Water Release: ମନ୍ଦିରା ଡ୍ୟାମ୍‌ର ୪ଟି ସ୍ପିଲ୍‌ୱେ ଗେଟ୍‌ ଓ ୨ଟି ସ୍ଲୁଇସ୍ ଗେଟ୍‌ ଖୋଲା

Jul 19, 2026 - 23:21
Water Release: ମନ୍ଦିରା ଡ୍ୟାମ୍‌ର ୪ଟି ସ୍ପିଲ୍‌ୱେ ଗେଟ୍‌ ଓ ୨ଟି ସ୍ଲୁଇସ୍ ଗେଟ୍‌ ଖୋଲା

"ରାଉରକେଲା (ଦେବବ୍ରତ ଗଡ଼ତିଆ): ମନ୍ଦିରା ଡ୍ୟାମ୍‌ରୁ ଜଳ ନିଷ୍କାସନ ପ୍ରକ୍ରିୟା ଜାରି ରହିଛି।

ରାଉରକେଲା ଇସ୍ପାତ କାରଖାନା (ଆର୍‌ଏସ୍‌ପି) ପକ୍ଷରୁ ମନ୍ଦିରା ଡ୍ୟାମ୍‌ର ଜଳସ୍ତର ଓ ଜଳ ପ୍ରବେଶକୁ ତୀକ୍ଷ୍‌ଣ ନଜର ରଖାଯିବା ସହ ନିୟନ୍ତ୍ରିତ ଭାବେ ଜଳ ନିଷ୍କାସନ କରାଯାଉଛି।

୧୮ ତାରିଖ ମଧ୍ୟାହ୍ନ ସୁଦ୍ଧା ମନ୍ଦିରା ଡ୍ୟାମ୍‌ର ଜଳସ୍ତର ୬୮୦.୮୦ ଫୁଟ ରହିଥିଲା।

ଏହି ସମୟରେ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡ୍‌ରେ ୭୧୪୦ କ୍ୟୁସେକ୍‌ ଜଳ ପ୍ରବେଶ କରୁଥିବା ବେଳେ ସେହି ସମାନ ପରିମାଣର, ଅର୍ଥାତ୍‌ ୭୧୪୦ କ୍ୟୁସେକ୍‌ ଜଳ ନିଷ୍କାସନ କରାଯାଉଛି।

Advertisment ଡ୍ୟାମ୍‌ର ଜଳସ୍ତରକୁ ସନ୍ତୁଳିତ ରଖିବା ପାଇଁ ବର୍ତ୍ତମାନ ୪ଟି ସ୍ପିଲ୍‌ୱେ ଗେଟ୍‌କୁ ୨ ଫୁଟ ଲେଖାଏ ଖୋଲାଯାଇଥିବାବେଳେ ୨ଟି ସ୍ଲୁଇସ୍ ଗେଟ୍‌କୁ ମଧ୍ୟ ୧୨ ଇଞ୍ଚ ଲେଖାଏ ଖୋଲା ରଖାଯାଇଛି।

ଆର୍‌ଏସ୍‌ପି ଜଳ ପରିଚାଳନା ବିଭାଗ ପକ୍ଷରୁ ଜଳଭଣ୍ଡାର ଓ ନଦୀର ସ୍ଥିତି ଉପରେ ନିରନ୍ତର ନଜର ରଖାଯାଇଛି।

ବନ୍ୟା ପରିସ୍ଥିତି ସୃଷ୍ଟି ନହେବା ତଥା ଡ୍ୟାମ୍‌ର ସୁରକ୍ଷିତ ପରିଚାଳନା ପାଇଁ କାର୍ଯ୍ୟକ୍ଷମ ଆବଶ୍ୟକତା ଅନୁଯାୟୀ ପର୍ଯ୍ୟାୟକ୍ରମେ ଏହି ଜଳ ନିଷ୍କାସନ କରାଯାଉଛି।

Jammu Kashmir Flood: ଜମ୍ମୁ-କାଶ୍ମୀରର ରାଜୌରୀରେ ତାଣ୍ଡବ ରଚିଲା ବନ୍ୟା: ୧୧ ମୃତ, ୨୫୦ ଗାଡ଼ି ଭାସିଗଲା ଉଲ୍ଲେଖଯୋଗ୍ୟ, ଗତ ୩ ତାରିଖ ସନ୍ଧ୍ୟାରେ ଚଳିତବର୍ଷ ପ୍ରଥମଥର ପାଇଁ ମନ୍ଦିରା ଡ୍ୟାମ୍‌ର ଗେଟ୍‌ ଖୋଲାଯାଇଥିଲା।

ପ୍ରଥମ ଦିନ ଡ୍ୟାମ୍‌ର ଗୋଟିଏ ଗେଟ୍‌କୁ ୨ ଇଞ୍ଚ୍‌ ପର୍ଯ୍ୟନ୍ତ ଖୋଲାଯାଇଥିଲା।

ମନ୍ଦିରା ଡ୍ୟାମ୍‌ର ବିପଦସଙ୍କେତ ଜଳସ୍ତର ହେଉଛି ୬୯୦ ଫୁଟ୍‌।

ଗତ କିଛି ଦିନ ହେଲା ଉପରମୁଣ୍ଡରେ ଲଗାତାର ବର୍ଷା ଯୋଗୁ ଡ୍ୟାମ୍‌ର ଜଳସ୍ତର ବୃଦ୍ଧି ପାଇଛି।

ଜଳ ନିଷ୍କାସନ ଯୋଗୁ ତଳମୁଣ୍ଡରେ ଥିବା ବ୍ରାହ୍ମଣୀ ନଦୀର ଜଳସ୍ତର ବୃଦ୍ଧି ପାଇବାର ସମ୍ଭାବନା ଥିବାରୁ ସ୍ଥାନୀୟ ଅଞ୍ଚଳବାସୀଙ୍କୁ ସତର୍କ କରାଯାଇଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।