ଜଳ ସମ୍ପଦ ବିଭାଗର ୩ ଯନ୍ତ୍ରୀ ସସ୍ପେଣ୍ଡ

Jun 09, 2026 - 16:18
ଜଳ ସମ୍ପଦ ବିଭାଗର ୩ ଯନ୍ତ୍ରୀ  ସସ୍ପେଣ୍ଡ

ଭୁବନେଶ୍ୱର : ବରଗଡ଼ କେନାଲ ପ୍ରକଳ୍ପ କାର୍ଯ୍ୟରେ ଅନିୟମିତତା ଅଭିଯୋଗରେ ବଡ଼ କାର୍ଯ୍ୟାନୁଷ୍ଠାନ  । ଦୁର୍ନୀତି ଅଭିଯୋଗରେ ୩ ଇଂଜିନିୟରଙ୍କୁ ସସ୍ପେଣ୍ଡ କରିଛି ଜଳସମ୍ପଦ ବିଭାଗ । ଏମାନଙ୍କ ମଧ୍ୟରେ ଅଛନ୍ତି ବରଗଡ଼ କେନାଲ ସେକ୍ସନ ର ସହକାରୀ ଯନ୍ତ୍ରୀ ରଞ୍ଜନ ପଟେଲ। ବରଗଡ଼ ସୁପରିଟେଣ୍ଡେଣ୍ଟ ଇଞ୍ଜିନିଅର ମଦନ ମୋହନ ସେଠି ଏବଂ ଭେଡେନ ସହକାରୀ ନିର୍ବାହୀ ଯନ୍ତ୍ରୀ ରାଜକୁମାର ମିଶ୍ର ଆର୍ଥିକ ଅନିୟମିତତା ଅଭିଯୋଗରେ ନିଲମ୍ବନ କରିଛି ଜଳସମ୍ପଦ ବିଭାଗ ।

ବରଗଡ଼ ଡିଷ୍ଟ୍ରିବ୍ୟୁଟାରୀ ଉପରେ ବାକ୍ସ କଣ୍ଡକ୍ଟ ନିର୍ମାଣ, ବରଗଡ଼ କେନାଲ ଫ୍ରଣ୍ଟ ଡେଭଲପମେଣ୍ଟ ପ୍ରକଳ୍ପ କାର୍ଯ୍ୟ ସମ୍ପାଦନରେ ଅନିୟମିତତା ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଓ.ସି.ଏସ୍. (O.C.S.) ନିୟମ, ୧୯୬୨ର ଧାରା ୧୨(୧) ଅନୁଯାୟୀ ରାଜ୍ୟପାଳଙ୍କ ଆଦେଶକ୍ରମେ ଏହି ନିଲମ୍ବନ ଆଦେଶ ଜାରି ହୋଇଛି । ନିଲମ୍ବନ ସମୟରେ ମଦନ ମୋହନ ସେଠୀ ଭୁବନେଶ୍ୱର ସ୍ଥିତ ଜଳ ସମ୍ପଦ ବିଭାଗ ସର୍ବୋଚ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଏବଂ ରାଜ କୁମାର ମିଶ୍ର ଓ ରଞ୍ଜନ ପଟେଲ ବୁର୍ଲା ମହାନଦୀ ବେସିନ ମୁଖ୍ୟ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ରିପୋର୍ଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଉଚ୍ଚ ପଦସ୍ଥ ଅଧିକାରୀଙ୍କ ବିନା ଅନୁମତିରେ ଏମାନେ ମୁଖ୍ୟାଳୟ ନଛାଡ଼ିବାକୁ ନିର୍ଦେଶ ରହିଛି ।

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।