ଡରାଇବେ ଜ୍ୟାକଲିନ 

Jun 30, 2026 - 16:34
ଡରାଇବେ ଜ୍ୟାକଲିନ 

 

ବର୍ତ୍ତମାନ ସମୟରେ ସିନେପ୍ରେମୀଙ୍କ ମଧ୍ୟରେ ହରର୍ ଫିଲ୍ମ ପାଇଁ ଏକ ନୂଆ କ୍ରେଜ୍ ଦେଖିବାକୁ ମିଳୁଛି । ଯାହାକୁ ଦୃଷ୍ଟିରେ ରଖି ବଲିଉଡ୍ର ଅନେକ କଳାକାର ଏଭଳି ସ୍କ୍ରିପ୍ଟ ସନ୍ଧାନରେ ଅଛନ୍ତି । ଏହି କ୍ରମରେ ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍ ପ୍ରଥମ ଥର ପାଇଁ ସାମିଲ ହୋଇଛନ୍ତି । ସୂଚନା ଅନୁଯାୟୀ, ଜ୍ୟାକଲିନ୍ ବହୁ ଦିନରୁ ଏକ ଭଲ ହରର୍ ସ୍କ୍ରିପ୍ଟ ଖୋଜୁଥିଲେ ଯାହା ତାଙ୍କୁ ଏବେ ମିଳିଛି । କାହାଣୀରେ ଭୟ ସହିତ ଇମୋସନ ମଧ୍ୟ ରହିଛି, ଯାଗା ଦର୍ଶକଙ୍କୁ ଏକ ସୁନ୍ଦ ଅନୁଭୂତି ଦେବ ବୋଲି ମେକର୍ସ ଆଶା ରଖିଛନ୍ତି ।  ଖ୍ୟାତି ମଦାନଙ୍କ 'ନଟ୍ ଆଉଟ୍ ଏଣ୍ଟରଟେନମେଣ୍ଟ' ବ୍ୟାନରରେ ଏକ ବଡ଼ ସ୍କେଲ୍ରେ ପ୍ରଯୋଜିତ ହେବାକୁ ଥିବା ଏହି ଚଳଚ୍ଚିତ୍ରରେ ଜ୍ୟାକଲିନ୍ ମୁଖ୍ୟ ଭୂମିକାରେ ନଜର ଆସିବେ । ତେବେ ତାଙ୍କ ବିପକ୍ଷରେ ଦୁଇଜଣ ଅଭିନେତା ଚୂଡ଼ାନ୍ତ ହୋଇସାରିଛନ୍ତି, କିନ୍ତୁ ସେମାନଙ୍କ ନାମ ସାମ୍ନାକୁ ଆସିନାହିଁ । ଏହି ପ୍ରୋଜେକ୍ଟ ପାଇଁ ଏକ ଗୀତ ଓ ଟିଜର୍ ସୁଟିଂ ସରିଯାଇଛି ଏବଂ କଳାକାରମାନେ ବର୍ତ୍ତମାନ ୱାର୍କସପ୍ରେ ବ୍ୟସ୍ତ ଥିବା ବେଳେ ଚଳିତ ମାସ ଶେଷ ସୁଦ୍ଧା ଏହାର  ସୁଟିଂ ଆରମ୍ଭ ହେବାର ସମ୍ଭାବନା ରହିଛି । ତେବେ ଖବର ସାମନାକୁ ଆସିବାପରେ ଜ୍ୟାକଲିନଙ୍କ ଫ୍ୟାନ ଖୁବ ଖୁସି ଅଛନ୍ତି ।