ଝାରସୁଗୁଡା ଜେଲରେ ରାତି ଅଧିଆ ଚଢ଼ାଉ

Jul 01, 2026 - 16:49
ଝାରସୁଗୁଡା ଜେଲରେ ରାତି ଅଧିଆ ଚଢ଼ାଉ

ଝାରସୁଗୁଡା : ଝାରସୁଗୁଡ଼ା ଜେଲରେ ଅଚାନକ ଚଢ଼ାଉ କରିଛନ୍ତି ଜେଲ ଡ଼ିଆଇଜି  । ଗତ ବିଳମ୍ବିତ ରାତିରେ ସମ୍ବଲପୁର ଜେଲରଙ୍କ ଡ଼ିଆଇଜି ଅଚାନକ ଚଢ଼ାଉ କରିଥିଲେ । ଜେଲ ଭିତରେ ନିୟମ ଉଲ୍ଲଂଘନ ହେଉଥିବା ଅଭିଯୋଗକୁ ନେଇ ଏହି ପଦକ୍ଷେପ ନିଆଯାଇଥିବା କୁହାଯାଉଛି । ଏହି ଚଢ଼ାଉ ବେଳେ ଜେଲ ଭିତରେ ବ୍ୟାପକ ନିଶା କାରବାର ହେଉଥିବା ସୂଚନା ମିଳିଛି । କଏଦୀ ମାନଙ୍କ ପାଇଁ ବାହାରୁ ମାଂସ ସହ ବିସିଲେରୀ ପାଣି ବୋତଲରେ ମଦ ଥିବା ଦେଖାଯାଇଥିଲା । ଏହା ସହ ଜେଲ ଭିତରେ ବିଭିନ୍ନ ନିଶାଦ୍ରବ୍ୟ ଜବତ ହୋଇଥିବା ସୂଚନା ମଧ୍ୟ ମିଳିଛି । ଏହି ଚଢ଼ାଉକୁ ନେଇ ଜେଲ DIG କହିଛନ୍ତି ଯେ, ସମ୍ପୂର୍ଣ୍ଣ ତଦନ୍ତ ପରେ ସତ୍ୟ ସାମ୍ନାକୁ ଆସିବ । ତେବେ ଜେଲ କର୍ତ୍ତୃପକ୍ଷ ଏ ସମ୍ପର୍କରେ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି । ଜେଲ ଭିତରେ ଚାଲୁଥିବା ଅବାଧ ନିଶା କାରବାରକୁ ନେଇ ଅଧିକ ତଦନ୍ତ ଜାରି ରହିଛି ।