ଛୁଟି ପରେ ଆଜି ପୁଣି ବିଧାନସଭା ସରଗରମ, ବନ୍ୟା ଓ କୋଟିଆ ପ୍ରସଙ୍ଗରେ ମୋସନ୍ ଆଣିବେ ବିରୋଧୀ

Nov 23, 2026 - 09:45
ଛୁଟି ପରେ ଆଜି ପୁଣି ବିଧାନସଭା ସରଗରମ, ବନ୍ୟା ଓ କୋଟିଆ ପ୍ରସଙ୍ଗରେ ମୋସନ୍ ଆଣିବେ ବିରୋଧୀ

ନନ୍ଦିଘୋଷ ବ୍ୟୁରୋ : ଦୁଇ ଦିନର ଛୁଟି ପରେ ଆଜି ବିଧାନସଭା ଶୀତ ଅଧିବେଶନର ଚତୁର୍ଥ ଦିନ । ଦୁଇ ବିରୋଧୀ ବିଜେଡି ଓ କଂଗ୍ରେସ ଭିନ୍ନ ଭିନ୍ନ ଦୁଇଟି ପ୍ରସଙ୍ଗ ମୋସନ ଆଣି ସ୍ବତନ୍ତ୍ର ଆଲୋଚନା ଜିଦରେ ଅଟଳ ଅଛନ୍ତି । ବିଜେଡି ବନ୍ୟା ପରିଚାଳନା ଓ କଂଗ୍ରେସ କୋଟିଆ ପ୍ରସଙ୍ଗ ଉଠାଇ ଶାସକ ଦଳକୁ ଜବାବ ମାଗୁଛନ୍ତି ଗୃହରେ । ସରକାର୍ ଆଲୋଚନା ପାଇଁ ପ୍ରସ୍ତୁତ ଥିବା କହୁଥିବା ବେକେ ବିରୋଧୀଙ୍କ ମୋସନ ବାଚସ୍ପତିଙ୍କ ବିଚାରଧୀନ ଅଛି । ସର୍ବଦଳୀୟ ବୈଠକ ନିଷ୍ପତ୍ତି ଅନୁସାରେ ବିଧାନସଭା ସ୍ବାଭାବିକ ହେବ କି ନାହିଁ ସେନେଇ ଆଶଙ୍କା ସୃଷ୍ଟି ହେଉଛି । ଆଜି ଅର୍ଥ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ, ସଂସଦୀୟ ବ୍ୟାପାର, ସ୍ୱରାଷ୍ଟ୍ର, ଇଲୋକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ଭଳି ବିଭାଗର ପ୍ରଶ୍ନୋତ୍ତର ରହିଛି । ଦୁଇ ଦିନ ଛୁଟି ପରେ ପୁଣି ବିଧାନସଭା ସରଗରମ ହୋଇପାରେ ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)