ନୃତ୍ୟରେ ପ୍ରେମର ଗଭୀରତା ଓ ନିୟତିର ଜଟିଳ ଆହ୍ୱାନ: ‘ଗୁରୁ ଦେବପ୍ରସାଦ ଦାସ ପୁରସ୍କାର ଉତ୍ସବ’ର ଦ୍ୱିତୀୟ ସନ୍ଧ୍ୟା
ଭୁବନେଶ୍ୱର: 'ଗୁରୁ ଦେବପ୍ରସାଦ ଦାସ ଫାଉଣ୍ଡେସନ୍' ପକ୍ଷରୁ ରବୀନ୍ଦ୍ର ମଣ୍ଡପ ରେ ଆୟୋଜିତ ଏକାଦଶ 'ଗୁରୁ ଦେବପ୍ରସାଦ ଦାସ ପୁରସ୍କାର ଉତ୍ସବ'ର ଦ୍ୱିତୀୟ ସନ୍ଧ୍ୟାରେ ପାରମ୍ପରିକ ନୃତ୍ୟ ସଂରଚନା ଓ ଦଳଗତ ନୃତ୍ୟର ଅପୂର୍ବ ସମାହାର ଦେଖିବାକୁ ମିଳିଥିଲା।
ପ୍ରାରମ୍ଭରେ ଅନୁଷ୍ଠାନର କଳାକାରମାନେ 'ହରି-ହର ମଙ୍ଗଳାଚରଣ' ପରିବେଷଣ କରିଥିଲେ।
ଏହା ପରେ ମାଲେସିଆର ଆଙ୍ଗିକ୍ ଫାଇନ୍ ଆର୍ଟସ ପକ୍ଷରୁ 'ଗଙ୍ଗା ତରଙ୍ଗ' ପରିବେଷଣ କରାଯାଇଥିଲା।
ଗୁରୁ ବିପଞ୍ଚି ଦାସଙ୍କ ନୃତ୍ୟ ନିର୍ଦ୍ଦେଶନାରେ ପ୍ରସ୍ତୁତ ଏହି ନୃତ୍ୟ ଦେବପ୍ରସାଦ ଦାସ ପରମ୍ପରାର ଅନ୍ତର୍ଜାତୀୟ ପ୍ରଚାରପ୍ରସାରକୁ ଉପସ୍ଥାପିତ କରିଥିଲା।
Advertisment Cyclone: ସ୍ଥାନାନ୍ତର ୧୭୨ ଗର୍ଭବତୀଙ୍କ ମଧ୍ୟରୁ ୪୫ ମହିଳାଙ୍କ ପ୍ରସବ ଅନ୍ୟତମ ପ୍ରମୁଖ ଆକର୍ଷଣ ଥିଲା 'ନିୟୁ ଡ୍ୟାନ୍ସ ପ୍ରଡକ୍ସନ' ପକ୍ଷରୁ 'ପ୍ରେମର ଅଭିଜ୍ଞାନ'।
ଶିଳ୍ପୀ ଦୁଷ୍ମନ୍ତ ସ୍ୱାଇଁ ଓ ଅରୁଦୀପ୍ତା ସ୍ୱାଇଁଙ୍କ ଦ୍ୱାରା ପରିବେଷିତ ଏହି ଯୁଗଳ ନୃତ୍ୟରେ ପ୍ରେମ, ବିଚ୍ଛେଦ ଓ ନିୟତିର ଚିରନ୍ତନ ଭାବନାକୁ ଅଭିବ୍ୟକ୍ତ କରାଯାଇଥିଲା।
ରାଜା ଦୁଷ୍ମନ୍ତ ଓ ଶକୁନ୍ତଳାଙ୍କ ଅମର ପ୍ରେମ କାହାଣୀକୁ ଆଧାର କରି ଏହି ପ୍ରସ୍ତୁତି ପ୍ରେମର ଗଭୀରତା, ବିରହର ବେଦନା ଓ ନିୟତିର ଜଟିଳତାକୁ ଉପସ୍ଥାପନ କରିଥିଲା।
ଶ୍ରୀ ଡ୍ୟାନ୍ସ ଏକାଡେମୀ ପକ୍ଷରୁ ଗୁରୁ ନମିତା ରାୟଙ୍କ ତତ୍ତ୍ବାବଧାନରେ ଦଳଗତ ନୃତ୍ୟ ଦର୍ଶକଙ୍କୁ ବାନ୍ଧି ରଖିଥିଲା।
ଫାଉଣ୍ଡେସନ୍ର ପ୍ରତିଷ୍ଠାତା ସମ୍ପାଦିକା ନୃତ୍ୟଗୁରୁ ବିପଞ୍ଚି ଦାସ ଉତ୍ସବର ପରିଚାଳନା କରିଥିଲେ।
ଫାଉଣ୍ଡେସନ୍ର ସଭାପତି ଗୋପାଳକୃଷ୍ଣ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ଭାବେ ନୃତ୍ୟ ଗୁରୁ ସ୍ନେହପ୍ରଭା ସାମନ୍ତରାୟ, ଗୁରୁ ନୀତା ବହିଦାର, ଗୁରୁ ଦେବପ୍ରସାଦ ଦାସଙ୍କ ପତ୍ନୀ ଜିତାରାଣୀ ଦାସ ପ୍ରମୁଖ ଯୋଗ ଦେଇଥିଲେ।
ମୃତ୍ୟୁଞ୍ଜୟ ରଥ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।
FASTag rules: ନଭେମ୍ବର ପହିଲାରୁ ବଦଳିବ ଫାସ୍ଟ୍ୟାଗ୍ ନିୟମ; ୨୦ କିମି ଭିତରେ ରହୁଥିବା ଲୋକଙ୍କୁ ମିଳିବ ରିହାତି
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
