Swachh Bharat Mission: ସିଲଭର ଗାନ୍ଧୀଙ୍କ ଦ୍ୱାରା ଗୁଜରାଟରେ ସ୍ୱଚ୍ଛ ଭାରତ ପଦଯାତ୍ରାର ଭବ୍ୟ ଆୟୋଜନ

Nov 02, 2026 - 12:11
Swachh Bharat Mission: ସିଲଭର ଗାନ୍ଧୀଙ୍କ ଦ୍ୱାରା ଗୁଜରାଟରେ ସ୍ୱଚ୍ଛ ଭାରତ ପଦଯାତ୍ରାର ଭବ୍ୟ ଆୟୋଜନ

ଏକତା ନଗର (ଗୁଜରାଟ): ସ୍ୱଚ୍ଛ ଭାରତ ମିଶନର ବ୍ରାଣ୍ଡ ଆମ୍ବାସାଡର ଏବଂ ସିଲଭର ଗାନ୍ଧୀ ଭାବେ ପରିଚିତ ମୋହନ ମହାପାତ୍ର ସମ୍ପ୍ରତି ଗୁଜରାଟରେ ସ୍ୱଚ୍ଛ ଭାରତ ପଦଯାତ୍ରାର ଭବ୍ୟ ଆୟୋଜନ ସହିତ ଦେଶ ସାରା ତାଙ୍କର ୧୨ ବର୍ଷର ପଦଯାତ୍ରା ସମ୍ପୂର୍ଣ୍ଣ କରିଛନ୍ତି।

ଶ୍ରୀ ମହାପାତ୍ର ଓ ତାଙ୍କ ଦଳ ଅକ୍ଟୋବର ୩୧ ତାରିଖରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କର ୧୫୧ ତମ ଜୟନ୍ତୀ ରାଷ୍ଟ୍ରୀୟ ଏକତା ଦିବସ ନାମରେ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପସ୍ଥିତିରେ ଏକତା ନଗର ସ୍ଥିତ ଷ୍ଟାଚୁ ଅଫ ୟୁନିଟି ପରିସର ମଧ୍ୟରେ ଗର୍ବର ସହିତ ପାଦଚାରଣା କରି ଏହି ମାଇଲଖୁଣ୍ଟ ହାସଲ କରିଛନ୍ତି।

ଏହି ଉପଲକ୍ଷେ ସେଠାରେ ଆୟୋଜିତ ଭାରତ ପର୍ବ -୨୦୨୬ ରେ ଶ୍ରୀ ଗାନ୍ଧୀ ଓ ତାଙ୍କର ସହଯୋଗୀ ମାନେ ଅଂଶଗ୍ରହଣ କରିଥିଲେ।

Advertisment ସିଲଭର ଗାନ୍ଧୀ ପ୍ରଧାନମନ୍ତ୍ରୀଙ୍କର ସ୍ୱଚ୍ଛ ଭାରତ ମିଶନରୁ ପ୍ରେରଣା ଲାଭ କରି ଓଡ଼ିଶାର ପୁରୀରୁ ଗୁଜରାଟର ପୋରବନ୍ଦର ପର୍ଯ୍ୟନ୍ତ ସବୁଠାରୁ ଲମ୍ବା ପଦଯାତ୍ରା କରି ବିଶ୍ୱ ରେକର୍ଡ ହାସଲ କରିସାରିଛନ୍ତି।

ଏହି ସାଧନା ପାଇଁ ତାଙ୍କ ନାମ ଇଣ୍ଡିଆ ବୁକ୍ ଅଫ ରେକର୍ଡସ୍ ଏବଂ ଏସିଆ ବୁକ୍ ଅଫ ରେକର୍ଡସ୍‌ରେ ସ୍ଥାନ ପାଇଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଜୀବନ ଓ ଦର୍ଶନକୁ ଦେଶସାରା ପ୍ରଚାର ଓ ପ୍ରସାର କରିବା ପାଇଁ କରିଥିବା ବିଭିନ୍ନ ପଦଯାତ୍ରା ଯୋଗୁଁ ସିଲଭର ଗାନ୍ଧୀ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜଗଦୀଶ ଲାଲ ଖଟ୍ଟର, ଗୁଜରାଟର ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ଭାଇ ପଟେଲ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ସାଂସଦ ମନୋଜ ତିୱାରୀ ପ୍ରମୁଖଙ୍କ ଦ୍ୱାରା ସମ୍ବର୍ଦ୍ଧିତ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି।

ସ୍ୱଚ୍ଛ ଭାରତ ଗଠନ , ମା ପାଇଁ ଏକ ବୃକ୍ଷରୋପଣ ଏବଂ ପ୍ରତ୍ୟେକ ଭାରତୀୟଙ୍କ ଘରେ ତ୍ରିରଙ୍ଗା ଉତ୍ତୋଳନ ଭଳି ପ୍ରଧାନମନ୍ତ୍ରୀ ମୋଦୀଙ୍କର ମହତ୍ତ୍ୱପୂର୍ଣ୍ଣ ଆହ୍ୱାନ ଗୁଡ଼ିକୁ ଲୋକପ୍ରିୟ କରିବା ତାଙ୍କର ପଦଯାତ୍ରାର ମୁଖ୍ୟ ଲକ୍ଷ୍ୟ ବୋଲି ସିଲଭର ଗାନ୍ଧୀ ଉଲ୍ଲେଖ କରିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଉତ୍ସର୍ଗ କରିଛନ୍ତି ନିଜର ସମସ୍ତ ପଦଯାତ୍ରାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଉତ୍ସର୍ଗ କରି ସିଲଭର ଗାନ୍ଧୀ ନିଜକୁ ପ୍ରଧାନମନ୍ତ୍ରୀଙ୍କର ସବୁଠାରୁ ବଡ଼ ପ୍ରଶଂସକ ବୋଲି ଅବତାରଣା କରିଛନ୍ତି।

ଏକ ବିକସିତ, ଆତ୍ମନିର୍ଭର ଓ ସଶକ୍ତ ଭାରତ ଗଢ଼ିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କର ବାର୍ତ୍ତାକୁ ଭାରତର ପ୍ରତ୍ୟେକ ନାଗରିକଙ୍କ ନିକଟରେ ପହୁଞ୍ଚାଇବା ଉଦ୍ଦେଶ୍ୟରେ ଦେଶର କୋଣ ଅନୁକୋଣରେ ସେ ଏଭଳି କଷ୍ଟଦାୟକ ପଦଯାତ୍ରା କରୁଥିବା ଗଣମାଧ୍ୟମକୁ ସାକ୍ଷାତକାର ଦେଇ ସିଲଭର ଗାନ୍ଧୀ ପ୍ରକାଶ କରିଛନ୍ତି।

ଭୁବନେଶ୍ୱରର ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ଏବଂ ନୂଆଦିଲ୍ଲୀର ନ୍ୟାସନାଲ ସ୍କୁଲ ଅଫ ଡ୍ରାମା ରେ ଶିକ୍ଷା ଲାଭ କରିଥିବା ସିଲଭର ଗାନ୍ଧୀଙ୍କର ସ୍ୱଚ୍ଛ ଭାରତ ଦଳରେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ସଙ୍ଗୀତ, ନାଟକ ଓ ନୃତ୍ୟ ବିଭାଗର ୧୪ଟି ବିଭାଗର ଛାତ୍ରଛାତ୍ରୀମାନେ ସାମିଲ ହୋଇଛନ୍ତି।

Surrendered: ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣା: ପାରଳାଖେମୁଣ୍ଡି ଏସଡିଜେଏମ୍ କୋର୍ଟରେ ଆତ୍ମସମର୍ପଣ କଲେ ପତ୍ନୀ ବିଦ୍ୟାଭାରତୀ ପଣ୍ଡା

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)