Good health: ଚିକିତ୍ସାଳୟର ସ୍ବାସ୍ଥ୍ୟ କେମିତି ରଖିବେ ସୁସ୍ଥ

Aug 25, 2026 - 05:31
Good health: ଚିକିତ୍ସାଳୟର ସ୍ବାସ୍ଥ୍ୟ କେମିତି ରଖିବେ ସୁସ୍ଥ

"ଚିକିତ୍ସାଳୟ ହେଉଛି ଏକ ଏପରି ସ୍ଥାନ, ଯେଉଁଠାରେ ରୋଗୀଙ୍କ ଚିକିତ୍ସା ସହିତ ପରିବେଶ ସ୍ୱଚ୍ଛ, ସୁରକ୍ଷିତ ଓ ସୁସ୍ଥ ରଖିବା ଅତ୍ୟନ୍ତ ଜରୁରି।

ଚିକିତ୍ସାଳୟର ଭିତର ଓ ବାହାର ସଫାସୁତରା, ବର୍ଜ୍ୟବସ୍ତୁର ଠିକ୍ ପରିଚାଳନା, ପରିଷ୍କାର ପାଣି, ଭଲ ବାୟୁ ଚଳାଚଳ ଏବଂ ସବୁଜ ପରିବେଶ ରୋଗୀ ଓ କର୍ମଚାରୀଙ୍କ ସୁରକ୍ଷା ଓ ସୁସ୍ଥତା ପାଇଁ ମହତ୍ତ୍ୱପୂର୍ଣ୍ଣ।

ଏକ ସ୍ୱଚ୍ଛ ଓ ସୁନ୍ଦର ଚିକିତ୍ସାଳୟ ପରିବେଶ ରୋଗୀଙ୍କ ମନରେ ସକାରାତ୍ମକ ଭାବନା ସୃଷ୍ଟି କରିବା ସହିତ ସଂକ୍ରମଣର ଆଶଙ୍କାକୁ ମଧ୍ୟ କମାଇଥାଏ।

ତେଣୁ ଚିକିତ୍ସାଳୟର ପରିବେଶକୁ ସ୍ୱଚ୍ଛ, ସବୁଜ, ସୁସ୍ଥ ଓ ରୋଗୀ-ଅନୁକୂଳ ରଖିବା ପାଇଁ ସମସ୍ତଙ୍କର ସଚେତନ ଓ ଦାୟିତ୍ୱଶୀଳ ଭୂମିକା ଆବଶ୍ୟକ।Advertisment CJP: ସେପ୍ଟେମ୍ବର ୫ରେ ସିଜେପିର ପଦଯାତ୍ରା ଘୋଷଣା ସରକାର ପ୍ରତିଶ୍ରୁତି ପୂରଣ କରି ନ ଥିବା ଅଭିଯୋଗ l ଚିକିତ୍ସାଳୟର ୱାର୍ଡ, ଅପରେସନ୍ ଥିଏଟର୍‌, ଲାବୋରେଟୋରି, କରିଡର ଓ ଅନ୍ୟାନ୍ୟ ସ୍ଥାନକୁ ନିୟମିତ ସଫା କରିବା ଆବଶ୍ୟକ।

ଏହାଦ୍ୱାରା ଧୂଳି, ମଇଳା ଓ ରୋଗ ସୃଷ୍ଟିକାରୀ ଜୀବାଣୁର ପ୍ରସାର କମିଥାଏ। l ଦ୍ୱାରର ହ୍ୟାଣ୍ଡଲ୍, ଲାଇଟ୍ ସ୍ୱିଚ୍, ଟେବୁଲ୍, ବେଡ୍ ରେଲିଂ ଓ ଅନ୍ୟାନ୍ୟ ସ୍ପର୍ଶ ହେଉଥିବା ସ୍ଥାନରେ ଜୀବାଣୁ ରହିପାରେ।

ତେଣୁ ଉପଯୁକ୍ତ ଜୀବାଣୁନାଶକ ବ୍ୟବହାର କରି ଏଗୁଡ଼ିକୁ ନିୟମିତ ପରିଷ୍କାର କରିବା ଦରକାର।l ବ୍ୟବହୃତ ସିରିଞ୍ଜ, ଗଜ, ବ୍ୟାଣ୍ଡେଜ୍, ରକ୍ତ ଲାଗିଥିବା ସାମଗ୍ରୀ ଓ ଅନ୍ୟାନ୍ୟ ମେଡିକାଲ୍ ବର୍ଜ୍ୟକୁ ସାଧାରଣ ଅଳିଆ ସହିତ ମିଶାଇବା ଉଚିତ ନୁହେଁ।

ବର୍ଜ୍ୟକୁ ନିର୍ଦ୍ଦିଷ୍ଟ ନିୟମ ଓ ରଙ୍ଗ-କୋଡ୍ ଅନୁସାରେ ଅଲଗା କରି ସୁରକ୍ଷିତ ଭାବରେ ନିଷ୍କାସନ କରିବା ଆବଶ୍ୟକ।l ଚିକିତ୍ସାଳୟର ବିଭିନ୍ନ ସ୍ଥାନରେ ଉପଯୁକ୍ତ ଡଷ୍ଟବିନ୍ ରଖିବା ଦରକାର।

ଡଷ୍ଟବିନ୍‌ରେ ଅଳିଆ ଭରିଯିବା ପୂର୍ବରୁ ତାହାକୁ ଖାଲି କରି ସଫା କରିବା ଉଚିତ।

ଏହା ଦୁର୍ଗନ୍ଧ, କୀଟପତଙ୍ଗ ଓ ସଂକ୍ରମଣକୁ କମାଇଥାଏ।l ଚିକିତ୍ସାଳୟର କକ୍ଷଗୁଡ଼ିକରେ ଭଲ ବାୟୁ ଚଳାଚଳ ରହିବା ଆବଶ୍ୟକ।

ଭେଣ୍ଟିଲେସନ୍ ସିଷ୍ଟମ୍ ଓ ଏୟାର୍-କଣ୍ଡିସନିଂ ବ୍ୟବସ୍ଥାକୁ ଠିକ୍ ଭାବରେ ରକ୍ଷଣାବେକ୍ଷଣ କଲେ ବାୟୁର ଗୁଣବତ୍ତା ଭଲ ରହିଥାଏ।l ସଫେଇ କର୍ମଚାରୀମାନେ କାମ କରିବା ସମୟରେ ମାସ୍କ, ଏପ୍ରନ୍ ଓ ଆବଶ୍ୟକ ବ୍ୟକ୍ତିଗତ ସୁରକ୍ଷା ସାମଗ୍ରୀ ବ୍ୟବହାର କରିବା ଉଚିତ।

କାମ ଶେଷରେ ଭଲଭାବରେ ହାତ ଧୋଇବା ମଧ୍ୟ ଅତ୍ୟନ୍ତ ଜରୁରି।l ଚିକିତ୍ସାଳୟର ଶୌଚାଳୟକୁ ନିୟମିତ ଭାବରେ ସଫା ଓ ଜୀବାଣୁମୁକ୍ତ କରିବା ଦରକାର।

ସ୍ୱଚ୍ଛ ପାଣି, ସାବୁନ୍ ଓ ହାତ ସଫା କରିବାର ସୁବିଧା ଉପଲବ୍ଧ ରହିବା ଉଚିତ।

Horoscope 2026 August 25: ଜାଣନ୍ତୁ ଆଜିର ରାଶିଫଳ... l ଚିକିତ୍ସାଳୟରୁ ବାହାରୁଥିବା ମଇଳା ପାଣି ଓ ତରଳ ବର୍ଜ୍ୟକୁ ସିଧାସଳଖ ପରିବେଶରେ ଛାଡ଼ିବା ଉଚିତ ନୁହେଁ।

ଉପଯୁକ୍ତ ବର୍ଜ୍ୟ ପରିଚାଳନା ଓ ଟ୍ରିଟ୍‌ମେଣ୍ଟ ବ୍ୟବସ୍ଥା ମାଧ୍ୟମରେ ଏହାକୁ ସୁରକ୍ଷିତ ଭାବରେ ପରିଚାଳନା କରିବା ଦରକାର।l ଚିକିତ୍ସାଳୟରେ ଏକବାର ବ୍ୟବହୃତ ପ୍ଲାଷ୍ଟିକ୍‌ର ଅନାବଶ୍ୟକ ବ୍ୟବହାର କମାଇବା ଉଚିତ।

ପୁନଃବ୍ୟବହାରଯୋଗ୍ୟ ସାମଗ୍ରୀ ଥିଲେ ନିର୍ଦ୍ଦିଷ୍ଟ ସୁରକ୍ଷା ନିୟମ ଅନୁସାରେ ବ୍ୟବହାର କରିବା ଦରକାର।l ହସ୍ପିଟାଲର ପରିବେଶକୁ ସୁନ୍ଦର, ସ୍ୱଚ୍ଛ ଓ ସବୁଜ ରଖିବା ପାଇଁ ଇଣ୍ଡୋର ପ୍ଲାଣ୍ଟ୍‌ ଲଗାଇବା ଉଚିତ।

ଏହା ହସ୍ପିଟାଲର ପରିବେଶକୁ ଆକର୍ଷଣୀୟ ଓ ସତେଜ କରିବା ସହିତ ରୋଗୀ ଓ ଅନ୍ୟମାନଙ୍କୁ ଏକ ସୁଖଦ ଅନୁଭୂତି ଦେଇଥାଏ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Master Data Analytics

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)