ଗଣଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବି କଲେ ନବୀନ

Jul 27, 2026 - 13:55
ଗଣଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବି କଲେ ନବୀନ

ଭୁବନେଶ୍ୱର : ବହି ବିଭ୍ରାଟକୁ ନେଇ ସରକାରଙ୍କୁ ଘେରିଲେ ବିରୋଧୀ । ପ୍ରଥମରୁ ଅଷ୍ଟମ ଯାଏଁ ପାଠ୍ୟ ପୁସ୍ତକ ହୋଇଥିଲା ଗୁରୁତର ତ୍ରୁଟି । ଏହି ପ୍ରସଙ୍ଗରେ ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବି କରିଛନ୍ତି । ସେ କହିଛନ୍ତି ,ଧର୍ମେନ୍ଦ୍ର ପ୍ରଧାନଙ୍କ ଭଳି ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଇସ୍ତଫା ଦିଅନ୍ତୁ । ପିଲାଙ୍କ ପାଠ୍ୟପୁସ୍ତକରେ ଅନେକ ତ୍ରୁଟି ଅଛି । ଏନେଇ ୨ରୁ ୩ ସପ୍ତାହ ହେଲାଣି ବିଜେଡି ଇସ୍ତଫା ଦାବି କରିଆସୁଛି । ମନ୍ତ୍ରୀ ପଦରୁ ନିତ୍ୟାନନ୍ଦ ଗଣ୍ଡ ଇସ୍ତଫା ଦେଇ ଧର୍ମେନ୍ଦ୍ର ପ୍ରଧାନଙ୍କ ଭଳି ଉଦାହରଣ ସୃଷ୍ଟି କରିବା ଉଚିତ୍‌ ।

ସେପଟେ. ନବୀନଙ୍କ ମନ୍ତବ୍ୟକୁ ନେଇ କଡା ପ୍ରତିକ୍ରିୟା ଦେଇଛି ବିଜେପି । ବିଜେପି ସାଧାରଣ ସଂପାଦକ ବିରଞ୍ଚି ନାରାୟଣ ତ୍ରିପାଠୀ କହିଛନ୍ତି, ନିଜ ସରକାର ସମୟରେ ଅନେକ ଥର ପ୍ରଶ୍ନପତ୍ର ଲିକ୍‌ ହୋଇଥିଲା । କେବଳ ନିଜ ଛବିକୁ ବଞ୍ଚାଇବା ପାଇଁ ମନ୍ତ୍ରୀଙ୍କୁ ନିଲମ୍ବନ କରୁଥିଲେ । ସ୍ଥାୟୀ ସମାଧାନ ପାଇଁ ନବୀନ କଣ ଉଦ୍ୟମ କରିଥିଲେ ବୋଲି ପ୍ରଶ୍ନ କରିଛନ୍ତି । ଧର୍ମେନ୍ଦ୍ର ପ୍ରଧାନ ନୈତିକତା ଦୃଷ୍ଟିରୁ ଇସ୍ତଫା ଦେଇଛନ୍ତି । ପୂରା ବିଜେପି ଓ ଏନଡିଏ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଅଛି ।

ସେହିପରି, ବିଜେପି ବିଧାୟକ ଲକ୍ଷ୍ମଣ ବାଗ କହିଛନ୍ତି ,ନବୀନ ନୈତିକତା ର ପାଠ ନ ପଢାନ୍ତୁ । ତାଙ୍କ ସରକାର ସମୟରେ ଏଏସଆଇ ପରୀକ୍ଷା ସହ ଅନେକ ପରୀକ୍ଷା ବିଭ୍ରାଟ ଏବଂ ପ୍ରଶ୍ନପତ୍ର ଲିଙ୍କ ହୋଇଥିଲା । ସେତେବେଳେ କେତେଜଣ ମନ୍ତ୍ରୀ ଇସ୍ତଫା ଦେଇଥିଲେ । କେବଳ ଇସ୍ତଫା ଦେଇଦେଲେ କୌଣସି ସମସ୍ୟାର ସମାଧାନ ହୁଏ ନାହିଁ । ସରକାର ସେ ଦିଗରେ ଚିନ୍ତା କରୁଛନ୍ତି  । ସମସ୍ୟାର ସ୍ଥାୟୀ ସମାଧାନ କରାଯିବ I

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।