ଦାରୁଠେଙ୍ଗ ବାୟୋମାଇନିଂ ପାରିପାର୍ଶ୍ବିକ ଉନ୍ନତିକରଣ: ୪ ବର୍ଷ ହେଲାଣି ସ୍ବପ୍ନ ଦେଖାଉଛନ୍ତି

Jul 31, 2026 - 06:51
ଦାରୁଠେଙ୍ଗ ବାୟୋମାଇନିଂ ପାରିପାର୍ଶ୍ବିକ ଉନ୍ନତିକରଣ: ୪ ବର୍ଷ ହେଲାଣି ସ୍ବପ୍ନ ଦେଖାଉଛନ୍ତି

"ଭୁବନେଶ୍ୱର: ଦାରୁଠେଙ୍ଗ ପଞ୍ଚାୟତବାସୀଙ୍କ ଦୃଢ଼ ବିରୋଧ, ଗଣଆନ୍ଦୋଳନ, ଲାଠିମାଡ଼, ଗିରଫଦାରୀ ଭଳି ଅନେକ ଆଇନଶୃଙ୍ଖଳା ପରିସ୍ଥିତି ପରେ ବହୁଚର୍ଚ୍ଚିତ ଦାରୁଠେଙ୍ଗ ବାୟୋମାଇନିଂ ପ୍ରକଳ୍ପ ପାରିପାର୍ଶ୍ବିକ ଅଞ୍ଚଳର ବିକାଶର ସ୍ବପ୍ନ ଦେଖାଇଥିଲା ବିଏମ୍‌ସି।

ସ୍ବାସ୍ଥ୍ୟକେନ୍ଦ୍ର, ଖେଳପଡ଼ିଆ, ବ୍ୟାୟାମ କେନ୍ଦ୍ର, ରାସ୍ତାଘାଟ, ‌ସ୍ବେରେଜ ଆଦି ଉନ୍ନତୀକରଣର ପ୍ରତିଶ୍ରୁତି ଦେଇଥିଲା।

ଏଥିପାଇଁ ଏକାଧିକ ଥର ଡିପିଆର୍‌ ହେଲା।

ବିଏମ୍‌ସି ଏକାଧିକ ଥର ବି ନଗର ଉନ୍ନୟନ ବିଭାଗକୁ ଚିଠି କଲା।

ଶେଷରେ ୪୪.୭୬ କୋଟି ଟଙ୍କାର ଡିପିଆର୍‌କୁ ବିଭାଗ ଚୂଡ଼ାନ୍ତ ମଞ୍ଜୁରି ଦେଲା।

କିନ୍ତୁ ଏ ଭିତରେ ବର୍ଷେ ବିତିଗଲାଣି, କିନ୍ତୁ ପ୍ରକଳ୍ପ ଏବେ ବି ଟେଣ୍ଡର ପ୍ରକ୍ରିୟାରେ ଅଟକିଛି।

୨୦୨୨ ମସିହାରୁ ସରକାର ଦାରୁଠେଙ୍ଗ ପାରିପାର୍ଶ୍ବିକ ବିକାଶର ସ୍ବପ୍ନ ଦେଖାଇ ଆସୁଛନ୍ତି।

ଏ ଭିତରେ ୪ ବର୍ଷ ବିତିଗଲାଣି, କିନ୍ତୁ ମାଟି ମୁଠେ ପଡ଼ିନି।Advertisment Vande Mataram Bill: ସଂସଦରେ ବନ୍ଦେ ମାତରମ୍‌ ବିଲ୍‌କୁ ବିରୋଧ କରି କ"ଣ କହିଲେ ଅୱେସି?

ବର୍ଷକ ତଳୁ ୪୪.୭୬ କୋଟିର ଡିପିଆର୍‌ କରିଥିଲେଟେଣ୍ଡର ପ୍ରକ୍ରିୟାରେ ଅଟକିଛି ବିକାଶ ସେପଟେ ଏହାକୁ ନେଇ ପୁଣି ଅଞ୍ଚଳବାସୀଙ୍କ ମହଲରେ ଅସନ୍ତୋଷ କୁହୁଳିବାରେ ଲାଗିଲାଣି।

ଯଦି କରିବାର ଅଛି କରୁ, ବିଏମ୍‌ସି କାହିଁକି ଏଭଳି ଭଣ୍ଡାଉଛି ବୋଲି କ୍ଷୋଭର ସହ କହିଛନ୍ତି।

ବିଏମ୍‌ସି ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ୨୦୧୩ ମସିହାରେ ଖୋର୍ଦ୍ଧା ଜିଲ୍ଲା ଦାରୁ‌ଠେଙ୍ଗ ପଞ୍ଚାୟତ ଭୁଆଶୁଣିଠାରେ ଡମ୍ପିଂୟାର୍ଡ ଆରମ୍ଭ କରିଥିଲା।

ପରେ ଏଠାରେ ଏକ ବର୍ଜ୍ୟବସ୍ତୁ ପ୍ରକ୍ରିୟାକରଣ ପ୍ରକଳ୍ପ କରି ୧୧ ମେଗାୱାଟ୍‌ ବିଜୁଳି ଶକ୍ତି ଉତ୍ପାଦନ ପ୍ରକଳ୍ପ କରିବାକୁ ଏସେଲ ନାମକ ରାଜ୍ୟ ବାହାରର ସଂସ୍ଥା ସହ ଚୁକ୍ତି କରିଥିଲା।

କିନ୍ତୁ ପ୍ରକଳ୍ପ କାର୍ଯ୍ୟକାରୀ ନ ହେବାରୁ ଏସେଲ୍‌ ଚୁକ୍ତିରୁ ଓହରି ଯାଇଥିଲା।

ଏଣୁ ବିଦ୍ୟୁତ୍‌ ଉତ୍ପାଦନ ପ୍ରକଳ୍ପ ତ ହେଲାନି, ସେପଟେ ଆବର୍ଜନା ପ୍ରକ୍ରିୟାକରଣ ବି ବନ୍ଦ ହୋଇଯାଇଥିଲା।

କିନ୍ତୁ ଆବର୍ଜନା ପକାଇବା ବନ୍ଦ ହେଲାନି।

ଏଣୁ ଭୁଆଶୁଣିର ଏହି ଡର୍ମ୍ପିଂୟାର୍ଡରେ ଆବର୍ଜନା ଭାର ବଢ଼ିବା ସହ ଆଖପାଖ ଅଞ୍ଚଳ ଦୁର୍ଗନ୍ଧରେ ଭରିଗଲା।

ଲୋକେ ନାନାଦି ଚର୍ମରୋଗ ଓ ଶ୍ବାସଜନିତ ରୋଗରେ ପଡ଼ିଲେ।

ଏହା ବିରୋଧରେ ୨୦୨୦ ମସିହାରେ ଜନଆନ୍ଦୋଳନ ମୁଣ୍ଡ ଟେକିଥିଲା।

ତୁରନ୍ତ ଆବର୍ଜନା ପକାଇବା ବନ୍ଦ କରିବା ଓ ପଡ଼ିଥିବା ଆବର୍ଜନା ସ୍ଥାନାନ୍ତର ପାଇଁ ଅଞ୍ଚଳବାସୀ ଦାବି କରିଥିଲେ।

ଆବର୍ଜନା ପଡ଼ିବାରୁ ଦାରୁଠେଙ୍ଗ ଅଞ୍ଚଳବାସୀ ଯେଉଁ କ୍ଷତି ସହିଛନ୍ତି, ତା"ର ଭରଣା ଦାବି କରିଥିଲେ।

ଶେଷରେ ବିଏମ୍‌ସି ୨୦୨୩ ଅକ୍ଟୋବର ୧୫ରୁ ଏଠାରେ ବାୟୋମାଇନିଂ ପ୍ରକଳ୍ପ ଆରମ୍ଭ କରିଥିଲା।

୨୦୨୬ ବର୍ଷ ଶେଷ ସୁଦ୍ଧା ସବୁ ଆବର୍ଜନା ପ୍ରକ୍ରିୟାକରଣ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି।

Flood In Odisha: ତେଲ, ଉତେଇ ନଦୀରେ ବନ୍ୟା, ଶତାଧିକ ଏକର ଚାଷଜମି ଜଳମଗ୍ନ ଅପରପକ୍ଷେ, ଆବର୍ଜନା ପକାଇବା ଓ ଏହାର କ୍ଷତି ଭରଣା ପାଇଁ ଦାରୁଠେଙ୍ଗ ପଞ୍ଚାୟତବାସୀ ପାରିପାର୍ଶ୍ବିକ ବିକାଶର ଯେଉଁ ସର୍ତ୍ତ ରଖିଥିଲେ, ଗତବର୍ଷ ମାର୍ଚ୍ଚ ୨୪ରେ ଚିଠି ସଂଖ୍ୟା-୧୨୮୮ରେ ଭୁବନେଶ୍ବର ବିଡିଓ ୫୯.୭୦ କୋଟି ଟଙ୍କାର ଏକ ଡିପିଆର୍‌ ଦେଇଥିଲେ।

କିନ୍ତୁ ବିଏମ୍‌ସି ବ୍ୟୟ ଅଟକଳ କମାଇବାକୁ କହିଥିଲା।

ପରେ ବିଡିଓ ୨୯ କୋଟି ୩୯ ଲକ୍ଷ ୨ ହଜାର ଟଙ୍କାର ଡିପିଆର୍‌ ଦେଇଥିଲେ।

ଯେଉଁଥିରେ ସ୍ବାସ୍ଥ୍ୟକେନ୍ଦ୍ର ନିର୍ମାଣରେ ୩.୪୫କୋଟି, ରାସ୍ତା, ଡ୍ରେନେଜ ସହ ସୋଲାର୍‌ ଷ୍ଟ୍ରିଟ୍‌ଲାଇଟ୍‌ ବାବଦରେ ୧୨.୬୦କୋଟି, ବା‌ଲୁଙ୍କେଶ୍ବର ମନ୍ଦିର, ପୋଖରୀ ଓ ଅନ୍ୟ ପାରିପାର୍ଶ୍ବିକ ବିକାଶ ପାଇଁ ୪.୨୪ କୋଟି, କଲ୍ୟାଣମଣ୍ଡପ ପାଇଁ ୬.୦୯ କୋଟି, ପାର୍କ ଓ ଓପନ୍‌ ଏୟାର ଜିମ୍‌ ପାଇଁ ୩ କୋଟି ଟଙ୍କାର ଖର୍ଚ୍ଚ ଯୋଜନା କରାଯାଇଥିଲା।

ବିଡିଓ ଦେଇଥିବା ରିପୋର୍ଟରେ ସ୍ବେରେଜ୍‌ ବ୍ୟବସ୍ଥା ନ ଥିବାରୁ ପୁଣି ଥରେ ସର୍ଭେ କରାଯାଇ ୧୫.୩୭ କୋଟି ଟଙ୍କାର ଅତିରିକ୍ତ ଖର୍ଚ୍ଚ ଆକଳନ କରାଯାଇଥିଲା।

ଏଥିରେ ୧୦ ବର୍ଷ ପାଇଁ ସ୍ବେରେଜ୍‌ ପରିଚାଳନା ଓ ମରାମତି ଖର୍ଚ୍ଚ ଅନ୍ତର୍ଭୁକ୍ତ ଥିଲା।

ଏ ଭିତରେ ନଗର ଉନ୍ନୟନ ବିଭାଗ ଡିପିଆର୍‌କୁ ମଞ୍ଜୁରି ଦେଇସାରିଛି।

କିନ୍ତୁ ପ୍ରକଳ୍ପ କାମ ଇଞ୍ଚେ ଆଗେଇନି।

ଦାରୁଠେଙ୍ଗ ସରପଞ୍ଚ ତପନ କୁମାର ଚକ୍ରବର୍ତ୍ତୀ କହିଛନ୍ତି, ନିକଟରେ ସେ ଓ ଅଞ୍ଚଳବାସୀ ଏ ସଂପର୍କରେ ସ୍ଥାନୀୟ ତହସିଲଦାରଙ୍କୁ ଭେଟି ଅଭିଯୋଗ କରିଥିଲେ।

ଏ ଭିତରେ ତିନୋଟି ଟେଣ୍ଡରରେ ପାରିପାର୍ଶ୍ବିକ ଉନ୍ନତି କରିବାକୁ ଯୋଜନା କରାଯାଇଛି।

୨୯.୩୯ କୋଟି ପାଇଁ ଦୁଇଟି ଟେଣ୍ଡର କରାଯାଇଛି; କିନ୍ତୁ ୧୫.୩୭ କୋଟିର ଟେଣ୍ଡର ଅଦ୍ୟାବଧି ହୋଇନି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।