ଢେଙ୍କାନାଳ ବଡ଼କମର ସେତୁ ଖୋଲିବା ନେଇ ବାଟ ଫିଟିଲା

Oct 21, 2026 - 17:26
ଢେଙ୍କାନାଳ ବଡ଼କମର ସେତୁ ଖୋଲିବା ନେଇ ବାଟ ଫିଟିଲା

ଢେଙ୍କାନାଳ : ଦୀର୍ଘ ଅପେକ୍ଷାର ହେବ ଅନ୍ତ । ସାକାର ହେବ ଲକ୍ଷ ଲକ୍ଷ ଲୋକଙ୍କ ସ୍ୱପ୍ନ। ନବୀନ ସରକାରଙ୍କ ଅମଳରେ ପ୍ରାୟ ୧୧୧ କୋଟି ଟଙ୍କା ବ୍ୟୟରେ ନିର୍ମିତ ଢେଙ୍କାନାଳ ବଡକମର ସେତୁ ଖୋଲିବା ନେଇ ବାଟ ଫିଟିଛି। ସେତୁ ନିର୍ମାଣ ପରେ ମଧ୍ୟ ଜମି ବିବାଦ ଓ ଗ୍ରାମ୍ୟ ଜଙ୍ଗଲକୁ ନେଇ ସମସ୍ୟା ଲାଗି ରହିଥିଲା। ଶାଫରନ୍ କମ୍ପାନୀର ଜମିକୁ ନେଇ ଗ୍ରାମବାସୀ ଓ ପ୍ରଶାସନ ମଧ୍ୟରେ ବିବାଦର  ଆଂଶିକ ସମାଧାନ ହୋଇଛି। ଫଳରେ ସେତୁ ଖୋଲିବା ନେଇ ବାଟ ଫିଟିଛି।

ଏହି ସେତୁ ଖୋଲିଲେ କେବଳ ଦୁଇ ଅଞ୍ଚଳ ମଧ୍ୟରେ ଯୋଗାଯୋଗ ସୁଗମ ହେବ ତାହା ନୁହେଁ, ବରଂ ପୂରା ଅଞ୍ଚଳର ଚିତ୍ର ବଦଳିବ । ଜାତୀୟ ରାଜପଥ-୫୫ ସହ ଯୋଡ଼ି ହେବ ଜାତୀୟ ରାଜପଥ-୫୩। ଉପକୃତ ହେବେ ଲକ୍ଷାଧିକ ଲୋକ ।  ତେବେ ସେତୁ ଖୋଲିବା ପୂର୍ବରୁ ବିକଳ୍ପ ରାସ୍ତା, ସୁରକ୍ଷା ଓ ଭାରିଯାନ ଚଳାଚଳକୁ ନେଇ ମଧ୍ୟ ଉଠିଛି ପ୍ରଶ୍ନ । ଅଞ୍ଚଳବାସୀଙ୍କ ଦାବି, ସେତୁର ସୁରକ୍ଷାକୁ ପ୍ରାଥମିକତା ଦେଇ ସ୍ଥାୟୀ ସମାଧାନ କରାଯାଉ। ବିବାଦର ଆଂଶିକ ସମାଧାନ ପରେ ବଡକମର ସେତୁ ଖୋଲିବା ନେଇ ଆଶା ବଢ଼ିଛି।

ତେବେ କେବେ ଦୂର ହେବ ଏହି ପ୍ରତୀକ୍ଷାର ଅନ୍ତ? କେବେ ଗଡ଼ିବ ସେତୁ ଉପରେ ଗାଡ଼ି? ତାକୁ ଅପେକ୍ଷା…।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)