କୋଟି କୋଟି ଟଙ୍କା ଖର୍ଚ୍ଚରେ ନିର୍ମାଣ ହେଲା ବିଶାଳ ଆପାର୍ଟମେଣ୍ଟ: କିନ୍ତୁ ଆଜି ଯାଏଁ ଫିଟିଲାନି ତାଲା !

Oct 27, 2026 - 19:03
କୋଟି କୋଟି ଟଙ୍କା ଖର୍ଚ୍ଚରେ ନିର୍ମାଣ ହେଲା ବିଶାଳ ଆପାର୍ଟମେଣ୍ଟ: କିନ୍ତୁ ଆଜି ଯାଏଁ ଫିଟିଲାନି ତାଲା !

ନନ୍ଦିଘୋଷ ବ୍ୟୁରୋ: ଜନସାଧାରଣଙ୍କ ଝାଳବୁହା ଟିକସ ପଇସାରେ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇ ନିର୍ମାଣ ହେଲା ବିଶାଳ ଆପାର୍ଟମେଣ୍ଟ । ହେଲେ ନିର୍ମାଣର ବର୍ଷ ବର୍ଷ ବିତିଯାଇଥିଲେ ବି ଆଜି ଯାଏଁ ଫିଟିଲାନି ତାଲା ! ଏଭଳି ଏକ ସାଂଘାତିକ ପ୍ରଶାସନିକ ଅବହେଳାର ଚିତ୍ର ସାମ୍ନାକୁ ଆସିଛି ବାଲେଶ୍ୱର ପୌରପାଳିକା ଅଧୀନ କେତକୀପଡ଼ା ୨୯ ନମ୍ବର ୱାର୍ଡରୁ । ପୁରୁଣା ମ୍ୟୁନିସିପାଲିଟି କ୍ୱାର୍ଟର୍ସକୁ ଭାଙ୍ଗି ନିର୍ମାଣ କରାଯାଇଥିଲା ଏହି ନୂତନ ବିଲ୍ଡିଂ। ପୂର୍ବତନ ପୌର ଅଧ୍ୟକ୍ଷା ସୁଜାତା ପାଢ଼ୀଙ୍କ ସମୟରେ ପ୍ରାୟ ୨୦୧୮ ମସିହାରୁ ଆରମ୍ଭ ହୋଇଥିଲା ପ୍ରକଳ୍ପ କାର୍ଯ୍ୟ । ଆପାର୍ଟମେଣ୍ଟ ଢାଞ୍ଚାରେ ପ୍ରାୟ ୨୦ଟି ନୂଆ କ୍ୱାର୍ଟର୍ସ ନିର୍ମାଣ ହେଲା ସତ, କିନ୍ତୁ ଆଜି ପର୍ଯ୍ୟନ୍ତ ଏହା କାହାରି କାମରେ ଲାଗିପାରିଲା ନାହିଁ । କାହିଁକି ଏହା ବନ୍ଦ ହୋଇ ପଡ଼ିରହିଛି, ତାହାକୁ ନେଇ ଉଠିଛି ବଡ଼ ପ୍ରଶ୍ନବାଚୀ। ରକ୍ଷଣାବେକ୍ଷଣ ଅଭାବରୁ କୋଠାର କବାଟ-ଝରକା ଭାଙ୍ଗିରୁଜି ଗଲାଣି ।  ଭିତରୁ ବିଭିନ୍ନ ମୂଲ୍ୟବାନ ଫିଟିଙ୍ଗ୍ସ ଚୋରି ହେବାରେ ଲାଗିଛି। ଏବେ ସରକାରୀ ଅର୍ଥ ଅପବ୍ୟୟ ବିରୋଧରେ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ଜନସାଧାରଣଙ୍କ ଅର୍ଥରେ କୋଠା ତିଆରି ସରିଲା, କୋର୍ଟରୁ କଟକଣା ବି ହଟିଲା, ହେଲେ ଖୋଲିପାରୁନି ମ୍ୟୁନିସିପାଲିଟିର କୁମ୍ଭକର୍ଣ୍ଣ ନିଦ । ବାଲେଶ୍ବର ପୌରପାଳିକାର କଣ୍ଟ୍ରାକ୍ଟର ପୋଷିବା ଓ ପକେଟ୍ ଗରମ କରିବା ଆଭିମୁଖ୍ୟ ବୋଲି ଅଭିଯୋଗ ହୋଇଛି । ମ୍ୟୁନିସିପାଲିଟି କର୍ତ୍ତୃପକ୍ଷ ଏହାକୁ ଭଡ଼ା ସୂତ୍ରରେ ଲଗାଇବା କିମ୍ବା ବ୍ୟବହାରକ୍ଷମ କରିବା ପାଇଁ କୌଣସି ଠୋସ୍ ପଦକ୍ଷେପ ନେଉନାହାନ୍ତି । କାଉନସିଲ୍ ବୈଠକରେ ଏହି ପ୍ରସଙ୍ଗ ବାରମ୍ବାର ଉଠିବା ସତ୍ତ୍ୱେ ବିଭାଗୀୟ ଅଧିକାରୀ କିମ୍ବା ଜନପ୍ରତିନିଧିମାନେ ଏହାକୁ ଗମ୍ଭୀରତାର ସହ ନେଉନଥିବା ଅଭିଯୋଗ ହୋଇଛି। ଖୁବ୍ ଶୀଘ୍ର ସର୍ବସାଧାରଣ ନୋଟିସ୍ ଜାରି କରି କୋଠାକୁ ଭଡ଼ା ସୂତ୍ରରେ ଦିଆଯିବ ବୋଲି ସଫେଇ ଦେଇଛନ୍ତି ପୌର ନିର୍ବାହୀ ଅଧିକାରୀ।

ଜନସାଧାରଣଙ୍କ ରାଜସ୍ୱରେ ତିଆରି ହୋଇଥିବା ସମ୍ପତ୍ତି ବର୍ଷ ବର୍ଷ ଧରି ଅବ୍ୟବହୃତ ହୋଇ ପଡ଼ିରହିବା ନିଶ୍ଚିତ ଭାବେ ପ୍ରଶାସନିକ ଉଦାସୀନତାକୁ ଦର୍ଶାଉଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)