କଥାଟିଏ-ଯାଯାବର: ବୈରାଗୀ ଦମ୍ପତି
"ଗୋଟିଏ ଗାଁରେ ପରମ ବୈରାଗୀ ଦମ୍ପଦି ଥିଲେ।
ସେମାନେ ପ୍ରତି ଦିନ କାଠ କାଟୁଥିଲେ, ତାକୁ ବିକ୍ରି କରି ଯାହା ମିଳୁଥିଲା ସେଥିରେ ଖାଦ୍ୟ ଖାଉଥିଲେ ଏବ˚ ଯାହା ବଳି ଯାଉଥିଲା ତାକୁ ବାଣ୍ଟି ଦେଉଥିଲେ।
Advertisment ଥରକର କଥା।
ସେମାନେ କାଠ କାଟି ଫେରୁଥିଲେ।
ସ୍ବାମୀ ଟିକିଏ ଆଗରେ ଚାଲୁଥିଲେ।
ହଠାତ୍ ସେ ଦେଖିଲେ ରାସ୍ତାରେ ପଡ଼ିଛି ଗୋଟିଏ ସୁନା ମୋହର।
ସେ ଭାବିଲେ- ମୁଁ ସିନା ସୁନାର ଲୋଭ ଉପରେ ବିଜୟ ଲାଭ କରିସାରିଛି।
କିନ୍ତୁ ମୋ ସ୍ତ୍ରୀ ସେତିକି କରି ପାରିଥିବ ତ?
ସହଜେ ସେ ନାରୀ, ସ୍ବଭାବତଃ ସୁନା ରଙ୍କୁଣୀ!ଏହା ଚିନ୍ତା କରି ସେ ତା" ଉପରେ ପାଦ ଚାପି ଛିଡ଼ା ହୋଇ ରହିଲେ।
ଉଦ୍ଦେଶ୍ୟ ଥିଲା, ପତ୍ନୀ ଟିକିଏ ଆଗେଇ ଗଲେ ସେ ତାଙ୍କ ପଛେ ପଛେ ଚାଲିବେ।
ପତ୍ନୀଙ୍କ ଆଖିରେ ସୁନା ପଡ଼ିବ ନାହିଁ କି େଲାଭ ଜାତ ହେବନାହିଁ।
Chrome valley: କ୍ରୋମ୍ ଉପତ୍ୟକାରେ ବୁଡ଼ିଗଲାଣି ଟ୍ରକ୍ ବ୍ୟବସାୟ!
ପହଞ୍ଚି ଗଲେ ତାଙ୍କ ପତ୍ନୀ।
ସେ ପଚାରିଲେ- କ"ଣ କରୁଛ?
କାହିଁକି ଛିଡ଼ା ହୋଇଗଲ?
ସ୍ବାମୀ ଥିଲେ ସତ୍ୟବାଦୀ।
ତେଣୁ କଥା ଲୁଚାଇ ପାରିେଲ ନାହିଁ।
କହିଲେ- ଖରାପ ଭାବିବ ନାହିଁ।
କାଳେ ସୁନା ପ୍ରତି ତୁମ ମନରେ ଲୋଭ ଜାତ ହେବ, ମୁଁ ସୁନା ମୋହରକୁ ପାଦ ତଳେ ଲୁଚାଇ ଛିଡ଼ା ହୋଇଥିଲି।
କାହିଁ ଦେଖି!- କହିଲେ ପତ୍ନୀ।
ବୃଦ୍ଧ ପାଦ ଟେକି ଦେଲେ।
ଏବେ ପତ୍ନୀ ହସି ଉଠିଲେ- ତୁମେ ପରା ସୁନାର ଲୋଭକୁ ଜିତି ସାରିଛ?
ତୁମକୁ ଆହୁରି ଏହା ସୁନା ଭଳି ଦିଶିଲା?
ମୋତେ ତ ମାଟି, ଗୋଡ଼ି ଠାରୁ କିଛି ଅଲଗା ଭଳି ଲାଗୁନାହିଁ!ଏହା କହି ସେ ଆଗେଇ ଗଲେ।
Horoscope 2026 August 25: ଜାଣନ୍ତୁ ଆଜିର ରାଶିଫଳ..."
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
