ନନ୍ଦନକାନନରେ ସିଂହୀ ଶ୍ରେୟା ମା’, ୨୦ ଦିନରେ ୫ କୁମ୍ଭୀର ମୃତ୍ୟୁ

Oct 14, 2026 - 10:51
ନନ୍ଦନକାନନରେ ସିଂହୀ ଶ୍ରେୟା ମା’, ୨୦ ଦିନରେ ୫ କୁମ୍ଭୀର ମୃତ୍ୟୁ

ନନ୍ଦିଘୋଷ ବ୍ୟୁରୋ: ନନ୍ଦନକାନନରେ ନୂଆ ଅତିଥି, ମା’ ହୋଇଛି ସିଂହୀ ଶ୍ରେୟା । ମାତ୍ର ଦୁଇ ବର୍ଷ ଦେଢ଼ ମାସ ବୟସରେ ମା’ ହୋଇଛି ସିଂହୀ ଶ୍ରୀୟା। ଶ୍ରୀୟା ଜନ୍ମ ଦେଇଛି ଗୋଟିଏ ଶାବକ। କମ୍ ବୟସ ହୋଇଥିବାରୁ ଶ୍ରୀୟା ଶାବକକୁ ଗ୍ରହଣ କରିନଥିବା ସୂଚନା ମିଳିଛି। ଶାବକକୁ ଏବେ ଶିଶୁ ଲାଳନପାଳନ କେନ୍ଦ୍ରକୁ ନିଆଯାଇଛି। ଅନ୍ୟପଟେ ଏହି ଖୁସି ଖବର ମଧ୍ୟରେ ନନ୍ଦନକାନନରୁ ଆସିଛି ଚିନ୍ତାଜନକ ଖବର। ଘଡ଼ିଆଳ ଖୁଆଡ଼ରେ ପୁଣି ଦୁଇ ଛୁଆଙ୍କ ମୃତ୍ୟୁ ହୋଇଛି । ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ମୃତଦେହର ବ୍ୟବଚ୍ଛେଦ କରାଯାଇଥିବା ସୂଚନା ମିଳିଛି। ମାତ୍ର ୨୦ ଦିନରେ ୫ କୁମ୍ଭୀରଙ୍କ ମୃତ୍ୟୁକୁ ନେଇ ପ୍ରଶ୍ନ ଉଠିଛି। ଗତ ମେ ୨୪ରୁ ଜୁନ୍ ୧ ମଧ୍ୟରେ ନନ୍ଦନକାନନରେ ୭୧ଟି ଘଡ଼ିଆଳ ଛୁଆ ଜନ୍ମ ହୋଇଥିଲେ। ହେଲେ ଏବେ ଲଗାତାର ମୃତ୍ୟୁ ଚିନ୍ତା ବଢ଼ାଇଛି। ମୃତ ୫ କୁମ୍ଭୀରଙ୍କ ମଧ୍ୟରେ ୩ଟି ପ୍ରାୟ ୪ ମାସର ଛୁଆ, ଗୋଟିଏ ବୟସ୍କ ଓ ଗୋଟିଏ ବଉଳା କୁମ୍ଭୀର ଥିବା ସୂଚନା ମିଳିଛି। ଖୁଆଡ଼ର ପାଣି ଓ ଖାଦ୍ୟର ମାନକୁ ନେଇ ପ୍ରଶ୍ନ ଉଠୁଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)