବା ପାଇଁ ହଜାର ହଜାର ଲୋକଙ୍କ ପ୍ରବଳ ଭିଡ଼ ଜମିଥିଲା। ବାତ୍ୟା ‘ଅର୍ଣ୍ଣବ’ ପରବର୍ତ୍ତୀ ବନ୍ୟାରେ ଶହ ଶହ ଚାଷୀଙ୍କ ଧାନ ଚାଷ ସମ୍ପୂର୍ଣ୍ଣ ଉଜୁଡ଼ି ଯାଇଛି। କ୍ଷତିଗ୍ରସ୍ତ ଚାଷୀମାନେ ନଷ୍ଟ ହୋଇଥିବା ଧାନକେଣ୍ଡା ଦେଖାଇ ନବୀନଙ୍କୁ ନିଜର ଦୁଃଖ ଜଣାଇଥିଲେ। ସେମାନଙ୍କ ଦୁଃଖ ଶୁଣିବା ସମୟରେ ନବୀନ ଭାବପ୍ରବଣ ହୋଇପଡ଼ିଥିଲେ।

ଶେରଗଡ଼ ପରେ ହିଞ୍ଜିଳିକାଟୁ ବ୍ଲକର ନୂଆବୁରୁପଡ଼ା ଗ୍ରାମ ପଞ୍ଚାୟତ, ଆସିକା ଓ ସୋରଡ଼ା ବ୍ଲକ୍‌ର ବାଲିଗୋଛା ଅଞ୍ଚଳ ଗସ୍ତ କରିଥିଲେ ବିଜେଡି ସୁପ୍ରିମୋ। ଶେରଗଡ଼ ଭଳି ହିଞ୍ଜିଳିରେ ମଧ୍ୟ ନବୀନଙ୍କୁ ଦେଖିବାକୁ ଲୋକଙ୍କ ଜନସମୁଦ୍ର ଦେଖିବାକୁ ମିଳିଥିଲା ଏବଂ ହିଞ୍ଜିଳିବାସୀ ମଧ୍ୟ ତାଙ୍କୁ ଦେଖି ଭାବପ୍ରବଣ ହୋଇପଡ଼ିଥିଲେ।

ତେବେ ବାତ୍ୟା ଓ ବନ୍ୟା ଯୋଗୁଁ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଚାଷଜମି ଜଳମଗ୍ନ ହେବା ସହ ବ୍ୟାପକ ଫସଲ ନଷ୍ଟ ହୋଇଛି ଏବଂ ଅନେକ ଚାଷୀଙ୍କ ଜୀବିକା ପ୍ରଭାବିତ ହୋଇଛି। ବନ୍ୟା ପାଣି ଯୋଗୁଁ ଘରଦ୍ୱାର, ରାସ୍ତାଘାଟ ଓ ଅନ୍ୟାନ୍ୟ ଭିତ୍ତିଭୂମି ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ଏଭଳି ଦୁଃସମୟରେ ନବୀନଙ୍କ ଏହି ଗସ୍ତ ବନ୍ୟା ପ୍ରଭାବିତ ଅଞ୍ଚଳରେ ବେଶ୍ ଗୁରୁତ୍ୱ ବହନ କରିଛି।

ଆଜି ସକାଳେ ଭୁବନେଶ୍ୱର ବିମାନବନ୍ଦରରୁ ହେଲିକପ୍ଟରରେ ବାହାରି ଶେରଗଡ଼ସ୍ଥିତ ମହାତ୍ମା ଗାନ୍ଧୀ ହାଇସ୍କୁଲ ପଡ଼ିଆରେ ପହଞ୍ଚିଥିଲେ ନବୀନ। ସେଠାରୁ ବାହାରି ଶେରଗଡ଼ ସହର ଓ ଆଖପାଖ ଅଞ୍ଚଳ ପରିଦର୍ଶନ କରିବା ସହ ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା କରିଥିଲେ। ପରେ ହିଞ୍ଜିଳି ମିନି ଷ୍ଟାଡିୟମରେ ପହଞ୍ଚି ନୂଆ-ବୁରୁପଡ଼ା ପଞ୍ଚାୟତର ସ୍ଥିତି ଅନୁଧ୍ୟାନ କରିଥିଲେ।

ଆଜି ଗଞ୍ଜାମ ଜିଲ୍ଲାରେ କ୍ଷେତରେ ଲହଡ଼ି ଭାଙ୍ଗୁଥିବା ସୁନା ରଙ୍ଗର ଧାନକେଣ୍ଡା ଆଜି କାଦୁଅ ପାଣିରେ ସଢ଼ୁଛି। ବାତ୍ୟା ‘ଅର୍ଣ୍ଣବ’ ଏବଂ ତା’ ପରବର୍ତ୍ତୀ ପ୍ରଳୟଙ୍କାରୀ ବନ୍ୟା ଗଞ୍ଜାମ ଜିଲ୍ଲାର ହଜାର ହଜାର ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି। ସର୍ବସ୍ୱ ହରାଇ ଆଖିରୁ ଲୁହ ଗଡ଼ାଉଥିବା ଏହି ଅସହାୟ ଚାଷୀ ଓ ବନ୍ୟା ବିପନ୍ନଙ୍କ ଦୁଃଖ ବୁଝିବା ପାଇଁ ନିଜେ ନବୀନ ପଟ୍ଟନାୟକ ଆଜି ଗଞ୍ଜାମ ଜିଲ୍ଲା ଗସ୍ତ  କରିଥିଲେ। ତେବେ ସମସ୍ତ ପ୍ରଭାବିତ ଅଞ୍ଚଳ ଗସ୍ତ ସାରି ଭୁବନେଶ୍ୱର ଫେରିବା ପରେ, ବନ୍ୟା ବିପନ୍ନଙ୍କୁ ଅତିଶୀଘ୍ର ଉଚିତ୍ ରିଲିଫ୍ ଓ ସହାୟତା ଯୋଗାଇଦେବା ପାଇଁ ସରକାରଙ୍କୁ ଦାବି କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)