ନିଆରା ପ୍ରତିଯୋଗିତା

ବିହାରର ପଶ୍ଚିମ ଚମ୍ପାରଣ ଅନ୍ତର୍ଗତ ନୌତନର ଏକ ରେଷ୍ଟୁରାଣ୍ଟରେ 'ଚମ୍ପାରଣ ୱେଲଫେୟାର ସୋସାଇଟି' ପକ୍ଷରୁ ଆୟୋଜିତ ଏକ ଅଦ୍ଭୁତ 'ଆମ୍ବ ଖିଆ ପ୍ରତିଯୋଗିତା' ଆୟୋଜନ କରାଯାଇଥିଲା । ଯେଉଁଥିରେ ଜଣେ ବ୍ୟକ୍ତି ମାତ୍ର ୧୨ ମିନିଟରେ ୪୦ଟି ଆମ୍ବ ଖାଇ ସମସ୍ତଙ୍କୁ ଚକିତ କରିଦେଇଛନ୍ତି । ଏହି ପ୍ରତିଯୋଗିତାରେ ପ୍ରାୟ ୨୦୦ରୁ ଅଧିକ ପ୍ରତିଯୋଗୀ ଭାଗ ନେଇଥିବା ବେଳେ ସମସ୍ତଙ୍କ ସାମ୍ନାରେ ଚମ୍ପାରଣର ପ୍ରସିଦ୍ଧ 'ଜର୍ଦା ଆମ୍ବ' ରଖାଯାଇଥିଲା । ୧୩ ମିନିଟ୍ ମଧ୍ୟରେ ୪୦ଟି ଆମ୍ବ ଶେଷ କରିବାର ଚ୍ୟାଲେଞ୍ଜ୍ ଦିଆଯାଇଥିଲା । ତେବେ ଖଡ୍ଡା ପଞ୍ଚାୟତର ଶିବନାଥ ଯାଦବ ସମସ୍ତ ପ୍ରତିଦ୍ୱନ୍ଦ୍ୱୀଙ୍କୁ ପଛରେ ପକାଇ ନିର୍ଦ୍ଧାରିତ ସମୟ ପୂର୍ବରୁ ଅର୍ଥାତ୍ ମାତ୍ର ୧୨ ମିନିଟରେ ୪୦ଟି ଆମ୍ବ ଖାଇ ଏହି ପ୍ରତିଯୋଗିତା ଜିତିଛନ୍ତି । ଏହି ଚିତ୍ତାକର୍ଷକ ବିଜୟ ପାଇଁ ଶିବନାଥଙ୍କୁ ମେଡାଲ, ଶିଲ୍ଡ ଓ ନଗଦ ପୁରସ୍କାର ପ୍ରଦାନ କରାଯିବା ସହ ସଂସ୍ଥା ପକ୍ଷରୁ ତାଙ୍କର ସମ୍ପୂର୍ଣ୍ଣ 'ବୈଷ୍ଣୋ ଦେବୀ ଯାତ୍ରା'ର ଖର୍ଚ୍ଚ ମଧ୍ୟ ବହନ କରାଯିବ ବୋଲି ଘୋଷଣା କରାଯାଇଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।