ଚନ୍ଦ୍ରପୃଷ୍ଠରେ ଫୁଟବଲ

ଯଦି ଆମେରିକାର ପୁରୁଷ ଫୁଟବଲ୍ ଦଳ ଚଳିତ ୨୦୨୬ ଫିଫା ବିଶ୍ୱକପ୍ ଟ୍ରଫି ଜିତେ, ତେବେ ମହାକାଶ ଗବେଷଣା ସଂସ୍ଥା 'ନାସା' ଚନ୍ଦ୍ରପୃଷ୍ଠକୁ ଏକ ଫୁଟବଲ୍ ପଠାଇବ ବୋଲି ଏକ ନିଆରା ଓ ରୋମାଞ୍ଚକର ପ୍ରତିଶ୍ରୁତି ଦେଇଛି । ଯାହା ବର୍ତ୍ତମାନ କ୍ରୀଡ଼ା ଜଗତରେ ଚର୍ଚ୍ଚାର ବିଷୟ ପାଲଟିଛି । ନାସାର ଅଧିକାରୀ ଜାରେଡ୍ ଆଇଜାକ୍ମ୍ୟାନ୍ କହିଛନ୍ତି ଯେ ଦଳ ବିଜୟୀ ହେଲେ ସେମାନେ ୧୯୭୧ ମସିହାରେ ଆପୋଲୋ-୧୪ର ମହାକାଶଚାରୀ ଆଲାନ୍ ସେପାର୍ଡଙ୍କ ଚନ୍ଦ୍ରପୃଷ୍ଠରେ ଗଲ୍ଫ ଖେଳିବାର ଐତିହାସିକ ରେକର୍ଡକୁ ଆହୁରି ଆଗକୁ ନେବେ । ତେବେ ଆମେରିକା, ମେକ୍ସିକୋ ଓ କାନାଡ଼ା ମିଳିତ ଭାବେ ଏହି ବିଶ୍ୱକପ୍ ଆୟୋଜନ କରୁଥିବା ବେଳେ ଆମେରିକା ଦଳ ଗ୍ରୁପ୍-ଡି'ର ବିଜେତା ଭାବେ ରାଉଣ୍ଡ ଅଫ୍ ୩୨ରେ ପ୍ରବେଶ କରିସାରିଛି । ପୂର୍ବରୁ ଆନ୍ତର୍ଜାତୀୟ ମହାକାଶ ଷ୍ଟେସନକୁ ଫୁଟବଲ୍ ପଠାଇ ସାରିଥିବା ନାସା ଏବେ ଆମେରିକା ପୁରୁଷ ଦଳର ପ୍ରଥମ ବିଶ୍ୱକପ୍ ବିଜୟ ସହ ଚନ୍ଦ୍ରପୃଷ୍ଠରେ ଏକ ନୂଆ ମାଇଲଖୁଣ୍ଟ ସ୍ଥାପନ କରିବାକୁ ବେଶ୍ ଆଗ୍ରହର ସହ ଅପେକ୍ଷା କରିଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।