ଜନ୍ମଦିନରେ ଝଲସିଲା ମନ୍ନତ, ‘କିଙ୍ଗ୍’ ପ୍ରୋଜେକ୍ସନରେ ଫ୍ୟାନ୍ସଙ୍କୁ ସରପ୍ରାଇଜ୍ ଦେଲେ ଶାହରୁଖ!

Nov 02, 2026 - 12:01
ଜନ୍ମଦିନରେ ଝଲସିଲା ମନ୍ନତ, ‘କିଙ୍ଗ୍’ ପ୍ରୋଜେକ୍ସନରେ ଫ୍ୟାନ୍ସଙ୍କୁ ସରପ୍ରାଇଜ୍ ଦେଲେ ଶାହରୁଖ!

ନନ୍ଦିଘୋଷ ବ୍ୟୁରୋ:  ବଲିଉଡ୍‌ର କିଙ୍ଗ୍ ଖାନ୍ ଶାହରୁଖଙ୍କ ଜନ୍ମଦିନକୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ ଜୋରଦାର ଉତ୍ସାହ। ନଭେମ୍ବର ୨ ତାରିଖରେ ଶାହରୁଖ ଖାନ୍ ନିଜର ୬୧ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଖାସ୍ ଦିନରେ ତାଙ୍କ ଘର ମନ୍ନତକୁ ସୁନ୍ଦର ଆଲୋକରେ ସଜାଯାଇଛି। ତେବେ ଏଥର ମନ୍ନତରେ ଦେଖିବାକୁ ମିଳିଛି ଏକ ନିଆରା ଝଲକ।

ଶାହରୁଖଙ୍କ ଆଗାମୀ ଫିଲ୍ମ ‘କିଙ୍ଗ୍’ର ପୋଷ୍ଟର ଓ ଡାଏଲଗ୍‌କୁ ମନ୍ନତରେ ପ୍ରୋଜେକ୍ସନ୍ ମାଧ୍ୟମରେ ପ୍ରଦର୍ଶିତ କରାଯାଇଛି। ଯାହାକୁ ଦେଖି ଫ୍ୟାନ୍ସଙ୍କ ଖୁସି କହିଲେ ନସରେ। ଏହାର ଫଟୋ ଓ ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି।

ସାଧାରଣତଃ ଜନ୍ମଦିନରେ ଶାହରୁଖ ମନ୍ନତର ବାଲକୋନିକୁ ଆସି ନିଜ ପ୍ରଶଂସକଙ୍କୁ ଅଭିବାଦନ ଜଣାଇଥାନ୍ତି। କିନ୍ତୁ ଏଥର ନିଜ ଆଗାମୀ ଫିଲ୍ମ ‘କିଙ୍ଗ୍’ର ସୁଟିଂ ଓ କାମରେ ବ୍ୟସ୍ତ ଥିବାରୁ ଫ୍ୟାନ୍ସଙ୍କୁ ସାକ୍ଷାତ କରିବା ସମ୍ଭବ ହୋଇନପାରେ। ତଥାପି ମନ୍ନତରେ ଏହି ନିଆରା ଆୟୋଜନ ପ୍ରଶଂସକଙ୍କ ଉତ୍ସାହକୁ ଆହୁରି ବଢ଼ାଇଦେଇଛି।

ପ୍ରୋଜେକ୍ସନ୍‌ରେ ଫିଲ୍ମ ‘କିଙ୍ଗ୍’ର କିଛି ଦମଦାର ଡାଏଲଗ୍ ମଧ୍ୟ ଦେଖିବାକୁ ମିଳିଛି। ‘ମୁଁ ଭୟ କରେ ନାହିଁ, ମୁଁ ଆତଙ୍କ’, ‘ଦୁନିଆ ମୋତେ କେବଳ ଗୋଟିଏ ନାଁ ଦେଇଛି, ରାଜା’ ଭଳି ଡାଏଲଗ୍ ଫ୍ୟାନ୍ସଙ୍କ ମନ ଜିଣିଛି।

ଫିଲ୍ମ ‘କିଙ୍ଗ୍’କୁ ନେଇ ମଧ୍ୟ ରହିଛି ଜବରଦସ୍ତ କ୍ରେଜ୍। ଏହି ଫିଲ୍ମରେ ଶାହରୁଖଙ୍କ ସହ ସୁହାନା ଖାନ୍, ଦୀପିକା ପାଦୁକୋନ୍, ରାଣୀ ମୁଖାର୍ଜୀ ଓ ଅଭିଷେକ ବଚ୍ଚନଙ୍କ ଭଳି କଳାକାର ନଜର ଆସିବେ। ତେବେ ଜନ୍ମଦିନରେ ମନ୍ନତରେ ‘କିଙ୍ଗ୍’ର ଏହି ଖାସ୍ ପ୍ରୋଜେକ୍ସନ୍ ଫ୍ୟାନ୍ସଙ୍କ ପାଇଁ ଏକ ବଡ଼ ସରପ୍ରାଇଜ୍ ପାଲଟିଛି।

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)