ପରକୀୟା ପ୍ରୀତିକୁ କେନ୍ଦ୍ର କରି ଟିଏମସି ନେତାଙ୍କ ଘରେ ବ୍ୟାପକ ଭଙ୍ଗାରୁଜା

Jul 09, 2026 - 13:12
ପରକୀୟା ପ୍ରୀତିକୁ କେନ୍ଦ୍ର କରି ଟିଏମସି ନେତାଙ୍କ ଘରେ ବ୍ୟାପକ ଭଙ୍ଗାରୁଜା

"ଆସାନସୋଲ: ପଶ୍ଚିମବଙ୍ଗର ପଶ୍ଚିମ ବର୍ଦ୍ଧମାନ ଜିଲ୍ଲା ଅନ୍ତର୍ଗତ ରାନୀଗଞ୍ଜ ଗ୍ରାମାଞ୍ଚଳରେ ଏକ ଚଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି।

ଟିଏମସି (ତୃଣମୂଳ କଂଗ୍ରେସ) ର ଜିଲ୍ଲା ପରିଷଦ ସଦସ୍ୟ ବିଶ୍ୱନାଥ ବାଉରୀଙ୍କ ପୁଅଙ୍କ ପରକୀୟା ପ୍ରୀତିକୁ କେନ୍ଦ୍ର କରି ଉତ୍ୟକ୍ତ ଗ୍ରାମବାସୀ ତାଙ୍କ ବାସଭବନ ଉପରେ ଆକ୍ରମଣ କରିବା ସହ ବ୍ୟାପକ ଭଙ୍ଗାରୁଜା ଓ ପଥରମାଡ଼ କରିଛନ୍ତି।

Advertisment ସ୍ଥାନୀୟ ସୂତ୍ର ଅନୁଯାୟୀ, ନେତାଙ୍କ ପୁଅ ପବିତ୍ର ବାଉରୀଙ୍କର ପଡ଼ୋଶୀ ଅଞ୍ଚଳର ଜଣେ ବିବାହିତ ମହିଳାଙ୍କ ସହ ଦୀର୍ଘ ଦିନରୁ ପ୍ରେମ ସମ୍ପର୍କ ରହିଥିବା ନେଇ ଗ୍ରାମରେ ଚର୍ଚ୍ଚା ଜୋର ଧରିଥିଲା।

ଏହି ଖବର ପ୍ରସାରିତ ହେବା ପରେ ରତିବାଟି ଅଞ୍ଚଳରେ ଥିବା ଏହି ନେତାଙ୍କ ଘର ସମ୍ମୁଖରେ ଶତାଧିକ ଗ୍ରାମବାସୀ ଏକତ୍ରିତ ହୋଇ ପ୍ରତିବାଦ କରିଥିଲେ, ଯାହା ପରବର୍ତ୍ତୀ ସମୟରେ ହିଂସାତ୍ମକ ରୂପ ନେଇଥିଲା।

ଉତ୍ୟକ୍ତ ଭିଡ଼ ଟିଏମସି ନେତାଙ୍କ ଘର ଉପରକୁ ପ୍ରବଳ ପଥରମାଡ଼ କରିବା ସହ ଘରର ମୁଖ୍ୟ ଫାଟକ, ଷ୍ଟିଲ୍ ଗ୍ରିଲ୍ ଏବଂ ଜେନାଲାର କାଚ ଆଦି ଭାଙ୍ଗି ନଷ୍ଟ କରିଦେଇଛନ୍ତି।

ବିକ୍ଷୋଭକାରୀମାନଙ୍କ ଦାବି ଅନୁଯାୟୀ, ଯଦି ପବିତ୍ର ବାଉରୀ ଏବଂ ଉକ୍ତ ମହିଳାଙ୍କ ମଧ୍ୟରେ ପ୍ରକୃତରେ ପ୍ରେମ ସମ୍ପର୍କ ରହିଛି, ତେବେ ସେ ସର୍ବସାଧାରଣରେ ଏହାକୁ ସ୍ୱୀକାର କରନ୍ତୁ ଏବଂ ମହିଳାଙ୍କୁ ନିଜ ସ୍ତ୍ରୀ ଭାବେ ଗ୍ରହଣ କରି ବିବାହ କରନ୍ତୁ।

ସେପଟେ ଘର ସମ୍ମୁଖରେ ପରିସ୍ଥିତି ଜଟିଳ ଓ ଉଗ୍ର ହେବା ଦେଖି ବିଶ୍ୱନାଥ ବାଉରୀ ଏବଂ ତାଙ୍କ ପରିବାର ଲୋକେ ଘର ଛାଡ଼ି କେଉଁଆଡ଼େ ପଳାଇଥିଲେ।

K‌hanSir: ଖାନ୍‌ ସାର୍‌ଙ୍କ କୋଚିଂ ସେଣ୍ଟର ଭଙ୍ଗାରୁଜା ଘଟଣା: ଅଭିଯୁକ୍ତ ପ୍ରିନ୍ସ ଯାଦବଙ୍କର ନେପାଳରେ ସନ୍ଦେହଜନକ ମୃତ୍ୟୁ ପ୍ରାଥମିକ ପର୍ଯ୍ୟାୟରେ ସ୍ଥାନୀୟ ପୋଲିସ ଭିଡ଼କୁ ନିୟନ୍ତ୍ରଣ କରିବାରେ ବେଶ୍ ନାକେଦମ ହୋଇଥିଲା, ଯାହା ପରେ ସେଠାରେ ସ୍ଥିତି ସୁଧାରିବା ପାଇଁ ଅତିରିକ୍ତ ପୋଲିସ ଫୋର୍ସ ମୁତୟନ କରାଯାଇଛି।

ବର୍ତ୍ତମାନ ସମ୍ପୂର୍ଣ୍ଣ ଅଞ୍ଚଳରେ ପୋଲିସର କଡ଼ା ନଜର ରହିଛି ଏବଂ ଏହି ଆକ୍ରମଣ ଓ ଭଙ୍ଗାରୁଜା ଘଟଣାରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।