ଦୁର୍ଦ୍ଦାନ୍ତ ଅପରାଧୀକୁ ପୁଲିସ ଏନକାଉଣ୍ଟର

Jul 24, 2026 - 12:17
ଦୁର୍ଦ୍ଦାନ୍ତ ଅପରାଧୀକୁ ପୁଲିସ ଏନକାଉଣ୍ଟର

ବ୍ରହ୍ମପୁର : ଗଞ୍ଜାମରେ ପୁଣି ପୁଲିସ ଏନକାଉଣ୍ଟର । ଦୁର୍ଦ୍ଦାନ୍ତ ଅପରାଧୀ ଘନଶ୍ୟାମ ବେହେରା ଓରଫ କାଳିଆକୁ ପୁଲିସ ଏନକାଉଣ୍ଟର କରିଛି ।  କାଳିଆର ଆଣ୍ଠୁରେ ବାଜିଛି ଗୁଳି । ପୁରୁଷୋତ୍ତମପୁର ଅଞ୍ଚଳର ଦୁର୍ଦାନ୍ତ ଅପରାଧୀ  କାଳିଆକୁ ପୁରୁଷୋତ୍ତମପୁର ଥାନା ଆଇଆଇସି କୁଳମଣି ସେଠୀଙ୍କ ସହ ଟିମ କୋଦଳା -ସିଂହାସିନି ରୋଡ଼ରେ  ଘେରାଉ କରିଥିଲେ । ସେଠାରେ ପ୍ରଥମେ କାଳିଆ ପୁଲିସ ଉପରକୁ ଗୁଳି ଚଳାଇଥିଲା । ଏହାର ପାଲଟା ଜବାବ ଜବାବ ରେ ପୋଲିସ ପାଲଟା ଗୁଳି ଚାଳନା କରିଥିଲା । ଗୁରୁତର ଅବସ୍ଥାରେ କାଳିଆକୁ ପ୍ରଥମେ କୋଦଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଯାଇଥିଲା । କିନ୍ତୁ ତାର ଅବସ୍ଥା ସଂକଟାପନ୍ନ ହେବାକୁ ବ୍ରହ୍ମପୁର ଏମକେସିଜି ମେଡିକାଲକଲେଜ୍ ଆଣ୍ଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । କାଳିଆ ନାଁରେ ହତ୍ୟା, ହତ୍ୟା ଉଦ୍ୟମ, ଚୋରି ଓ ଡକାୟତି ଭଳି ବହୁ ସଂଗୀନ ମାମଲା ରହିଛି । ପୁରୁଷୋତ୍ତମପୁର ଥାନାର ୩ଟି ମାମଲାରେ ଦୀର୍ଘ ଦିନ ଧରି ଫେରାର ଥିଲା କାଳିଆ ।

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।