ନେତାନ୍ୟାହୁଙ୍କ ହାତରୁ ଖସୁଛି ଇସ୍ରାଏଲ!

Oct 28, 2026 - 19:37
ନେତାନ୍ୟାହୁଙ୍କ ହାତରୁ ଖସୁଛି ଇସ୍ରାଏଲ!

ନନ୍ଦିଘୋଷ ବ୍ୟୁରୋ: ନେତାନ୍ୟାହୁଙ୍କ ହାତରୁ ଖସୁଛି କି ଇସ୍ରାଏଲ୍। ୮୦ ପ୍ରତିଶତରୁ ଅଧିକ ଭୋଟ ଗଣତି ସରିଥିଲେ ବି ତାଙ୍କୁ ସ୍ପଷ୍ଟ ବହୁମତ ମିଳିନାହିଁ। ଝୁଲା ସଂସଦ ସ୍ଥିତି ସୃଷ୍ଟି ହୋଇଛି। ସରକାର ଗଠନ ନେଇ ଦେଖା ଦେଇଛି ଅନିଶ୍ଚିତତା। ପ୍ରାରମ୍ଭିକ ଫଳାଫଳ ଅନୁସାରେ ରାଜନୈତିକ ଅଚଳାବସ୍ଥାର ସଙ୍କେତ ଦେଉଛି। ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁ ଓ ତାଙ୍କର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ତଥା ପୂର୍ବତନ ସାମରିକ ମୁଖ୍ୟ ଗାଦି ଆଇଜେନକୋଟ୍‌ଙ୍କ ମେଣ୍ଟ ମଧ୍ୟରୁ କେହି ବି ସରକାର ଗଠନ ପାଇଁ ଆବଶ୍ୟକ ୬୧ ଆସନ ହାସଲ କରିବା ସ୍ଥିତିରେ ନାହାନ୍ତି।

ଇସ୍ରାଏଲ୍‌ର ୧୨୦ ଆସନ ବିଶିଷ୍ଟ ସଂସଦ ‘ନେସେଟ୍‌’ରେ ସରକାର ଗଠନ ପାଇଁ ଅତି କମ୍‌ରେ ୬୧ ଆସନ ଆବଶ୍ୟକ। ନେତାନ୍ୟାହୁଙ୍କ ଦକ୍ଷିଣପନ୍ଥୀ ମେଣ୍ଟ ପ୍ରାୟ ୫୪ ଆସନ ପାଉଛି। ବିରୋଧୀ ମେଣ୍ଟ ୪୭ରୁ ୪୯ ଆସନ ପାଇବା ଆକଳନ କରାଯାଇଛି। ଆରବ ଦଳଗୁଡ଼ିକ ପ୍ରାୟ ୧୭ ଆସନ ପାଇପାରନ୍ତି। ତେବେ ନେତାନ୍ୟାହୁ ନିଜ ଦଳର ପ୍ରଦର୍ଶନକୁ ନେଇ ଆତ୍ମବିଶ୍ୱାସ ଦେଖାଇଛନ୍ତି ଓ ଦକ୍ଷିଣପନ୍ଥୀ ସରକାର ଗଠନ ପାଇଁ ଆହ୍ୱାନ ଦେଇଛନ୍ତି। ସେପଟେ ପରିବର୍ତ୍ତନ ଆଶାରେ ବିରୋଧୀ ମେଣ୍ଟର ନେତା ଗାଦି ଆଇଜେନକୋଟ କହିଛନ୍ତି, ଜନସାଧାରଣ ପରିବର୍ତ୍ତନ ସପକ୍ଷରେ ମତଦାନ କରିଛନ୍ତି। ଇସ୍ରାଏଲ୍‌ରେ ଏକ ନୂଆ ରାଜନୈତିକ ଯୁଗର ଆରମ୍ଭ କରିପାରେ। ଏହି ନିର୍ବାଚନର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି ଆରବ ସମ୍ପ୍ରଦାୟର ପ୍ରତିନିଧିତ୍ୱ ବୃଦ୍ଧି। ଜଏଣ୍ଟ ଲିଷ୍ଟ ଓ ରାମ୍‌ (Ra’am) ଭଳି ଦଳ ମିଳିତ ଭାବେ ୧୭ରୁ ୧୯ ଆସନ ପାଇବା ଆକଳନ କରାଯାଉଛି।

ଇସ୍ରାଏଲ୍‌ର ରାଜନୀତିରେ ଏହା ସେମାନଙ୍କୁ ଗୁରୁତ୍ୱପୂର୍ଣ୍ଣ ନିର୍ଣ୍ଣାୟକ ଶକ୍ତିରେ ପରିଣତ କରିପାରେ। ଇସ୍ରାଏଲରେ ଏଥର ୭୭.୭ ପ୍ରତିଶତ ମତଦାନ ହୋଇଛି, ଏହା ୧୯୯୯ ପରଠାରୁ ସର୍ବାଧିକ। ଚୂଡ଼ାନ୍ତ ଫଳାଫଳ ପ୍ରକାଶ ପରେ ରାଷ୍ଟ୍ରପତି ଆଇଜାକ ହର୍ଜୋଗ ସବୁ ଦଳ ସହିତ ଆଲୋଚନା କରି ସରକାର ଗଠନ ପାଇଁ ସବୁଠୁ ଅଧିକ ସମ୍ଭାବନା ଥିବା ନେତାଙ୍କୁ ଆମନ୍ତ୍ରଣ କରିବେ। ନିର୍ଦ୍ଧାରିତ ସମୟ ମଧ୍ୟରେ ବହୁମତ ଯୋଗାଡ଼ ହୋଇନପାରିଲେ, ପୁନର୍ବାର ନିର୍ବାଚନ ହୋଇପାରେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)