କିଏ କହୁଛି ସତ

Aug 04, 2026 - 16:37
କିଏ କହୁଛି ସତ

 

ଟିଭି ଶୋ 'ଅପୋଲିନା - ସପନୋଁ କି ଉଡାନ୍'ର ପ୍ରସିଦ୍ଧ ଅଭିନେତ୍ରୀ ଅଦିତି ଶର୍ମା ନିଜ ସ୍ୱାମୀ ଅଭିନୀତ ବିଦ୍ୟାନନ୍ଦ କୌଶିକ ଏବଂ ଶାଶୁଘର ଲୋକଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି । ସେ ଏନେଇ ପୋଲିସ ଷ୍ଟେସନରେ ମାରପିଟ୍, ଘରୋଇ ହିଂସା ଏବଂ ଚରିତ୍ର ସଂହାର ଭଳି ଗମ୍ଭୀର ଅଭିଯୋଗରେ ମାମଲା ରୁଜୁ କରିଛନ୍ତି। ତେବେ ଜୁନ୍ ୨୦୨୧ରେ ଗୋଟିଏ ଅନଲାଇନ୍ ଆକ୍ଟିଂ କ୍ଲାସରୁ ପରିଚିତ ହୋଇ ୩ ବର୍ଷ ଡେଟିଂ କରିବା ପରେ, ସେମାନେ ନଭେମ୍ବର ୨୦୨୪ରେ ପରିବାରର ସମ୍ମତିରେ ବାହା ହୋଇଥିଲେ । ତେବେ ଅଦିତିଙ୍କ କହିବା ଅନୁସାରେ, ବାହାଘରର କିଛି ଦିନ ପରେ ଗହଣାସବୁ ଶାଶୂ ରଖିନେବା ସହ ସ୍ୱାମୀଙ୍କ ବ୍ୟବହାର ବଦଳି ଯାଇଥିଲା । ସେ ଘରର ସମସ୍ତ ଖର୍ଚ୍ଚ ଉଠାଉଥିଲେ ବି ସ୍ୱାମୀ ବାରମ୍ବାର ଟଙ୍କା ମାଗୁଥିଲେ, ପୋଷାକ ଓ ଛୋଟ ଛୋଟ କଥାକୁ ନେଇ ଗାଳିଗୁଲଜ କରୁଥିଲେ । ମୋବାଇଲ୍ ଚେକ୍ କରୁଥିଲେ ଏବଂ ଅନ୍ୟ ପୁରୁଷଙ୍କ ସହ ସମ୍ପର୍କ ଥିବା ନେଇ ସନ୍ଦେହ କରୁଥିଲେ । ଅନ୍ୟପଟେ, ସ୍ୱାମୀ ଅଭିନୀତ ଏବଂ ତାଙ୍କ ଆଇନଗତ ପରାମର୍ଶଦାତା ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ।  ଅଦିତି ହିଁ ବିବାହକୁ ଗୁପ୍ତ ରଖିବାକୁ ଚାହୁଁଥିଲେ ଏବଂ ସେ ତାଙ୍କ କୋ-ଷ୍ଟାର ସାମର୍ଥ ଗୁପ୍ତାଙ୍କ ସହ ସମ୍ପର୍କରେ ଥିବା ବେଳେ ଧରାପଡ଼ିବା ପରେ ଏହି ସବୁ ବିବାଦ ସୃଷ୍ଟି ହୋଇଛିବୋଲି ସେ ମତ ଦେଇଛନ୍ତି । ବର୍ତ୍ତମାନ ଏହି ମାମଲାରେ ପୋଲିସ ଛାନଭିନ୍ ଓ ନିକଟତର ଲୋକଙ୍କୁ ପଚରାଉଚରା ଜାରି ରଖିଛି । ତେବେ ଉଭୟଙ୍କ ଭିତରେ କିଏ ସତ କହୁଛି, ଏହାକୁ ନେଇ ଫ୍ୟାନଙ୍କ ଭିତରେ ଚର୍ଚ୍ଚା ଜାରି ରହିଛି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।