Nepal flood: ପୂର୍ବତନ କେନ୍ଦ୍ରମନ୍ତ୍ରୀ ମୁକୁଲ ରୟଙ୍କ ବୋହୂ ନେପାଳ ବନ୍ୟାରେ ନିଖୋଜ
"କୋଲକାତା: ନେପାଳ ବନ୍ୟାରେ ୨୮୮ ଭାରତୀୟ ନିଖୋଜ ହୋଇଯାଇଛନ୍ତି।
ପୂର୍ବତନ ତୃଣମୂଳ କଂଗ୍ରେସ ବିଧାୟକ ସୁଭ୍ରାଂଶୁ ରୟଙ୍କ ପତ୍ନୀ ମଧ୍ୟ ବନ୍ୟା ଜଳରେ ନିଖୋଜ ହୋଇଯାଇଛନ୍ତି।
ଶର୍ମିଷ୍ଠା ଭୌମିକ ରାୟ ଉତ୍ତର ୨୪ ପ୍ରଗଣାରେ ରହନ୍ତି।
ଅଗଷ୍ଟ ୨୧ ତାରିଖରେ ସେ ନେପାଳ ଯାଇଥିଲେ।
ତେବେ ଅଗଷ୍ଟ ୨୫ ତାରିଖ ରାତିରୁ ତାଙ୍କର ତାଙ୍କ ସ୍ବାମୀଙ୍କ ସହ କୌଣସି ଯୋଗାଯୋଗ ନାହିଁ।Advertisment ଶୁଭ୍ରାଂଶୁ ରାୟ ହେଉଛନ୍ତି ବିଜପୁରର ପୂର୍ବତନ ତୃଣମୂଳ ବିଧାୟକ ଏବଂ ସେ ପୂର୍ବତନ ରେଳମନ୍ତ୍ରୀ ମୁକୁଲ ରାୟଙ୍କ ପୁଅ।
ଶୁଭ୍ରାଂଶୁଙ୍କ ପତ୍ନୀ ଶର୍ମିଷ୍ଠା ଏକ ଟ୍ରାଭେଲ୍ ଏଜେନ୍ସି ଜରିଆରେ ନେପାଳକୁ ଯାତ୍ରା କରିଥିଲେ।
ତେବେ ସେ ଏକା ଯାଇଥିଲେ।
ଏ କୋଲକାତାରୁ ୩୨ ଜଣିଆ ଏକ ଟିମ୍ ମଧ୍ୟ କୈଳାସ ମାନସରୋବର ଅଭିମୁଖେ ଯାତ୍ରା କରିଥିଲେ ଏବଂ ସେମାନେ ଏବେ ନିଖୋଜ ଅଛନ୍ତି।
ଏହି ୩୨ ଜଣିଆ ଗ୍ରୁପ୍ରେ ୩୦ ପର୍ଯ୍ୟଟକ ଏବଂ ୨ ମ୍ୟାାନେଜର ଥିଲେ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
