କଂଗ୍ରେସ ମହିଳାଙ୍କ ମଶାଲ ଶୋଭାଯାତ୍ରା: ଜିଲାପାଳ ଅଫିସଠାରେ ବିକ୍ଷୋପ ପ୍ରଦର୍ଶନ, ଏହି କାରଣ ପାଇଁ…

May 19, 2026 - 00:46

ବଲାଙ୍ଗୀର,୧୮।୫ (ସୁନୀଲ କୁମାର ମହାନ୍ତି ) : ବଲାଙ୍ଗୀର ଜିଲା କଂଗ୍ରେସ କମିଟି ପକ୍ଷରୁ ସୋମବାର ସାରେ ଏକ ମଶାଲ ଶୋଭାଯାତ୍ରା କରାଯାଇ ଜିଲାପାଳ ଅଫିସ ଠାରେ ବିକ୍ଷୋପ ପ୍ରଦର୍ଶନ କରାଯାଇଛି । ୩୩% ମହିଳା ସଂରକ୍ଷଣ ଆଇନ ଲାଗୁ କରିବା ଦାବିରେ କଂଗ୍ରେସ ସଭାପତି ଅନୀଲ ମେହେରଙ୍କ ନେତୃତ୍ୱରେ ଶତାଧିକ ମହିଳା କଂଗ୍ରେସର ମହିଳାମାନେ ମଶାଲ ଧରି କଲେଜ ଛକ ଠାରୁ ଏକ ଶୋଭାଯାତ୍ରାରେ ବାହାରି ଜିଲାପାଳଙ୍କ ଅଫିସରେ ପହଞ୍ଚିଥିଲେ । ସେଠାରେ ଦାବି ଜଣାଇ ବିକ୍ଷୋପ ପ୍ରଦର୍ଶନ କରିଥିଲେ। ଏହି ସମୟରେ କଣ୍ଟାବାଞ୍ଜିର ପୂର୍ବତନ ବିଧାୟକ ସନ୍ତୋଷ ସିଂ ସାଲୁଜା ଉପସ୍ଥିତି ଥିଲେ ।

Odisha’s No.1 Odia Daily

The post କଂଗ୍ରେସ ମହିଳାଙ୍କ ମଶାଲ ଶୋଭାଯାତ୍ରା: ଜିଲାପାଳ ଅଫିସଠାରେ ବିକ୍ଷୋପ ପ୍ରଦର୍ଶନ, ଏହି କାରଣ ପାଇଁ… appeared first on Dharitri Odia News.

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।