ପୋକରୁ ୱାଇନ

Jul 12, 2026 - 12:34
ପୋକରୁ ୱାଇନ

 

ଚୀନ୍ର କିଛି ଅଞ୍ଚଳର ଏକ ନିଆରା ପରମ୍ପରା ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି, ଯେଉଁଠାରେ ମାଟିରୁ ବାହାରୁଥିବା ପୋକମାନଙ୍କ ସାହାଯ୍ୟରେ ୱାଇନ୍ ପ୍ରସ୍ତୁତ କରାଯାଉଛି । ଏଠାକାର ସ୍ଥାନୀୟ ଲୋକମାନେ ମାଟି ଖୋଳି ଏକ ସ୍ୱତନ୍ତ୍ର ପ୍ରକାରର ପୋକ ଓ ସେମାନଙ୍କର ଲାର୍ଭା ବାହାର କରିଥାନ୍ତି ଏବଂ ଏହାକୁ ଏକ ପାରମ୍ପରିକ ତଥା ଔଷଧୀୟ ପାନୀୟ ଭାବେ ଗ୍ରହଣ କରନ୍ତି । ଏହି ୱାଇନ୍ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ବିଲ ବା ଜଙ୍ଗଲରୁ ମାଟି ଖୋଳି ସ୍ୱତନ୍ତ୍ର ଲାର୍ଭା ସଂଗ୍ରହ କରାଯାଏ । ତାପରେ ସେଗୁଡ଼ିକୁ ଭଲଭାବେ ସଫା କରି ଶୁଖାଯାଏ ଏବଂ ପରେ ଏହାର ଏକ ପାଉଡର ପ୍ରସ୍ତୁତ କରାଯାଏ । ଏହାପରେ ଏହି ପାଉଡରକୁ ଗରମ ପାଣି, ଚାଉଳରୁ ପ୍ରସ୍ତୁତ ରାଇସ୍ ୱାଇନ୍ କିମ୍ବା ଅନ୍ୟ କୌଣସି ଆଲକୋହଲ୍ ସହିତ ମିଶାଇ ଏହି ସ୍ୱତନ୍ତ୍ର ୱାଇନ୍ ପ୍ରସ୍ତୁତ କରାଯାଇଥାଏ । ଚାଇନିଜ୍ ଟ୍ରାଡିସନାଲ୍ ମେଡିସିନ୍ ବା ପାରମ୍ପରିକ ଚିକିତ୍ସା ପଦ୍ଧତିରେ ପୋକ ଏବଂ ଲାର୍ଭାର ବ୍ୟବହାର ଶତାବ୍ଦୀ ଶତାବ୍ଦୀ ଧରି ହୋଇଆସୁଛି । ସେଥିପାଇଁ ସ୍ଥାନୀୟ ଲୋକଙ୍କ ବିଶ୍ୱାସ ରହିଛି ଯେ ଏହି ୱାଇନ୍ ସେମାନଙ୍କ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।