ଦିଲ୍ଲୀରେ ଆଜି ଓ କାଲି ଫୁଟିବ ଗ୍ରୀନ୍ କ୍ରାକର, ସୁପ୍ରିମକୋର୍ଟଙ୍କ ଅନୁମତି

Nov 07, 2026 - 08:24
ଦିଲ୍ଲୀରେ ଆଜି ଓ କାଲି ଫୁଟିବ ଗ୍ରୀନ୍ କ୍ରାକର, ସୁପ୍ରିମକୋର୍ଟଙ୍କ ଅନୁମତି

ନନ୍ଦିଘୋଷ ବ୍ୟୁରୋ : ଦିଲ୍ଲୀରେ ଆଜି ଓ କାଲି ଫୁଟିବ ଗ୍ରୀନ କ୍ରାକର। ଦିଲ୍ଲୀ-ଏନସିଆରରେ ସବୁଜ ବାଣ ଫୁଟାଇବା ଲାଗି ସୁପ୍ରିମକୋର୍ଟ ଦେଇଛନ୍ତି ଅନୁମତି। ତେବେ ସାଇଲେନ୍ସ ଜୋନର ୩୦୦ ମିଟର ମଧ୍ଯରେ ବାଣ ଫୁଟାଯାଇପାରିବ ନାହିଁ କହିଛନ୍ତି କୋର୍ଟ। ଦିଲ୍ଲୀ-ଏନସିଆରରେ ଦୀପାବଳି ପାଳନ ଲାଗି ଆବେଦନ କରାଯିବା ପରେ ବାୟୁ ପ୍ରଦୂଷଣକୁ ଆଧାର କରି ଏହି ଅନ୍ତରୀଣ ଆଦେଶ ଦେଇଛନ୍ତି କୋର୍ଟ। ଦିଲ୍ଲୀରେ ଗତ କିଛି ଦିନ ଧରି ବାୟୁ ଗୁଣବତ୍ତା ଖରାପରୁ ଖରାପ ହେବାରେ ଲାଗିଛି। ଯଦି ଦିଲ୍ଲୀରେ ବାଣ ଫୁଟାଯାଏ ତେବେ ସ୍ଥିତି ଗମ୍ଭୀର ହେବା ଆଶଙ୍କା ରହିଛି। ତେବେ ଆସନ୍ତା ୯ରୁ ଦିଲ୍ଲୀ-ଏନସିଆରରେ ବାଣ ଉପରେ ସମ୍ପୂର୍ଣ୍ଣ ରୋକ ଲାଗିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଏହି ଦୁଇ ଦିନ ଦିଲ୍ଲୀର ହସ୍ପିଟାଲ, ଜରା ନିବାସ ଓ ସାଇଲେନ୍ସ ଜୋନଗୁଡି଼କ ପ୍ରତି ଧ୍ଯାନ ଦେବାକୁ ସୁପ୍ରିମକୋର୍ଟ କହିଛନ୍ତି। ଉତ୍ସବ ପାଳନ ବେଳେ ସ୍ବାସ୍ଥ୍ୟ ପ୍ରତି ଦୃଷ୍ଟି ଜରୁରୀ। ଉଭୟ ୭ ଓ ୮ରେ ସକାଳ ୬ରୁ ୭ଟା ଏବଂ ସନ୍ଧ୍ୟା ୮ଟାରୁ ରାତି ୧୦ ଯାଏ ବାଣ ଫୁଟାଇବା ଲାଗି ଅନୁମତି ଦେଇଛନ୍ତି କୋର୍ଟ।…

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)