ଟିଭି ନଦେଖିଲେ ମଇଁଷି ଦେଉନି କ୍ଷୀର

Jul 09, 2026 - 16:38
ଟିଭି ନଦେଖିଲେ ମଇଁଷି ଦେଉନି କ୍ଷୀର

 

ସୋସିଆଲ ମିଡିଆରେ ଏବେ ଏକ ମଇଁଷିର ଅତ୍ୟନ୍ତ ମଜାଦାର ଭିଡିଓ ଦ୍ରୁତଗତିରେ ଭାଇରାଲ୍ ହେବାରେ ଲାଗିଛି । ଯେଉଁଠି ଦାବି କରାଯାଇଛି ଯେ ଏହି ମଇଁଷିଟି ଟିଭି ନଦେଖିଲେ ଆଦୌ କ୍ଷୀର ଦିଏ ନାହିଁ । ଭିଡିଓରେ ଦେଖିବାକୁ ମିଳୁଛି ଯେ, ମଇଁଷିଟି ରୁମ୍ ବାହାରେ ଠିଆ ହୋଇ ଭିତରେ ଚାଲୁଥିବା ଟିଭିକୁ ବହୁତ ମନଧ୍ୟାନ ଦେଇ ଦେଖୁଛି ଏବଂ ଜଣେ ମହିଳା ତାକୁ ସେଠାରୁ ହଟାଇବାକୁ ଚେଷ୍ଟା କରୁଥିଲେ ମଧ୍ୟ ସେ ନିଜ ସ୍ଥାନରୁ ସାମାନ୍ୟ ହେଲେ ବି ହଲୁନାହିଁ । କ୍ରମାଗତ ଭାବେ ସ୍କ୍ରିନ୍କୁ ଚାହିଁ ରହିଛି। ଇନଷ୍ଟାଗ୍ରାମରେ ' ନୋ ସିରିଏଲ ନୋ ମିଲ୍କ ' କ୍ୟାପସନ୍ ସହ ସେୟାର କରାଯାଇଥିବା ଏହି ଭିଡିଓକୁ ଏପର୍ଯ୍ୟନ୍ତ ୧୮ ଲକ୍ଷରୁ ଅଧିକ ଥର ଦେଖାସାରିଛନ୍ତି । ଏହାସହ ହଜାର ହଜାର ଲୋକ ଏହା ଉପରେ ବିଭିନ୍ନ ପ୍ରକାରର ମଜାଦାର କମେଣ୍ଟ ଦେଉଥିବା ଦେଖିବାକୁ ମିଳିଛି ।  ତେବେ ଏହା କେତେଦୂର ସତ ସେ ନେଇ କୌଣସି ପ୍ରମାଣ ନାହିଁ ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।