ନନ୍ଦନକାନନରେ ପ୍ରାଣ ହରାଇଲା…

Oct 20, 2026 - 20:07
ନନ୍ଦନକାନନରେ ପ୍ରାଣ ହରାଇଲା…

ଭୁବନେଶ୍ବର: ନନ୍ଦନକାନନରେ ଥମୁନି ପ୍ରାଣୀ ମୃତ୍ୟୁ । ପ୍ରାଣୀ ଉଦ୍ୟାନରେ ଆଜି ପୁଣି ଗୋଟିଏ ପକ୍ଷୀର ମୃତ୍ୟୁ ହୋଇଛି । ଏଥର ଉଦ୍ଭିଦ ଉଦ୍ୟାନରେ ଥିବା ଶାଗୁଣା ପ୍ରଜନନ କେନ୍ଦ୍ରରେ ଗୋଟିଏ ମାଈ ଶାଗୁଣାର ମୃତ୍ୟୁ ହୋଇଛି । ପରସ୍ପର ମଧ୍ୟରେ ଲଢ଼େଇ ପରେ କାନ୍ଥରେ ମୁଣ୍ଡ ପିଟି ହୋଇ ଆହତ ହେବାରୁ ଏହାର ମୃତ୍ୟୁ ଘଟିଥିବା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ମୃତ ମାଈ ଶାଗୁଣାଟି କ୍ୱାରେଣ୍ଟାଇନରେ ରଖାଯାଇଥିଲା । ବର୍ତ୍ତମାନ ଏହି ପ୍ରଜନନ କେନ୍ଦ୍ରର ପୁନରୁଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ଏଭଳି ମୃତ୍ୟୁକୁ ନେଇ ଶାଗୁଣା ସଂରକ୍ଷଣ ପ୍ରୟାସ ଉପରେ ପ୍ରଶ୍ନ ଉଠୁଛି । ଭାରତରେ ଶାଗୁଣା ବଂଶ ଅତ୍ୟନ୍ତ ସଙ୍କଟାପନ୍ନ । ୯୦ ଦଶକ ପରଠାରୁ ଦେଶରେ ଧଳା ପିଠିଆ ଶାଗୁଣା ,ଲମ୍ବା ଥୋଟିଆ ଶାଗୁଣା ଓ ଲାଲ୍ ମୁଣ୍ଡିଆ ଶାଗୁଣା ପ୍ରଜାତିର ସଂଖ୍ୟା ୯୦ ପ୍ରତିଶତରୁ ଅଧିକ ପଯ୍ୟନ୍ତ ହ୍ରାସ ପାଇଥିବା ବିଶେଷଜ୍ଞମାନେ କୁହନ୍ତି । ଏହାକୁ ଦୃଷ୍ଟିରେ ରଖି ନନ୍ଦନକାନନରେ ଶାଗୁଣା ପ୍ରଜନନ କେନ୍ଦ୍ର ସ୍ଥାପନ କରାଯାଇଥିଲା । ଏଭଳି ସ୍ଥିତିରେ ଗୋଟିଏ ପ୍ରଜନନକ୍ଷମ ମାଈ ଶାଗୁଣାର ମୃତ୍ୟୁ ସଂରକ୍ଷଣ ପ୍ରୟାସକୁ ବଡ଼ ଝଟକା ବୋଲି ପଶୁପ୍ରେମୀ କହିଛନ୍ତି । ଗତ କିଛିଦିନ ମଧ୍ୟରେ କୁମ୍ଭୀର ଛୁଆ, ଲଭ୍ ବାର୍ଡ ଏବଂ ଏବେ ଶାଗୁଣାର ମୃତ୍ୟୁ ନନ୍ଦନକାନନ ପରିଚାଳନା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ତେବେ ଏ ନେଇ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)