କ୍ୟାମେରା ଘର

Jul 27, 2026 - 15:37
କ୍ୟାମେରା ଘର

 

କର୍ଣ୍ଣାଟକର ଫଟୋଗ୍ରାଫର ରବି ହୋଙ୍ଗଲ ଅନେକ ସମୟରେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଥାଆନ୍ତି, କାରଣ ତାଙ୍କର ଫଟୋଗ୍ରାଫି ପ୍ରତି ରହିଛି ଅହେତୁକ ଦୁର୍ବଳତା। ଫଟୋଗ୍ରାଫି ପ୍ରତି ଥିବା ତାଙ୍କର ଭଲପାଇବା ପାଇଁ ସେ ନିଜର ଆବାସିକ ଘରକୁ ଏକ ବିଶାଳ କ୍ୟାମେରା ଆକୃତିରେ ନିର୍ମାଣ କରିଛନ୍ତି, ଯାହାର ନାମ ରଖାଯାଇଛି 'କ୍ଲିକ'। ଏହି ଘରର ବାହାର ପାଖରେ କ୍ୟାମେରାର ଫ୍ଲାସ୍ ଆକୃତିରେ ପିଲାଙ୍କ ଘରର ଝରକା ତିଆରି ହୋଇଥିବା ବେଳେ ସାମ୍ନାରେ ଥିବା ବିଶାଳ ଲେନ୍ସଟି ରୋଷେଇ ଘରର ଝରକା ଭାବେ  ରହିଛି । ଏହାସହ ବାଲକୋନି ଏବଂ କାନ୍ଥଗୁଡ଼ିକରେ କ୍ୟାମେରା ସମ୍ବନ୍ଧୀୟ ସୁନ୍ଦର ଡିଜାଇନ୍ ସ୍ଥାନ ପାଇଛି। କେବଳ ସେତିକି ନୁହେଁ, ସେ ନିଜର ତିନି ପୁଅଙ୍କ ନାମ ମଧ୍ୟ ଜଣାଶୁଣା କ୍ୟାମେରା ବ୍ରାଣ୍ଡ ଯେପରିକି କ୍ୟାନନ, ନିକନ ଆଧାରରେ ରଖିଛନ୍ତି । ଘର ଭିତରର ସାଜସଜ୍ଜାରେ ମଧ୍ୟ ଏହି ବିଷୟବସ୍ତୁ ସ୍ପଷ୍ଟ ବାରିହୋଇପଡ଼େ । ଜଣେ ପୁଅଙ୍କ ଘରର ଛାତରେ ' ଗୁଗୁଲ ଫଟୋସର  ଆଇକନ୍ ଏବଂ ଅନ୍ୟ ଘରର ଛାତରେ କ୍ୟାମେରା ସେଟିଂସ ଆଇକନ୍ ଶୋଭା ପାଉଛି । ଏହା ସହିତ ଗତ ୩୦ ବର୍ଷ ଧରି ସଂଗ୍ରହ କରାଯାଇଥିବା ବିଭିନ୍ନ ବିରଳ କ୍ୟାମେରାଗୁଡ଼ିକୁ ମଧ୍ୟ ଘର ଭିତରେ ଅତ୍ୟନ୍ତ ସୁନ୍ଦର ଭାବେ ପ୍ରଦର୍ଶିତ କରି ରଖାଯାଇଛି, ଯାହା ପ୍ରତ୍ୟେକଙ୍କୁ ଚକିତ କରୁଛି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।