ଟ୍ରକ ଧକ୍କାରେ ମା' ଝିଅଙ୍କ ମୃତ୍ୟୁ

ବଲାଙ୍ଗୀର : ସ୍କୁଟି ରେ ଯାଉଥିବାବେଳେ ମା' ଝିଅଙ୍କ ଉପରେ ମାଡ଼ିଗଲା ଟ୍ରକ । ଘଟଣା ସ୍ଥଳରେ ହିଁ ଉଭୟଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ବଲାଙ୍ଗୀର ସହର ଗାନ୍ଧିନଗର ପଡା ୧୬ନମ୍ବର ଜାତୀୟ ରାଜପଥରେ ଘଟିଛି ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା । ମୃତକ ଦୁଇ ଜଣ କନ୍ଧପାଲିପଡ଼ାର ମାଆ ସୁମନ ନାଗ ଓ ଝିଅ ସ୍ମୃତି ନାଗ । ଦୁର୍ଘଟଣା ପରେ ଟ୍ରକ୍ ଫେରାର ହୋଇଯାଇଛି । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।
ସୂଚନାନୁସାରେ, ସୁମନ ନାଗ ବଲାଙ୍ଗିର ସମଲେଶ୍ବରୀ ନର୍ସିଂ ହୋମରେ ସଫେଇ କର୍ମଚାରୀ ଭାବେ କାମ କରୁଥିଲେ। ଆଜି ସକାଳେ ଝିଅ ଶ୍ରୁତି ସହ ନର୍ସିଂ ହୋମକୁ ସ୍କୁଟିରେ ଯାଉଥିଲେ । ସକାଳ ପ୍ରାୟ ୬.୩୦ ରେ ଗାନ୍ଧୀନଗରପଡ଼ା ଫିସରୀ ଅଫିସ ନିକଟରେ ସ୍କୁଟି ଚକ ସ୍ଲିପ କରିବାରୁ ଉଭୟେ ତଳେ ପଡିଯାଇଥିଲେ । ଏହି ସମୟରେ ପଛପଟୁ ଆସୁଥିବା ଏକ ଟ୍ରକ୍ ସ୍କୁଟି ଉପରେ ମାଡ଼ି ଯାଇଥିଲା । ଘଟଣାସ୍ଥଳରେ ମା’-ଝିଅଙ୍କ ମୃତ୍ୟୁ ହୋଇଯାଇଥିଲା । ଦୁର୍ଘଟଣାରେ ଉଭୟଙ୍କ ମୃତ୍ୟୁ ପରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଛି । ବଲାଙ୍ଗିର ଟାଉନ ପୁଲିସ ପହଞ୍ଚି ଦୁଇଟି ଯାକ ମୃତଦେହକୁ ଵ୍ୟଵଚ୍ଛେଦ ପାଇଁ ବଲାଙ୍ଗିର ଭୀମ ଭୋଇ ଚିକିତ୍ସାଳୟକୁ ପଠାଇଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।