ଏସ୍‌ସିଓ ସମ୍ମିଳନୀ ଅବସରରେ ପୁଟିନଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ମୋଦୀ

Aug 27, 2026 - 22:45
ଏସ୍‌ସିଓ ସମ୍ମିଳନୀ ଅବସରରେ ପୁଟିନଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ମୋଦୀ

"ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କିର୍ଗିଜସ୍ତାନର ବିଶକେକ୍‌ରେ ହେବାକୁ ଥିବା ସାଂଘାଇ ସହଯୋଗ ସଂଗଠନ (ଏସ୍‌ସିଓ) ସମ୍ମିଳନୀ ଅବସରରେ ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ ।

ଗୁରୁବାର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏହି ସୂଚନା ଦେଇଛି ।

ଦୁଇ ନେତାଙ୍କ ମଧ୍ୟରେ ଦ୍ୱିପାକ୍ଷିକ, ଆଞ୍ଚଳିକ ଓ ବିଶ୍ୱସ୍ତରୀୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହେବ ବୋଲି ଆଶା କରାଯାଉଛି ।

ଏମ୍‌ଇଏ ଅନୁଯାୟୀ ପ୍ରଧାନମନ୍ତ୍ରୀ ମୋଦୀ ଅଗଷ୍ଟ ୨୯ରୁ ୩୦ ତାରିଖ ପର୍ଯ୍ୟନ୍ତ ଉଜବେକିସ୍ତାନ ଗସ୍ତ କରିବେ ।

ଏହାପରେ ସେ କିର୍ଗିଜସ୍ତାନ ଯାଇ ଅଗଷ୍ଟ ୩୧ରୁ ସେପ୍ଟେମ୍ବର ୧ ପର୍ଯ୍ୟନ୍ତ ବିଶକେକ୍‌ରେ ଅନୁଷ୍ଠିତ ଏସ୍‌ସିଓ ସମ୍ମିଳନୀରେ ଯୋଗଦେବେ ।Advertisment ଯୌତୁକ ମୃତ୍ୟୁ ଓ ନିର୍ଯାତନା ମାମଲାରେ ସୁପ୍ରିମକୋର୍ଟଙ୍କ ୧୦ ନିର୍ଦ୍ଦେଶ ଉଲ୍ଲେଖଯୋଗ୍ୟ, ବିଦେଶ ମନ୍ତ୍ରୀ ଏସ୍.

ଜୟଶଙ୍କର ନିକଟରେ ଦୁଇଦିନିଆ ରୁଷ୍‌ ଗସ୍ତ ସମୟରେ ରାଷ୍ଟ୍ରପତି ପୁଟିନଙ୍କୁ ଭେଟିଥିଲେ ।

ସେହି ସମୟରେ ପୁଟିନ କହିଥିଲେ ଯେ ଏସ୍‌ସିଓ ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ତାଙ୍କର ପରବର୍ତ୍ତୀ ବୈଠକ ହେବ ବୋଲି ସେ ଆଶା କରୁଛନ୍ତି ।

ସେ ଜୟଶଙ୍କରଙ୍କ ମାଧ୍ୟମରେ ମୋଦୀଙ୍କୁ ଶୁଭେଚ୍ଛା ଜଣାଇଥିଲେ ।

ମୋଦୀ ଓ ପୁଟିନଙ୍କ ମଧ୍ୟରେ ଏହି ବୈଠକରେ ଦ୍ୱିପାକ୍ଷିକ ବାଣିଜ୍ୟ ଓ ଆର୍ଥିକ ସହଯୋଗ ଉପରେ ବିଶେଷ ଗୁରୁତ୍ୱ ଦିଆଯିବାର ଆଶା ରହିଛି ।

ଜୟଶଙ୍କରଙ୍କ ସହ ବୈଠକ ସମୟରେ ପୁଟିନ ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ଯୋଗୁ ଯୋଗାଣ ବ୍ୟବସ୍ଥାରେ ବାଧା ସୃଷ୍ଟି ହୋଇଥିଲେ ମଧ୍ୟ ଭାରତକୁ ଏନର୍ଜି ଓ ସାରର ନିରନ୍ତର ଯୋଗାଣ ଜାରି ରହିବ ବୋଲି ଆଶ୍ୱାସନା ଦେଇଥିଲେ ।

ପୁଟିନ କହିଛନ୍ତି, ୨୦୨୫ରେ ସାମାନ୍ୟ ହ୍ରାସ ପରେ ଚଳିତ ବର୍ଷ ଭାରତ ଓ ରୁଷ୍‌ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟ ବଢ଼ିଛି ।

ଭାରତକୁ ରୁଷ୍‌ରୁ ସାର ଯୋଗାଣ ମଧ୍ୟ ବଢ଼ାଯାଉଛି ବୋଲି ସେ କହିଥିଲେ ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Master Data Analytics

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)