ଛାତ୍ରଙ୍କ ଉପରେ ପୁଲିସ କାର୍ଯ୍ୟାନୁଷ୍ଠାନ ପାଇଁ ଶାହଙ୍କ ଇସ୍ତଫା ଦାବି କଲେ ରାହୁଲ

Jul 29, 2026 - 23:52
ଛାତ୍ରଙ୍କ ଉପରେ ପୁଲିସ କାର୍ଯ୍ୟାନୁଷ୍ଠାନ ପାଇଁ ଶାହଙ୍କ ଇସ୍ତଫା ଦାବି କଲେ ରାହୁଲ

ନୂଆଦିଲ୍ଲୀ: ଆନ୍ଦୋଳନକାରୀ ଛାତ୍ରଛାତ୍ରୀଙ୍କ ଉପରେ ପୁଲିସର ଅତ୍ୟଧିକ ବଳପ୍ରୟୋଗ ଘଟଣାକୁ ବି‌ରୋଧୀ ଦଳ ନେତାମାନେ ତୀବ୍ର ବିରୋଧ କରିଛନ୍ତି। ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏହି ପ୍ରସଙ୍ଗରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଦାୟୀ କରିବା ସହ ତାଙ୍କୁ ତୁରନ୍ତ ପଦରୁ ବହିଷ୍କାର କରିବା ପାଇଁ ଦାବି କରିଛନ୍ତି ଏବଂ ଏହାକୁ କାର୍ଯ୍ୟକାରୀ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପରାମର୍ଶ ଦେଇଛନ୍ତି। ଆଜି କଂଗ୍ରେସ ମୁଖ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ଗାନ୍ଧୀ ସ୍ପଷ୍ଟ କରିଛନ୍ତି ଯେ, ସେ ସଂସଦରେ ଆଜି ଦେଇଥିବା ବକ୍ତବ୍ୟ ପାଇଁ ବିଜେପି କିମ୍ବା ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ନିକଟରେ କଦାପି କ୍ଷମା ପ୍ରାର୍ଥନା କରିବେ ନାହିଁ। ଲୋକସଭାରେ ପେପର ଲିକ୍ ରୋକିବା ସମ୍ପର୍କିତ ସାର୍ବଜନୀନ ପରୀକ୍ଷା ସଂଶୋଧନ ବିଲ୍-୨୦୨୬ ଉପରେ ଚାଲିଥିବା ଆଲୋଚନା ସମୟରେ ଗାନ୍ଧୀ ଅଭିଯୋଗ କରିଥିଲେ ଯେ, ଛାତ୍ରଛାତ୍ରୀଙ୍କ ଉପରେ ଲାଠିଚାର୍ଜ ଏବଂ ବଳପ୍ରୟୋଗ ପାଇଁ ଗୃହମନ୍ତ୍ରୀ ଶାହ ନିର୍ଦ୍ଦେଶ ଦେଇଥିଲେ। ଏହି ଅଭିଯୋଗକୁ ନେଇ ଶାସକ ଏନ୍‌ଡିଏ ମେଣ୍ଟର ସାଂସଦମାନେ ଗୃହରେ ପ୍ରବଳ ହଙ୍ଗାମା କରିବା ସହ କ୍ଷମା ମାଗିବାକୁ ଦାବି କରିଥିଲେ। ବାଚସ୍ପତି ଓମ୍ ବିର୍ଲା ମଧ୍ୟ ଏଥିରେ ହସ୍ତକ୍ଷେପ କରି ଗୃହରେ ଆସୁଥିବା ସମସ୍ତ ଅଭିଯୋଗର ପ୍ରମାଣ ଦେବାକୁ କହିଥିଲେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।