ଦ୍ୱାରକା ଏକ୍ସପ୍ରେସୱେରେ ଭୟଙ୍କର ଦୁର୍ଘଟଣା: କାମ କରୁଥିବା ଶ୍ରମିକଙ୍କ ଉପରେ ଚଢ଼ିଗଲା କାର, ୨ ମୃତ

Sep 17, 2026 - 11:38
ଦ୍ୱାରକା ଏକ୍ସପ୍ରେସୱେରେ ଭୟଙ୍କର ଦୁର୍ଘଟଣା: କାମ କରୁଥିବା ଶ୍ରମିକଙ୍କ ଉପରେ ଚଢ଼ିଗଲା କାର, ୨ ମୃତ

ନନ୍ଦିଘୋଷ ବ୍ୟୁରୋ : ଦ୍ୱାରକା ଏକ୍ସପ୍ରେସୱେର ଶ୍ରୀରାମ ଚୌକ ନିକଟରେ ମଙ୍ଗଳବାର ରାତିରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ଡିଭାଇଡରରେ ଲୁହା ଗ୍ରୀଲ୍ ଲଗାଉଥିବା ଶ୍ରମିକଙ୍କ ଉପରେ ଦ୍ରୁତଗାମୀ କାର ଚଢ଼ିଯିବାରୁ ୨ ଜଣଙ୍କ ମୃତ୍ୟୁ ହୋଇଛି। ଅନ୍ୟ ୨ ଶ୍ରମିକଙ୍କ ସମେତ କାର୍ ଚାଳକ ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଶ୍ରୀରାମ ଚୌକ ନିକଟରେ ରାତି ସମୟରେ ଏକ୍ସପ୍ରେସୱେ ଡିଭାଇଡରରେ ଲୁହା ଗ୍ରୀଲ୍ ଲଗାଇବା କାମ ଚାଲିଥିଲା। ଏହି କାମରେ ୪ ଜଣ ଶ୍ରମିକ ନିୟୋଜିତ ଥିଲେ। ଏହି ସମୟରେ ଦିଲ୍ଲୀ ପଟୁ ଆସୁଥିବା ଏକ ଦ୍ରୁତଗାମୀ କାର ନିୟନ୍ତ୍ରଣ ହରାଇ ଶ୍ରମିକମାନଙ୍କୁ ଧକ୍କା ଦେଇଥିଲା। ଧକ୍କା ଏତେ ଜୋରଦାର ଥିଲା ଯେ ଗ୍ରୀଲ୍ ଧରି କାମ କରୁଥିବା ବିଜେନ୍ଦ୍ର ଓ ପପ୍ପୁଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା। ଉଭୟ ମୃତକ ଉତ୍ତର ପ୍ରଦେଶର ବୁଲନ୍ଦସହରର ବାସିନ୍ଦା ବୋଲି ଜଣାପଡ଼ିଛି।

କାରଟି ଦ୍ରୁତ ଗତିରେ ଆସୁଥିବା ଦେଖି ଅନ୍ୟ ଦୁଇ ଶ୍ରମିକ ନିଜକୁ ବଞ୍ଚାଇବା ପାଇଁ ଏକ୍ସପ୍ରେସୱେ ମଝିରେ ଥିବା ସବୁଜ ବେଲ୍ଟ ଆଡ଼କୁ ଡେଇଁ ପଡ଼ିଥିଲେ। ତେବେ ଗାଡ଼ିଟି ନିୟନ୍ତ୍ରଣ ହରାଇ ସବୁଜ ବେଲ୍ଟ ଭିତରକୁ ପଶି ସେମାନଙ୍କୁ ମଧ୍ୟ ଧକ୍କା ଦେଇଥିଲା। ଏଥିରେ ଦୁଇ ଶ୍ରମିକ ଓ କାର୍ ଚାଳକ ଗୁରୁତର ଆହତ ହୋଇଛନ୍ତି। ଘଟଣାର ଖବର ପାଇ ବଜଘେରା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ପୋଲିସ ଓ ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତମାନଙ୍କୁ ତୁରନ୍ତ ନିକଟସ୍ଥ ଭାଇବ୍ରାଣ୍ଟ ହସ୍ପିଟାଲକୁ ପଠାଯାଇଥିଲା। ମୃତଦେହ ଦୁଇଟିକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି।

ଦୁର୍ଘଟଣା ପରେ ଏକ୍ସପ୍ରେସୱେରେ କାମ କରୁଥିବା ଠିକାଦାରଙ୍କ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି। ପ୍ରାରମ୍ଭିକ ସୂଚନାରେ କାମ ଚାଲିଥିବା ସ୍ଥାନରେ ପର୍ଯ୍ୟାପ୍ତ ବ୍ୟାରିକେଡ୍ ଓ ପ୍ରତିଫଳିତ ସାଇନେଜ୍ ନଥିବା କୁହାଯାଉଛି। ଘଟଣାର ସମ୍ପୂର୍ଣ୍ଣ ତଦନ୍ତ କରୁଛି ପୋଲିସ। ଅବହେଳା ପ୍ରମାଣିତ ହେଲେ ଦାୟୀ ବ୍ୟକ୍ତିଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)