ନର୍ସିଂହୋମରେ ବେଆଇନ ଅଲଟ୍ରାସାଉଣ୍ଡ, ସିଲ୍ କଲା ପ୍ରଶାସନ

Aug 21, 2026 - 11:20
ନର୍ସିଂହୋମରେ ବେଆଇନ ଅଲଟ୍ରାସାଉଣ୍ଡ, ସିଲ୍ କଲା ପ୍ରଶାସନ

ନନ୍ଦିଘୋଷ ବ୍ୟୁରୋ: ବେଆଇନ ଭାବେ ଅଲଟ୍ରାସାଉଣ୍ଡ କରିବା ପଡ଼ିଲା ମହଙ୍ଗା। ପ୍ରଶାସନ ପକ୍ଷରୁ ସିଲ୍ ହେଲା ନର୍ସିଂହୋମ୍। ବାଲେଶ୍ୱର ଜିଲ୍ଲା ସିମୁଳିଆ ବ୍ଲକ ଅନ୍ତର୍ଗତ ରିଆସ୍ଥିତ ଏକ ନର୍ସିଂହୋମ୍‌ରେ ପ୍ରଶାସନ ପକ୍ଷରୁ ଚଢ଼ାଉ କରାଯାଇ ଯାଞ୍ଚ ପରେ ଏହି କାର୍ଯ୍ୟାନୁଷ୍ଠାନ ହୋଇଛି। ସୂଚନା ଅନୁସାରେ, ଏକ ୬ ଜଣିଆ ଟିମ୍ ନର୍ସିଂହୋମ୍‌ରେ ପହଞ୍ଚି ବିଭିନ୍ନ ଦିଗର ଯାଞ୍ଚ କରିଥିଲେ। ଯାଞ୍ଚ ସମୟରେ ଆବଶ୍ୟକୀୟ କାଗଜପତ୍ରର ଅଭାବ ସହ ବିନା ଡାକ୍ତରରେ ଅଲଟ୍ରାସାଉଣ୍ଡ କରାଯାଉଥିବା ଅଭିଯୋଗ ସାମ୍ନାକୁ ଆସିଥିଲା। ଏହାପରେ ପ୍ରଶାସନ ପକ୍ଷରୁ ନର୍ସିଂହୋମ୍‌କୁ ସିଲ୍ କରାଯାଇଛି।

ଅଭିଯୋଗ ଅନୁସାରେ, ୨୦୨୪ ମସିହା ଅଗଷ୍ଟ ମାସରୁ ନର୍ସିଂହୋମ୍‌ରେ ଅଲଟ୍ରାସାଉଣ୍ଡ କରୁଥିବା ଡାକ୍ତର ନର୍ସିଂହୋମ୍ ଛାଡ଼ି ଦେଇଥିଲେ। ତେବେ ତାଙ୍କ ପରେ ମଧ୍ୟ ଅଲଟ୍ରାସାଉଣ୍ଡ ସେବା କିପରି ଚାଲିଥିଲା, ତାହାକୁ ନେଇ ଏବେ ବଡ଼ ପ୍ରଶ୍ନ ଉଠିଛି। ପ୍ରାୟ ଦୁଇ ବର୍ଷ ଧରି ବିନା ଡାକ୍ତରରେ କିପରି ଅଲଟ୍ରାସାଉଣ୍ଡ କରାଯାଉଥିଲା? ଏହି ସମୟ ମଧ୍ୟରେ ପ୍ରସ୍ତୁତ ହୋଇଥିବା ଅଲଟ୍ରାସାଉଣ୍ଡ ରିପୋର୍ଟଗୁଡ଼ିକ କେତେ ନିର୍ଭରଯୋଗ୍ୟ? ଏହା ପଛରେ ଆଉ କାହାର ସଂପୃକ୍ତି ରହିଛି କି? ଏଭଳି ଅନେକ ପ୍ରଶ୍ନ ଏବେ ସାମ୍ନାକୁ ଆସିଛି। ବେଆଇନ କାରବାର ପଛରେ ଥିବା ବ୍ୟକ୍ତିଙ୍କ ସଂପୃକ୍ତି ଓ ଅନ୍ୟାନ୍ୟ ତଥ୍ୟ ନେଇ ପ୍ରଶାସନ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି। ଆଗକୁ ଯାଞ୍ଚ ଆହୁରି ବ୍ୟାପକ ହେଲେ ନର୍ସିଂହୋମ୍‌ର ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media