ନବମ ,ଦଶମ ଶ୍ରେଣୀ ପିଲାଙ୍କୁ ଦିଆଯିବ କ୍ୟାରିଅର ଗାଇଡାନ୍ସ
ଭୁବନେଶ୍ୱର : କ୍ୟାରିୟର ଚୟନ କରିବେ ନବମ ଓ ଦଶମ ଶ୍ରେଣୀ ଛାତଛାତ୍ରୀ । ମାଟ୍ରିକ ପାଠପଢ଼ା ପରେ କେଉଁ କ୍ଷେତ୍ରରେ କ୍ୟାରିୟର କରିବେ ସେନେଇ ଦିଆଯିବ ମାର୍ଗଦର୍ଶନ । ମାସର ପ୍ରତି ପ୍ରଥମ ଓ ତୃତୀୟ ଶନିବାର ଦିଆଯିବ ଗାଇଡାନ୍ସ । ପ୍ରଶାସନିକ କ୍ଷେତ୍ରରୁ ଆରମ୍ଭ କରି କରି ବିଭିନ୍ନ ବୃତ୍ତି ପାଇଁ କ୍ୟାରିୟର ଗଢିବା ପାଇଁ ମିଳିବ ଗାଇଡାନ୍ସ । ସକାଳ ସାଢ଼େ ୧୦ଟାରୁ ସାଢ଼େ ୧୧ଟା ଯାଏ ସ୍କୁଲରେ ହେବ କ୍ୟାରିୟର ୱେବିନାର । ୟୁପିଏସ୍ସି, ଓପିଏସ୍ସି, ହୋଟେଲ ମ୍ୟାନେଜ୍ମେଣ୍ଟ, ପୁଲିସ, ସାମ୍ବାଦିକତା, କୃଷି, ଅକ୍ଷୟ ଶକ୍ତି, ଧନ୍ଦାମୂଳକ, ସ୍ୱାସ୍ଥ୍ୟ ବିଜ୍ଞାନ ଆଦି ବିଭିନ୍ନ କ୍ଷେତ୍ର ପାଇଁ ମାର୍ଗଦର୍ଶନ ଦିଆଯିବ । ଏହି କାର୍ଯ୍ୟକ୍ରମ ଆସନ୍ତା ଜାନୁଆରୀ ୨୦୨୭ ଯାଏ ଚାଲିବ । ଏନେଇ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା) ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି କରାଯାଇଛି ।
ଆଜିଠୁ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ହେବ। ଆଜି ପ୍ରଥମ ଦିନରେ ‘ ସେଲଫ୍ ଡିସକଭରି ଆଣ୍ଡ କ୍ୟାରିୟର ପ୍ଲାନିଂ’ ଉପରେ ମାର୍ଗଦର୍ଶନ ଦିଆଯିବ । ସ୍ମାର୍ଟ କ୍ଲାସରୁମ୍ରେ ଛାତ୍ରଛାତ୍ରୀମାନେ ବସି ଏହାକୁ ଶୁଣିବେ ଏବଂ ନିଜର କ୍ୟାରିୟର ପାଇଁ ନିଜର ମାର୍ଗ ବାଝିବେ । ଯେପରି ସମସ୍ତ ଛାତ୍ରଛାତ୍ରୀମାନେ ଏଥିରେ ଯୋଗଦାନ କରିବେ ତାକୁ ସୁନିଶ୍ଚିତ କରାଯିବ । ଏହା ଲାଇଭ୍ ସେସନ୍ କରାଯିବ । ଓସେପା ପକ୍ଷରୁ ହୋଇଥିବା ଚିଠିରେ ଉଲ୍ଲେଖ ରହିଛି, ମୋଟ ୨୧ଟି ୱେବିନାର ହେବ । ଏଥିରୁ ୨୦୨୭ ଜାନୁଆରୀ ୩୦ ତାରିଖ ପର୍ଯ୍ୟନ୍ତ ୧୩ଟି ୱେବିନାର ହେବ । ବାକି ୧୪ରୁ ୨୧ଟି ବିଷୟରେ ୱେବିନାର ମଧ୍ୟ କରାଯିବ ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।