କାଦୁଅ ଭିତରେ ଫସିଲା ଶବ…ଫଟୋରେ ଦେଖନ୍ତୁ ନେପାଳର ବିପର୍ଯ୍ୟୟ
/sambad/media/media_files/2026/08/26/nepal-flood3-2026-08-26-22-36-32.jpg)
କୈଳାଶ ମାନସରୋବର ଯାତ୍ରା ମାର୍ଗରେ ଆସିଥିବା ଏହି ବନ୍ୟାରେ ୧୩୩ ଜଣ ଭାରତୀୟ ପର୍ଯ୍ୟଟକ ଏବଂ ବିଦେଶୀ ନାଗରିକଙ୍କ ସମେତ ୪୦୦ରୁ ଅଧିକ ଯାତ୍ରୀ ଏବଂ ଟ୍ରେକର୍ସ ନିଖୋଜ ହୋଇଛନ୍ତି। ରିପୋର୍ଟ ଅନୁସାରେ ବୁଧବାର ରାତି ସାଢ଼େ ୧୦ଟା ବେଳକୁ ୧୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇ ସାରିଛି।
/sambad/media/media_files/2026/08/26/nepal-flood4-2026-08-26-22-36-56.jpg)
ବନ୍ୟା ଯୋଗୁଁ ଅନେକ ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ କାଦୁଅ ଭିତରେ ମୃତଦେହ ପୋତି ହୋଇଯାଇଛି। ଉଦ୍ଧାରକାରୀ ଦଳ କାଦୁଅ ଭିତରୁ ମୃତଦେହ ଉଦ୍ଧାର କରୁଛନ୍ତି।
/sambad/media/media_files/2026/08/26/nepal-flood5-2026-08-26-22-37-15.jpg)
ବନ୍ୟା ପରେ ପବନର ଗତି ବଢ଼ିଛି। ୪୦ କିମି ସଡ଼କରେ ଯାତାୟତ ମଧ୍ୟ ପ୍ରଭାବିତ ହୋଇଛି। ନେପାଳ-ଚୀନ ମିତେରୀ ପୋଲ ସମତେ ଅନ୍ୟ ୧୮ଟି ପୋଲ ଭୁଶୁଡ଼ି ପଡ଼ିଛି। ଫଳରେ ଯାତାୟତ ପ୍ରଭାବିତ ହୋଇଛି।
/sambad/media/media_files/2026/08/26/nepal-flood6-2026-08-26-22-37-32.jpg)
ପ୍ରଭାବିତ ଅଞ୍ଚଳରେ ଫସିଥିବା ଲୋକଙ୍କୁ ହେଲିକପ୍ଟର ଯୋଗେ ଉଦ୍ଧାର କରାଯାଉଛି। ଉଦ୍ଧାର କାର୍ଯ୍ୟରେ ମୋଟ ୧୫ଟି ହେଲିକପ୍ଟର ନିୟୋଜିତ ହୋଇଛି।
/sambad/media/media_files/2026/08/26/nepal-flood-2026-08-26-22-37-50.jpg)
ପ୍ରଧାନମନ୍ତ୍ରୀ ବାଲେନ ଶାହ କହିଛନ୍ତି, ପ୍ରଭାବିତ ଅଞ୍ଚଳରେ ଲୋକଙ୍କର ଜୀବନ ବଞ୍ଚାଇବା ପାଇଁ ଉଦ୍ଧାର କାର୍ଯ୍ୟ ଜାରି ରହିଚି। ନେପାଳୀ ସେନା, ସଶସ୍ତ୍ର ପୁଲିସ ଫୋର୍ସ ଏବଂ ନେପାଳ ପୁଲିସ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି।
/sambad/media/media_files/2026/08/26/images-13-2026-08-26-22-01-54.jpg)
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
