ଫିଟିବ ରାଜ୍ୟର ପ୍ରଥମ ଅତ୍ୟାଧୁନିକ କଂସେଇଖାନା ଭାଗ୍ୟ: ଚଲାଇବାକୁ ନୂଆ ଟେଣ୍ଡର

Jul 19, 2026 - 08:05
ଫିଟିବ ରାଜ୍ୟର ପ୍ରଥମ ଅତ୍ୟାଧୁନିକ କଂସେଇଖାନା ଭାଗ୍ୟ: ଚଲାଇବାକୁ ନୂଆ ଟେଣ୍ଡର

"ଭୁବନେଶ୍ବର: ଖୋଲିବ ଭୁବନେଶ୍ବର ଗାଡ଼କଣରେ ଥିବା ରାଜ୍ୟର ପ୍ରଥମ ଅତ୍ୟାଧୁନିକ କଂସେଇଖାନାର ଭାଗ୍ୟ।

ବହୁଦିନରୁ ଅଚଳ ଅବସ୍ଥାରେ ପଡ଼ିଥିବା ଏହି କଂସେଇଖାନାକୁ ସଚଳ କରିବାକୁ ଅଣ୍ଟା ଭିଡ଼ିଛି ବିଏମ୍‌ସି।

ଏଥିପାଇଁ ନୂଆ ଟେଣ୍ଡର କରିଛି।

ପ୍ରାଥମିକ ପର୍ଯ୍ୟାୟରେ ତିନିଟି ୱାର୍ଡର ମାଂସ ଦୋକାନୀ ଏଠି ଛେଳି, ମେଣ୍ଢା କାଟିବେ।

ପରବର୍ତ୍ତୀ ପର୍ଯ୍ୟାୟରେ ଅନ୍ୟ ୱାର୍ଡର ମାଂସ ଦୋକାନୀଙ୍କୁ ଏଥିରେ ସାମିଲ କରାଯିବ।

ସମସ୍ତଙ୍କୁ ଏଠାରେ ଛେଳି, ମେଣ୍ଢା କାଟିବାକୁ ବାଧ୍ୟ କରାଯିବ।

ନଚେତ୍‌ ଏନ୍‌‌ଫୋର୍ସମେଣ୍ଟ ଟିମ୍‌ ଦୋକାନୀଙ୍କ ମାଂସ ଓ ଆସବାବ ଉଠାଇନେବାକୁ ଯୋଜନା କରାଯାଇଛି।Advertisment Development: ବିକାଶର ପରିଭାଷାକୁ ଉପହାସ: ଗର୍ଭବତୀଙ୍କୁ ଦୋଳା ଭରସା, ୨ କିମି ବୋହିଲେ ପରିବାର ଲୋକେ ବଡ଼କଥା ହେଉଛି, ଏଥର ଦେୟମୁକ୍ତ ବଦଳରେ କଂସେଇଖାନାରୁ ରାଜସ୍ବ ଆୟର ଲକ୍ଷ୍ୟ ରଖାଯାଇଛି।

ଠିକାସଂସ୍ଥା ମାସିକ ୨୦ହଜାର ଟଙ୍କା ଭୁବନେଶ୍ବର ମହାନଗର ନିଗମକୁ ଦେବ।

କେତେ ଛେଳି, ମେଣ୍ଢା ଠିକାସଂସ୍ଥା କାଟିବ, ତାର କୌଣସି ସୀମା ରଖାଯାଇନି।

ଯେତିକି ଛେଳି, ମେଣ୍ଢା କାଟିବ, ସେହି ଅନୁସାରେ ଲାଂଭାଶ ସଂପୃକ୍ତ ଠିକାସଂସ୍ଥା ପକେଟ୍‌କୁ ଯିବ।

ତଥାପି ପ୍ରତି ଛେଳି ଅବା ମେଣ୍ଢା ପିଛା ୫୦ ଟଙ୍କା ଦେୟ ରଖାଯାଇଛି।

ସୁପ୍ରିମକୋର୍ଟ ୨୦୧୩ ମସିହାରେ ପଶୁ ନିଷ୍ଠୁରତା ଆଇନର କଡ଼ାକଡ଼ି ଅନୁପାଳନ ଓ ଖୋଲାମେଲାରେ ପଶୁ ହତ୍ୟାରେ କଟକଣା ଲଗାଇବା ପରେ ଭୁବନେଶ୍ବର ମହାନଗର ନିଗମ ଗାଡ଼କଣରେ ଅତ୍ୟାଧୁନିକ ‌କଂସେଇଖାନା ନିର୍ମାଣ କରିଥିଲା।

ଏଥିରେ ଛେଳି, ମେଣ୍ଢା କାଟିବା ପାଇଁ ସ୍ବୟଂଚାଳିତ ଅତ୍ୟାଧୁନିକ ବ୍ୟବସ୍ଥା, ଶୀତଳ ଭଣ୍ଡାର, ଘଣ୍ଟାକୁ ୧ ଟନ୍‌ ଆମିଷ ବର୍ଜ୍ୟ ପ୍ରକ୍ରିୟାକରଣ ପ୍ଲାଣ୍ଟ, ଦୈନିକ ୧୦ କିଲୋଲିଟର ଆବର୍ଜନା ପାଣି ପ୍ରକ୍ରିୟାକରଣ ପ୍ଲାଣ୍ଟ, କାଟିବା ପରେ ମାଂସକୁ ଧୋଇବା ପାଇଁ ଉଭୟ ଥଣ୍ଡା ଓ ଗରମ ପାଣି, ଜେଟିଂ ସଫେଇ ବ୍ୟବସ୍ଥା ରହିଥିଲା।

ସ୍ବତନ୍ତ୍ର ଡିଜି ଓ ଟ୍ରାନ୍ସଫର୍ମର ବି ବସିଥିଲା।

୨୦୨୧ରୁ ଏହି କଂସେଇଖାନାର ଶୁଭାରମ୍ଭ ହୋଇଥିଲେ ବି ଅଧିକାରୀଙ୍କ ଆନ୍ତରିକତା ଓ ବ୍ୟବସ୍ଥାଗତ ପରିଚାଳନା କାରଣରୁ ଏଠାରେ ତାଲା ଝୁଲୁଥିଲା।

ଦାମୀ ଯନ୍ତ୍ରାଂଶ ପଡ଼ି ପଡ଼ି ନଷ୍ଟ ହୋଇ ଯାଇଥିଲା।

ଏଣୁ ଯେଉଁ ପ୍ଲାଣ୍ଟ ଓ ଯନ୍ତ୍ରାଂଶ ଭଲ ଅଛି, ତାକୁ ନେଇ କଂସେଇଖାନା ଚଲେଇବାକୁ ଯୋଜନା କରାଯାଇଛି।

ଚଲାଇବାକୁ ନୂଆ ଟେଣ୍ଡରଏଥର ରାଜସ୍ବ ଆୟ ଲକ୍ଷ୍ୟଛେଳି ପିଛା ନୁହେଁ, ମାସିକ ୨୦ହଜାର Ayushman card: ଆୟୁଷ୍ମାନ କାର୍ଡରେ ମିଳିବ କର୍କଟର ଅତ୍ୟାଧୁନିକ ଚିକିତ୍ସା: ଯୋଡ଼ି ହେବ ୧୨୧ଟି ପ୍ୟାକେଜ୍‌, ଚିକିତ୍ସା ଅର୍ଥ ରାଜ୍ୟ ପାଣ୍ଠିରୁ ଭରଣା ହେବ ପୂର୍ବରୁ ଏକ ନିର୍ମାଣ ସଂସ୍ଥାକୁ ଏହାର ପରିଚାଳନା ଦାୟିତ୍ବ ଦିଆଯାଇଥିଲା।

ଏବେ ୟୁନି ବାଇଟ୍‌ ନାମକ ଠିକାସଂସ୍ଥା ଏହାର ଟେଣ୍ଡର ନେଇଛି।

ସଂସ୍ଥାର ମାଂସ ବ୍ୟବସାୟ କ୍ଷେତ୍ରରେ ଅଭିଜ୍ଞତା ରହିଛି।

ଚୁକ୍ତି ଅନୁଯାୟୀ, ଏହି ଠିକାସଂସ୍ଥାକୁ ୫ ବର୍ଷ ପାଇଁ କଂସେଇଖାନା ପରିଚାଳନା ଦାୟିତ୍ବ ଦିଆଯାଇଛି।

ପ୍ରଥମେ ୩ ବର୍ଷ ଏହି ଠିକାସଂସ୍ଥା କାମ କରିବ।

ଏହି ୩ ବର୍ଷରେ ଠିକାସଂସ୍ଥାର କାର୍ଯ୍ୟ ଅନୁଧ୍ୟାନ କରାଯିବ।

ଯଦି ଠିକାସଂସ୍ଥାର କାମ ସନ୍ତୋଷଜନକ ହୁଏ, ଆଉ ୨ ବର୍ଷ ପରିଚାଳନା ସମୟ ଅବଧି ବୃଦ୍ଧି କରାଯିବ।

ସେପଟେ ପ୍ରତିବର୍ଷ ଚୁକ୍ତିଦେୟର ୫ ପ୍ରତିଶତ ବୃଦ୍ଧି କରାଯିବ।

ଏହି ଠିକାସଂସ୍ଥାକୁ ଏବେ ୯, ୧୧ ଓ ୧୨ ନମ୍ବର ୱାର୍ଡର ମାଂସ ଦୋକାନୀଙ୍କ ଛେଳି, ମେଣ୍ଢା ଆଦି କାଟିବାକୁ ଅନୁମତି ଦିଆଯାଇଛି।

ପରେ ଅନ୍ୟ ୱାର୍ଡ ପାଇଁ ଅନୁମତି ଦେବାକୁ ଯୋଜନା କରାଯାଇଛି।

ନଚେତ୍‌ ଜୋନ୍‌ୱାରି ଏଭଳି କଂସେଇଖାନା ଖୋଲିବାର ଲକ୍ଷ୍ୟ ରଖାଯାଇଛି।

ଡେପୁଟି କମିସନର(ମାର୍କେଟ୍‌) ପ୍ରିୟଙ୍କା ମଲ୍ଲିକ କହିଛନ୍ତି, ପୂର୍ବରୁ ଯେଉଁ ଟ୍ରାନ୍ସଫର୍ମର ଲାଗିଥିଲା, ତାହା ଅଚଳ ହୋଇଯାଇଥିବାରୁ ନୂଆ ଟ୍ରାନ୍ସଫର୍ମର ଲାଗୁଛି।

ଏଥିସହ ଅନ୍ୟାନ୍ୟ ଭିତ୍ତିଭୂମି ସଜଡ଼ାଯାଉଛି।

ଭିତ୍ତିଭୂମି ପୂର୍ଣ୍ଣ ପ୍ରସ୍ତୁତ ହୋଇଗଲେ, କଂସେଇଖାନାରେ ସଂପୃକ୍ତ ଠିକାସଂସ୍ଥା ଛେଳି, ମେଣ୍ଢା କାଟିବା କାମ ଆରମ୍ଭ କରିବ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।