ଚାକିରୀରେ ଯୋଗ ଦେଲେ ନିଲମ୍ବିତ ଆଇଏଏସ ଧୀମାନ ଚକମା

Jun 07, 2026 - 06:46
ଚାକିରୀରେ ଯୋଗ ଦେଲେ ନିଲମ୍ବିତ ଆଇଏଏସ ଧୀମାନ ଚକମା

ଭୁବନେଶ୍ୱର :  ବିବାଦୀୟ ଆଇଏଏସ ଧୀମାନ ଚକମାଙ୍କୁ ନୂଆ ନିଯୁକ୍ତି । ରାଜସ୍ୱ ବିଭାଗର ଉପ-ସଚିବ ଭାବେ ନିଯୁକ୍ତି ପାଇଛନ୍ତି  ଧିମାନ ଚକମା । ଧର୍ମଗଡ଼ର ସବ-କଲେକ୍ଟର ଥିବା ବେଳେ ୧୦ଲକ୍ଷ ଟଙ୍କା ଲାଞ୍ଚ ନେଇ ଗିରଫ ହୋଇଥିଲେ । ୨୦୨୫ଜୁନ ୮ତାରିଖରେ ତାଙ୍କୁ ଗିରଫ କରିଥିଲା ଭିଜିଲାନ୍ସ ।ଜେଲ୍‌ରୁ ଫେରିବା ପରେ ଏବେ ପୁଣି ଚାକିରିରେ ଯୋଗ ଦେଲେ ଆଇଏଏସ୍‌ ଧିମାନ ଚକମା । 

ସୂଚନାନୁସାରେ, ୨୦୨୧ ବ୍ୟାଚରେ ଆଇଏଏସ ଅଫିସର ଧିମାନ ଚକମା । ଧର୍ମଗଡ଼ର ସବ-କଲେକ୍ଟର ଥିବା ବେଳେ ୧୦ଲକ୍ଷ ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ହାତରେ ଧରାପଡିଥିଲେ । ତାଙ୍କ ସରକାରୀ ବାସଭାବନରେ ତଲାସି ବେଳେ ତାଙ୍କ ଘରୁ ୪୭ ଲକ୍ଷ ଟଙ୍କାର ନଗଦ କ୍ୟାସ ମଧ୍ୟ ଜବତ ହୋଇଥିଲା । ଧିମାନଙ୍କ ତ୍ରିପୁରା ସ୍ଥିତ ଘରେ ମଧ୍ୟ ଚଢାଉ କରିଥିଲା ଭିଜିଲାନ୍ସ । ଏଠାରୁ ମଧ୍ୟ ଭିଜିଲାନ୍ସ ଅନେକ ତଥ୍ୟ ମିଳିଥିଲା ।

ତେବେ ଭିଜିଲାନ୍ସ ହାତରେ ଧରାପଡିବା ପରେ ଗିରଫ କରାଯାଇଥିଲା । ଏହାପରେ ତାଙ୍କୁ ଚାକିରିରୁ ନିଲମ୍ବନ କରିଥିଲେ ରାଜ୍ୟ ସରକାର। ଏବେ ପୁଣି ସେ ଚାକିରିରେ ଯୋଗ ଦେଇଛନ୍ତି। ରାଜସ୍ୱ ବିଭାଗରେ ଉପ ସଚିବ ଭାବେ ତାଙ୍କୁ ମେ ମାସ ୨୧ ତାରିଖରେ ନିଯୁକ୍ତି ମିଳିବା ପରେ ଏବେ ସେ ଆନୁଷ୍ଠାନିକ ଭାବେ କାର୍ଯ୍ୟରେ ଯୋଗ ଦେଇଛନ୍ତି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।