ଟାଇଗର ଶ୍ରଫଙ୍କୁ ଗୁଳି ମାରିଥିବା ତିନି ସନ୍ଦିଗ୍ଧ ଅଭିଯୁକ୍ତ ଗିରଫ
ଟାଇଗର ଶ୍ରଫଙ୍କୁ ଗୁଳି ମାରିଥିବା ତିନି ସନ୍ଦିଗ୍ଧ ଅଭିଯୁକ୍ତ ଗିରଫ
ନନ୍ଦିଘୋଷ ବ୍ୟୁରୋ: ବଲିଉଡ ଷ୍ଟାର ଟାଇଗର ଶ୍ରଫଙ୍କୁ ଗୁଳି ମାରିଥିବା ତିନି ସନ୍ଦିଗ୍ଧ ଅଭିଯୁକ୍ତ ରାଜସ୍ଥାନର କୋଟାରୁ ଗିରଫ । ସମସ୍ତ ଅଭିଯୁକ୍ତ ମୁମ୍ବାଇରୁ ଦିଲ୍ଲୀ ଯାଉଥିବା ଟ୍ରେନରେ ଥିଲେ । କୋଟା ପୋଲିସ ମଧ୍ୟ ଅଭିଯୁକ୍ତଙ୍କ ଗିରଫଦାରୀକୁ ସ୍ବୀକାର କରିଛି ।
ରେଲଓ୍ବେ କଲୋନୀ ଥାନା ଅଧିକାରୀ ରାମସ୍ବରୂପ କହିଛନ୍ତି, ତିନି ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । କୋଟା ପୋଲିସ ସେମାନଙ୍କୁ ଗିରଫ କରିଛି । ଏହି ଅପରେସନରେ ଅନ୍ୟ କୌଣସି ଅଞ୍ଚଳର ପୋଲିସ ସାମିଲ ନଥିଲେ । ଏହା କୋଟା ପୋଲିସ ପ୍ରଶାସନ ପାଇଁ ଏକ ବଡ଼ ସଫଳତା ।
ସୂଚନାଯୋଗ୍ୟ, ଗତକାଲି ଅର୍ଥାତ ଅକ୍ଟୋବର ୧୮ରେ ଟାଇଗର ଫୁଟବଲ ଖେଳି ନିଜ କାରରେ ଫେରୁଥିବା ବେଳେ ପ୍ରଶଂସକଙ୍କୁ ଅଭିବାଦନ ଦେଉଥିଲେ । ଏହି ସମୟରେ ତିନି ଜଣ ଅଜ୍ଞାତ ବ୍ୟକ୍ତି ବାଇକରେ ଆସି ଗୁଳିମାଡ଼ କରିବା ସହ ଫେରାର ହୋଇଯାଇଥିଲେ ।
ଟାଇଗରଙ୍କ ଉପରେ ଆକ୍ରମଣ କରିଥିବା ନେଇ ଲରେନ୍ସ ବିଷ୍ଣୋୟୀ ଗ୍ୟାଙ୍ଗର ଅନିଲ ପଣ୍ଡିତ ଏବଂ ହରମନ ସିନ୍ଧୁ ଦାବି କରିଛି । ଏହାସହ ସଲମାନ ଖାନଙ୍କ ସହ କାମ କରୁଥିବା ଲୋକଙ୍କ ଅବସ୍ଥା ଏମିତି ହେବ ବୋଲି ଚେତାବନୀ ଦେଇଛନ୍ତି । ତେବେ ଏହି ଦାବିର ସତ୍ୟାସତ୍ୟ ଏବେ ଜଣାପଡିନି । ସୂଚନାଯୋଗ୍ୟ, ଏହା ପୂର୍ବରୁ ସଲମାନ ଖାନ ଏବଂ ରୋହିତ ସେଠୀଙ୍କ ଉପରେ ମଧ୍ୟ ଆକ୍ରମଣ ହୋଇଥିଲା । ସେତେବେଳେ ବି ଲରେନ୍ସ ବିଷ୍ଣୋୟୀ ଗ୍ୟାଙ୍ଗ ନିଜକୁ ଦାୟୀ କରିଥିଲା ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
