ପୁଅ ଭାବି ପଦେ କହିଥିଲି...

Nov 08, 2026 - 16:28
ପୁଅ ଭାବି ପଦେ କହିଥିଲି...

ଏ ହେଉଛି ୭୬ ବର୍ଷୀୟା କୁଞ୍ଜଲତା ନନ୍ଦଙ୍କ କାହାଣୀ।

ଯେଉଁ ବୟସରେ ନାତିନାତୁଣୀଙ୍କ ଗହଣରେ ହସଖୁସିରେ ସମୟ କାଟିବା କଥା ସେହି ବୟସରେ ତାଙ୍କ ଜୀବନର ଅନ୍ତ ଅତି ନିର୍ମମ ଭାବେ ଘଟିଲା ।

ଏହି ଘଟଣାକୁ ନେଇ ଆଉ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆଣିଛନ୍ତି ଘରର ପୂଜକ।

ତାଙ୍କ କହିବା ଅନୁସାରେ କେୟାରଟେକର ବଳଭଦ୍ର ନିଶା ସେବନ କରୁଥିଲେ।

ଯାହାକୁ ନେଇ କୁଞ୍ଜଲତା ଅସନ୍ତୁଷ୍ଟ ଥିଲେ।

ଏପରିକି ବଳଭଦ୍ରଙ୍କୁ ଘରୁ ବିଦା କରିବାକୁ ମଧ୍ୟ କୁଞ୍ଜଲତା ଯୋଜନା କରିଥିଲେ।

ଖୁବ୍‌ଶୀଘ୍ର ତାଙ୍କୁ କାମରୁ ବାହାର କରାଯାଇଥାନ୍ତା ବୋଲି ପୂଜକ କହିଛନ୍ତି।

କିନ୍ତୁ ଏହା ପୁର୍ବରୁ ବଳଭଦ୍ର ଘଟାଇଲା ନାରକୀୟ କାଣ୍ଡ | ଏତେବଡ଼ ଜଘନ୍ୟ କାଣ୍ଡ ଭିଆଇଥିବା କେୟାରଟେକରକୁ ଶେଷରେ ପୁରୀ ଜିଲ୍ଲା ପାରିକୁଦ ଅଞ୍ଚଳରୁ ଗିରଫ କରାଯାଇଛି ।

ତାକୁ ତା କର୍ମର ଫଳ ତ ନିହାତି ମିଳିବ କିନ୍ତୁ ଯିଏ ଚାଲିଗଲା ସେ କଣ ଆଉ ଫେରି ଆସିବ ?

Advertisment

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)