ନେପାଳରେ ଫ୍ଲାସ୍ ଫ୍ଲଡ୍ ତାଣ୍ଡବ: ମୃତ୍ୟୁସଂଖ୍ୟା ୧୬୦ ଟପିଲା, ୪ ଶହରୁ ଅଧିକ ନିଖୋଜ

Aug 27, 2026 - 11:04
ନେପାଳରେ ଫ୍ଲାସ୍ ଫ୍ଲଡ୍ ତାଣ୍ଡବ: ମୃତ୍ୟୁସଂଖ୍ୟା ୧୬୦ ଟପିଲା, ୪ ଶହରୁ ଅଧିକ ନିଖୋଜ

ନନ୍ଦିଘୋଷ ବ୍ୟୁରୋ : ନେପାଳ ଫ୍ଲାସ୍ ଫ୍ଲଡ୍‌ରେ ମୃତ୍ୟୁସଂଖ୍ୟା ୧୬୦ ଟପିଛି। ଏବେ ବି ୪ ଶହରୁ ଅଧିକ ଲୋକ ନିଖୋଜ ଅଛନ୍ତି। ସେମାନଙ୍କ ମଧ୍ୟରେ ୧୩୦ରୁ ଅଧିକ ଭାରତୀୟ ଅଛନ୍ତି। ଜୋରସୋରରେ ଚାଲିଛି ରିଲିଫ୍ ଓ ଉଦ୍ଧାର କାମ। ଗତକାଲି ହୋଇଥିଲା ଏହି ପ୍ରଳୟଙ୍କରୀ ବନ୍ୟା। ପାହାଡ଼ ଉପରୁ ହଠାତ୍ ମାଡ଼ି ଆସିଥିଲା ମାଟି କାଦୁଅ ମିଶା ପାଣି। ଚାହୁଁ ଚାହୁଁ ବହୁ ଗାଁ ଏଥିରେ ଭାସି ଯାଇଥିଲା। ଉତ୍ତର ନେପାଳର ରସୁୱା ଜିଲ୍ଲାର ତିମୁର ଓ ସ୍ୟାଫ୍ରୁବେସି ଅଞ୍ଚଳରେ ଏହି ପ୍ରକୃତିର ତାଣ୍ଡବ ହୋଇଛି। ପ୍ରବଳ ସ୍ରୋତରେ ଘରଦ୍ୱାର, ଦୋକାନ ବଜାର, ଗାଡ଼ିମଟର ଭାସି ଯାଇଛି। ବଡ଼ ବଡ଼ ରାସ୍ତା ଓ ସେତୁ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ଏହି ଫ୍ଲାସ୍ ଫ୍ଲଡ୍‌ର ଭୟାବହତା ଏତେ ଅଧିକ ଥିଲା ଯେ ତିମୁର ଅଞ୍ଚଳର ହେଲିପ୍ୟାଡ୍ ମଧ୍ୟ ଭାସିଯାଇଛି। ଫଳରେ ଉଦ୍ଧାର ପାଇଁ ପଠାଯାଇଥିବା ହେଲିକପ୍ଟରକୁ ଅବତରଣ ପାଇଁ ସୁରକ୍ଷିତ ସ୍ଥାନ ମିଳିନାହିଁ। ନେପାଳ-ଚୀନ୍ ସୀମା ନିକଟରେ ନିୟୋଜିତ ସୁରକ୍ଷା ବାହିନୀର ଅନେକ କର୍ମଚାରୀଙ୍କ ସହ ମଧ୍ୟ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି।

ଭାରତୀୟ ନାଗରିକଙ୍କ ସହାୟତା ପାଇଁ କାଠମାଣ୍ଡୁସ୍ଥିତ ଭାରତୀୟ ଦୂତାବାସ ଜାରି କରିଛି ହେଲ୍ପଲାଇନ୍ ନମ୍ବର। ଭାରତ ସରକାର ମଧ୍ୟ ନେପାଳକୁ ରିଲିଫ୍ ସାମଗ୍ରୀ ପଠାଇଛନ୍ତି। ଜାରି କରାଯାଇଥିବା ହେଲ୍ପଲାଇନ୍ ନମ୍ବର ହେଉଛି ୯୭୭ ୯୮୫ ୧୩୧ ୬୮୦୭ ଓ ୯୭୭ ୯୭୦ ୯୧୦ ୭୫୦୦। ନେପାଳ ପ୍ରଧାନମନ୍ତ୍ରୀ ବାଲେନ୍ ଶାହ ଜରୁରୀ ବୈଠକ ଡାକି ସ୍ଥିତିର ସମୀକ୍ଷା କରିଛନ୍ତି। ନିଖୋଜଙ୍କ ମଧ୍ୟରେ ଈଶା ଫାଉଣ୍ଡେସନ୍‌ର ଅନେକ ସଦସ୍ୟ ଅଛନ୍ତି। ସେମାନେ ମାନସରୋବର ଯାତ୍ରାରେ ଯାଇଥିଲେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Master Data Analytics

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)