ପନିର ନାଁରେ ବିଷ ବିକ୍ରି ଅଭିଯୋଗ: କଟକରେ ୭୦ କ୍ୱିଣ୍ଟାଲ ଅପମିଶ୍ରିତ ପନିର ନଷ୍ଟ

Aug 20, 2026 - 12:55
ପନିର ନାଁରେ ବିଷ ବିକ୍ରି ଅଭିଯୋଗ: କଟକରେ ୭୦ କ୍ୱିଣ୍ଟାଲ ଅପମିଶ୍ରିତ ପନିର ନଷ୍ଟ

ନନ୍ଦିଘୋଷ ବ୍ୟୁରୋ: ପନିର ନାଁରେ ନକଲି ସାମଗ୍ରୀ ବିକ୍ରି ଅଭିଯୋଗରେ କଟକ ମହାନଗର ନିଗମର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଏହି ଚଢ଼ାଉରେ ପ୍ରାୟ ୭୦ କ୍ୱିଣ୍ଟାଲ ପନିର ଜବତ କରାଯାଇ ପରେ ନଷ୍ଟ କରାଯାଇଛି। ଜବତ ହୋଇଥିବା ପନିର ନିଆଳି ଅଞ୍ଚଳରୁ ଆସିଥିବା ସୂଚନା ମିଳିଛି। ନକଲି ପନିର ବିକ୍ରି ହେଉଥିବା ନେଇ ସୂଚନା ପାଇବା ପରେ ସ୍ୱାସ୍ଥ୍ୟ ବିଭାଗ ଲିଙ୍କ ରୋଡ୍ ନିକଟରେ ଚଢ଼ାଉ କରିଥିଲା। ଚଢ଼ାଉ ସମୟରେ ବିପୁଳ ପରିମାଣର ପନିର ଜବତ କରାଯାଇଥିଲା। ପରେ ଜବତ ପନିରକୁ ସତୀଚଉରା ଡମ୍ପିଂୟାର୍ଡରେ ନଷ୍ଟ କରାଯାଇଛି।

ଏହାସହ ପନିରର ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି। ପରୀକ୍ଷା ରିପୋର୍ଟ ଆସିବା ପରେ ତାହାକୁ ସମୀକ୍ଷା କରାଯାଇ ସମ୍ପୃକ୍ତ ବ୍ୟବସାୟୀଙ୍କ ବିରୋଧରେ ନିୟମାନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମହାନଗର ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି। ଉଲ୍ଲେଖଯୋଗ୍ୟ, ଏହାର ଗୋଟିଏ ଦିନ ପୂର୍ବରୁ ସିଡିଏ ସେକ୍ଟର-୭ ଅଞ୍ଚଳରେ ମଧ୍ୟ ଚଢ଼ାଉ କରାଯାଇ ପ୍ରାୟ ଏକ କ୍ୱିଣ୍ଟାଲ ଭେଜାଲ ପନିର ଜବତ କରାଯାଇଥିଲା। ଲଗାତାର ଭାବେ ନକଲି ପନିର ଜବତ ହେବା ଘଟଣାକୁ ନେଇ ସହରବାସୀଙ୍କ ମଧ୍ୟରେ ଚିନ୍ତା ବଢ଼ିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)