ଟାଇଗର ଶ୍ରଫଙ୍କୁ ଗୁଳି ମାଡ଼ ପରେ ଆସିଲା ବାପା ଜ୍ୟାକି ଶ୍ରଫଙ୍କ ପ୍ରଥମ ବୟାନ, କହିଲେ…
ଟାଇଗର ଶ୍ରଫଙ୍କୁ ଗୁଳି ମାଡ଼ ପରେ ଆସିଲା ବାପା ଜ୍ୟାକି ଶ୍ରଫଙ୍କ ପ୍ରଥମ ବୟାନ, କହିଲେ…
ନନ୍ଦିଘୋଷ ବ୍ୟୁରୋ: ବଲିଉଡ଼ ଷ୍ଟାର ଟାଇଗର ଶ୍ରଫଙ୍କୁ ଗୁଳିମାଡ଼ ଘଟଣା ସମସ୍ତଙ୍କୁ ସ୍ତବ୍ଧ କରି ଦେଇଛି । ଜନଗହଳି ପୂର୍ଣ୍ଣ ଅଞ୍ଚଳରେ ଜଣେ ସେଲିବ୍ରିଟିଙ୍କୁ ଏପରି ଆକ୍ରମଣ ବି-ଟାଉନରେ ହଲଚଲ ମଚାଇଛି । ସଲମାନ ଖାନ ଏବଂ ରୋହିତ ସେଠୀଙ୍କ ପରେ ଟାଇଗରଙ୍କ ଉପରେ ଆକ୍ରମଣ ଆଇନ ଶୃଙ୍ଖଳାକୁ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହାରି ଭିତରେ ଟାଇଗରଙ୍କ ପ୍ରଶଂସକଙ୍କ ପାଇଁ ଆସିଛି ଏକ ବଡ଼ ଅପଡେଟ୍ । ଟାଇଗରଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ତାଙ୍କ ବାପା ତଥା ସୁପରଷ୍ଟାର ଜ୍ୟାକି ଶ୍ରଫ ଓରଫ ଜ୍ୟାକି ଦାଙ୍କ ଟିମଙ୍କ ତରଫରୁ ସୂଚନା ଦିଆଯାଇଛି ।
ଟାଇଗର ଠିକ୍ ଅଛି…
ଘଟଣା ଉପରେ ଜ୍ୟାକି ଶ୍ରଫଙ୍କ ଟିମ୍ ତରଫରୁ ପ୍ରତିକ୍ରିୟା ଆସିଛି । ଏଥିରେ ‘ଟାଇଗର ଠିକ୍ ଅଛି’ ବୋଲି କୁହାଯାଇଛି । ମାତ୍ର ଏହି ତିନୋଟି ଶବ୍ଦ, ଟାଇଗରଙ୍କ ପ୍ରଶଂସକଙ୍କ ମୁହଁରେ ହସ ଫେରାଇ ଆଣିଛି । ସେ ଶୀଘ୍ର ସମ୍ପୂର୍ଣ୍ଣ ସୁସ୍ଥ ହୋଇଯିବେ ବୋଲି କୁହାଯାଇଛି । ଅନ୍ୟପକ୍ଷେ ଘଟଣାକୁ ନେଇ ପ୍ରଶାସନ ଦୃଢ଼ ପଦକ୍ଷେପ ନେଉଥିବା ବେଳେ ପୋଲିସ ତଦନ୍ତକୁ ଜୋରଦାର କରିଦେଇଛି । ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ପୋଲିସ ଜଣେ ସନ୍ଦିଗ୍ଧକୁ ଉଠାଇ ନେଇଛି । ଘଟଣାର ତଦନ୍ତରେ ପୋଲିସ ପ୍ରଶାସନର ୧୫ଟି ଟିମ୍ ଲାଗିଛନ୍ତି ।
ଜ୍ୟାକିଙ୍କ ଘରେ ପହଞ୍ଚିଲେ ଏକନାଥ ସିନ୍ଦେ
ଟାଇଗରଙ୍କ ଉପରେ ଆକ୍ରମଣକୁ ନେଇ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସ ଚିନ୍ତା ପ୍ରକଟ କରିବା ସହ ଶକ୍ତ ତଦନ୍ତର ନିର୍ଦ୍ଦେଶ ଦେଇଛନ୍ତି । ସେପଟେ ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଘରକୁ ଯାଇ ଟାଇଗରଙ୍କୁ ଭେଟିବା ସହ ତାଙ୍କ ସ୍ବେସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି । ଘଟଣକୁ ସିନ୍ଦେ ନିନ୍ଦା କରିବା ସହ କହିଛନ୍ତି ଏହା ଏକ ସମ୍ବେଦନଶୀଳ ବିଷୟ । ମହାରାଷ୍ଟ୍ର ପୋଲିସ ଏହାକୁ ଗମ୍ଭୀରତାର ସହ ନେଇଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
