ଜଳେଶ୍ଵରରେ ବାଲି ମାଫିଆଙ୍କ ଆତଙ୍କରାଜ

Oct 13, 2026 - 10:15
ଜଳେଶ୍ଵରରେ ବାଲି ମାଫିଆଙ୍କ ଆତଙ୍କରାଜ

ଜଳେଶ୍ଵର : ଜଳେଶ୍ଵରରେ ବାଲି ମାଫିଆଙ୍କ ଆତଙ୍କରାଜ। ଖଣି ବିଭାଗର ଗାଡ଼ି ଆଗରେ ଆଉ ଗୋଟିଏ ଗାଡ଼ି ଆଡା ପକାଇ ଖସାଇ ନେଇଗଲେ ବାଲି ବୋଝେଇ ହାଇଓ୍ବା।  ଖଣି ଅଧିକାରୀ ଓ ତାଙ୍କ ଡ୍ରାଇଭରକୁ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ ସହିତ ଜୀବନରୁ ମାରି ଦେବାକୁ ଧମକ ଦେଇଥିବା ଅଭିଯୋଗ ହୋଇଛି।  ଜଳେଶ୍ଵର  ସୁବର୍ଣ୍ଣରେଖା ନଦୀର ଭାନୁପୁର ନିକଟରେ ବେଆଇନ୍ ଭାବେ ପ୍ରତିଦିନ ଶହ ଶହ ଟ୍ରିପ ବାଲି ଉତ୍ତୋଳନ କରି ପଶ୍ଚିମବଙ୍ଗକୁ ଚାଲାଣ କରାଯାଉଛି। ଖବର ପାଇ ବାଲେଶ୍ବର ଖଣି ଅଧିକାରୀ ଜଗନ ବେହେରା ଙ୍କ ନିର୍ଦ୍ଦେ କ୍ରମେ ବସ୍ତା ଜୁନିଅର ଖଣି ଅଧିକାରୀ ତାପସ ବେହେରା ଓ ତାଙ୍କ ଡ୍ରାଇଭର ବେଆଇନ୍ ବାଲି ଉତ୍ତୋଳନ ସ୍ଥାନରେ ପହଞ୍ଚି ଥିଲେ। ମାଇନିଂ ଗାଡ଼ି ଦେଖି ମାଫିଆ ଆଉ ଗୋଟିଏ ଗାଡ଼ି ଆଡା ପକାଇ ବାଲି ବୋଝେଇ ହାଇଓ୍ବା।   ଖସାଇ ନେଇଗଲେ। ଏହାସହ ମାଇନିଂ ଅଧିକାରୀଙ୍କୁ ଆକ୍ରମଣ କରିବା ପାଇଁ ଉଦ୍ୟମ କରିଥିଲେ । ମାଫିଆ ଦିନକୃଷ୍ଣ ଓଝା ଗାଡ଼ି ଅଟକାଇ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ ସହିତ ଜୀବନରୁ ମାରି ଦେବାକୁ ଧମକ ଦେଇଥିବା ଜଳେଶ୍ଵର ଥାନା ରେ ଲିଖିତ ଅଭିଯୋଗ କରିଛନ୍ତି ମାଇନିଂ ଅଧିକାରୀ। ତେବେ ଏଠି ପ୍ରଶ୍ନ ଉଠୁଛି ବାଲି ମାଫିଆ ଏତେ ସାହାସ ପାଉଛନ୍ତି କେଉଁଠୁ। କେବେ ବେଆଇନ୍ ବାଲି ଉତ୍ତୋଳନ ଉପରେ ଲାଗିବ ରୋକ..।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)