ଜୁଆ ଆଡ୍ଡା ଉପରେ ଚଢ଼ାଉ
ପୁଲିସ ସୂତ୍ରରୁ ମିଳିଥିବା ସୂଚନା ମୁତାବକ କୁରୁଞ୍ଜିପୁର ପଞ୍ଚାୟତ ଘାଷି ଅନ୍ଧଟି ଅଞ୍ଚଳ ରେ ଜୁଆ ଖେଳ ଚାଲିଥିଲା।କୌଣସି ସୂତ୍ରରୁ ଖବର ପାଇ ଆଜି ଅପରାହ୍ନରେ ବାଲିପାଟଣା ଥାନା ଅଧିକାରୀ ସୂର୍ଯ୍ୟାଂଶୁ ଶେଖର ପାଢ଼ୀଙ୍କ ନେତୃତ୍ୱ ରେ ଟିମ ଜୁଆ ଆଡା ଉପରେ ଚଢ଼ାଉ କରିଥିଲେ। ଜଣେ ଖସି ପଳେଇ ଥିଲା ବେଳେ ୫ ଜଣଙ୍କୁ ପୁଲିସ ମାଡି ବସିଥିଲା। ଜୁଆ ଖେଳ ରେ ବ୍ୟବହୃତ ସାମଗ୍ରୀ, ନଗଦ ଟଙ୍କା, ୩ ଟି ବାଇକ, ୫ ଟି ମୋବାଇଲ ଜବତ କରିଛି। ଥାନା କେଶ ନଂ ୫୩୫/୨୬ରେ ସେମାନଙ୍କୁ ଗିରଫ କରିଥିବା ଜଣା ପଡିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
