ଜଙ୍ଗଲରେ ଏନକାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ବଣ୍ଟି ଆହତ

Oct 19, 2026 - 09:51
ଜଙ୍ଗଲରେ ଏନକାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ବଣ୍ଟି ଆହତ

ଜଙ୍ଗଲରେ ଏନକାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ବଣ୍ଟି ଆହତ

ନନ୍ଦିଘୋଷ ବ୍ୟୁରୋ: ଝାରସୁଗୁଡ଼ାରେ ଏନକାଉଣ୍ଟର । ପୋଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ବଣ୍ଟି ପ୍ରସାଦ ଆହତ । ଆମଦର ଜଙ୍ଗଲରେ ପୋଲିସ କରିଛି ଏହି ଏନକାଉଣ୍ଟର ।

ମିଳିଥିବା ସୂଚନା ଅନୁସାରେ ଆଜି ସକାଳେ ଆମଦର ଜଙ୍ଗଲ ନିକଟରେ ସର୍ଚ୍ଚ ଅପରେସନ୍‌ ଚାଲିଥିବା ବେଳେ ଓରିଏଣ୍ଟ ପୋଲିସ ସହ ବଣ୍ଟିର ସାମ୍ନାସାମ୍ନି ହୋଇଥିଲେ । ପୋଲିସକୁ ଦେଖି ବଣ୍ଟି ଗୁଳିମାଡ଼ କରିବା ସହ ଖସି ଯିବାକୁ ଉଦ୍ୟମ କରିଥିଲା । ଜବାବରେ ପୋଲିସ ମଧ୍ୟ ଗୁଳିମାଡ଼ କରିଥିଲା । ବଣ୍ଟିର ବାମ ଗୋଡ଼ରେ ଗୁଳି ବାଜିଛି । ତାକୁ ବ୍ରଜରାଜନଗର ସିଏଚସିରେ ପ୍ରାଥମିକ ଚିକିତ୍ସା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।

ବଣ୍ଟି ହନୁମାନ ନଗରର ବାସିନ୍ଦା । ତାଙ୍କ ବିରୋଧରେ ଝାରସୁଗୁଡ଼ା, ବ୍ରଜରାଜନଗର ଓ ଓରିଏଣ୍ଟ ଥାନାରେ ହତ୍ୟା ଉଦ୍ୟମ, ଡକାୟତି ଯୋଜନା, ସଙ୍ଗଠିତ ଅପରାଧ ଓ ବେଆଇନ ବନ୍ଧୁକ କାରବାର ଭଳି ୧୭ଟି ସଙ୍ଗୀନ ମାମଲା ରହିଛି । ଘଟଣାସ୍ଥଳରୁ ବେଆଇନ ମାରଣାସ୍ତ୍ର ଜବତ କରାଯାଇଛି । ଏନକାଉଣ୍ଟର ପରେ ପୋଲିସ ପକ୍ଷରୁ କଡ଼ା ପାଟ୍ରୋଲିଂ କରାଯାଉଛି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)